ଘନ କୁହୁଡ଼ିରୁ ଦିଲ୍ଲୀକୁ ନାହିଁ ନିସ୍ତାର: ଆଜି ପୁଣି ବାତିଲ ହେଲା ୧୦୦ରୁ ଉର୍ଦ୍ଧ୍ୱ ବିମାନ

Madhusudan Das Picture
Published On

ନୂଆଦିଲ୍ଲୀ: ଘନ କୁହୁଡ଼ିରୁ ଦିଲ୍ଲୀକୁ ନାହିଁ ନିସ୍ତାର । ଆଜି ପୁଣି ବାତିଲ ହେଲା ୧୦୦ରୁ ଉର୍ଦ୍ଧ୍ୱ ବିମାନ । ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ସହ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶନିବାର ଦିନ ଦିଲ୍ଲୀ ବିମାନବନ୍ଦରରେ ୧୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ (IGI) ବିମାନବନ୍ଦରରେ ପ୍ରତିକୂଳ ପାଗ ଯୋଗୁଁ ଅନ୍ତତଃ ୬୬ଟି ଆଗମନ (Arrival) ଏବଂ ୬୩ଟି ପ୍ରସ୍ଥାନ (Departure) ବିମାନ ବାତିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁସାରେ, ଶନିବାର ସକାଳ ସମୟରେ ଦିଲ୍ଲୀ ବିମାନବନ୍ଦରରେ ଦୃଶ୍ୟମାନ କ୍ଷମତା (Visibility) ବହୁତ କମ ରହିଥିଲା। ଦିନ ୧୧ଟା ସମୟରେ ବିମାନବନ୍ଦରରେ ସାଧାରଣ ଦୃଶ୍ୟମାନ ଦୂରତା ମାତ୍ର ୫୦୦ ମିଟର ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଆଗାମୀ ଦିନରେ ରାତି ଏବଂ ସକାଳ ସମୟରେ ଆକାଶ ଆଂଶିକ ମେଘୁଆ ରହିବା ସହ ସାଧାରଣରୁ ଘନ କୁହୁଡ଼ି ଦେଖାଯାଇପାରେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ AAI କହିଛି ଯେ, ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ବିମାନ ସେବାରେ ବିଳମ୍ବ କିମ୍ବା ବାଧା ସୃଷ୍ଟି ହୋଇପାରେ। ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସମ୍ପର୍କିତ ସଦ୍ୟତମ ସୂଚନା ପାଇଁ ଏୟାରଲାଇନ୍ସ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ଏବଂ ଯାତ୍ରା ପାଇଁ ହାତରେ ଅଧିକ ସମୟ ରଖି ବିମାନବନ୍ଦର ଆସିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ବିମାନବନ୍ଦରଗୁଡ଼ିକରେ ସ୍ୱତନ୍ତ୍ର ସହାୟତା ଟିମ୍ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର