ବିଜୟଙ୍କ ଘରେ ମହମ୍ମଦ ମୋକିମ୍‌, ନୂଆ ସମୀକରଣର ପୂର୍ବାଭାସ !

Deviprasad Mohanty Picture
Published On

 ଭୁବନେଶ୍ୱର: ଗତକାଲି କଂଗ୍ରେସରୁ ବହିଷ୍କୃତ ହେବା ପରେ ଗୁରୁବାର ପୂର୍ବତନ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ପୂର୍ବତନ କଟକ ବିଧାୟକ ମହମ୍ମଦ ମୋକିମ୍‌। ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ  ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଛି। ଯଦିଓ ଏହି ସାକ୍ଷାତକୁ ଉଭୟ ନେତା ସୌଜନ୍ୟମୂଳକ ବୋଲି କହିଛନ୍ତି, ମାତ୍ର ସାମ୍ପ୍ରତିକ ସମୟ ଓ ରାଜନୈତିକ ପାଣିପାଗକୁ ଦେଖିଲେ ଏହାକୁ କେବଳ ସାଧାରଣ ସାକ୍ଷାତ ବା ସୌଜନ୍ୟ ଆଲୋଚନା ରୂପେ କେହି ଗ୍ରହଣ କରିପାରୁ ନାହାନ୍ତି । ଗତ କିଛିଦିନ ହେଲା ରାଜ୍ୟରେ ଏକ ନୂଆ ରାଜନୈତିକ ଦଳ ଗଠନ ଆଲୋଚନା ଚାଲିଥିବା ସମୟରେ ଉଭୟଙ୍କ ସାକ୍ଷାତ ପରେ ଏହି ଚର୍ଚ୍ଚା ଦାନା ବାନ୍ଧିଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ବିଜୟଙ୍କ ସହ ସାକ୍ଷାତ ପରେ ମହମ୍ମଦ ମୋକିମ କହିଛନ୍ତି, ବିଜୟ ମହାପାତ୍ର ମୋର ବଡ଼ ଭାଇ ସଦୃଶ। ସେ ନୂଆ ଲୋକ ନୁହେଁ କି ବାହାରୁ ଆସି ନାହାନ୍ତି। ଆମେ ବାରମ୍ବାର ଭେଟୁ। ସେଥିପାଇଁ ତାଙ୍କୁ ଭେଟିବାକୁ ଆସିଥିଲି । ଆମେ ବାର୍ତ୍ତାଳାପ କଲୁ। ଏଥିରେ କିଛି ନୂତନତ୍ୱ ନାହିଁ ବୋଲି ମୋକିମ୍‌ କହିଛନ୍ତି। ସେହିପରି ଏହି ସାକ୍ଷାତ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ ଆଗାମୀ ୨୦୨୬ ଏକ ଘଟଣା ବହୁଳ ବର୍ଷ ହେବ ବୋଲି ମୁଁ ପୂର୍ବରୁ କହିଛି। ତେବେ ମୋକିମ୍‌ ପୂର୍ବରୁ ବହୁଥର ଆସିଛନ୍ତି। ଆମ ଭିତରେ ଆଲୋଚନା ହୁଏ। ଏହି ସାକ୍ଷାତ ସମୟରେ କିଛି ରାଜନୈତିକ ଚର୍ଚ୍ଚା ହୋଇନି। କେବଳ ବ୍ୟକ୍ତିଗତ ଆଲୋଚନା ହୋଇଛି। ତେବେ ନୂଆ ଦଳ ପ୍ରସଙ୍ଗରେ ସେ ଉତ୍ତର ଦେଇ କହିଛନ୍ତି, ଯେ ନୂଆ ଦଳ ବିଷୟରେ ମୁଁ କିଛି ଜାଣିନାହିଁ୤ ହେଲେ ଏହି ବୈଠକ ସମୟରେ ବିଜେଡି କିପରି ଗଠନ ହୋଇଥିଲା ବୋଲି ଏଠାରେ ଆଲୋଚନା ହୋଇଛି ଓ ବର୍ତ୍ତମାନ ଓଡ଼ିଶା ରାଜନୀତିର ଚିତ୍ର ଅସ୍ପଷ୍ଟ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ଉଲ୍ଲେଖଯୋଗ୍ୟ ଯେ, ମହମ୍ମଦ ମୋକିମ କଂଗ୍ରେସରୁ ବରିଷ୍କୃତ ହେବା ପରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହାସହିତ ବିଜୟ ମହାପାତ୍ର ମଧ୍ୟ ଅତୀତରେ ରାଜ୍ୟରେ ନୂଆ ଦଳ ଗଠନକୁ ନେଇ ଅସ୍ୱୀକାର କରି ନାହାନ୍ତି୤ ତେଣୁ ଉଭୟ ନେତାଙ୍କ ସାକ୍ଷାତ ପରେ ରାଜ୍ୟରେ ବିଭିନ୍ନ ଦଳରୁ ଯେଉଁ ନେତାମାନେ ଅସନ୍ତୁଷ୍ଟ ହୋଇ ରହିଛନ୍ତି, ସେମାନଙ୍କୁ ଏକାଠି କରି ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବା ନେଇ ଚେଷ୍ଟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ୨୦୨୬ରେ ଅନେକ ରାଜନୈତିକ ଘଟଣା ଘଟିବା ନେଇ ବିଜୟ ମହାପାତ୍ର ପୂର୍ବରୁ କହିଛନ୍ତି। ମହମ୍ମଦ ମୋକିମ ତାଙ୍କୁ ସାକ୍ଷାତ କରିବା ଏହି ଚର୍ଚ୍ଚାରେ ଆହୁରି ଖୋରାକ୍‌ ଯୋଗାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

19 Dec 2025 By Deviprasad Mohanty

ବିଜୟଙ୍କ ଘରେ ମହମ୍ମଦ ମୋକିମ୍‌, ନୂଆ ସମୀକରଣର ପୂର୍ବାଭାସ !

 ଭୁବନେଶ୍ୱର: ଗତକାଲି କଂଗ୍ରେସରୁ ବହିଷ୍କୃତ ହେବା ପରେ ଗୁରୁବାର ପୂର୍ବତନ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ପୂର୍ବତନ କଟକ ବିଧାୟକ ମହମ୍ମଦ ମୋକିମ୍‌। ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ  ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଛି। ଯଦିଓ ଏହି ସାକ୍ଷାତକୁ ଉଭୟ ନେତା ସୌଜନ୍ୟମୂଳକ ବୋଲି କହିଛନ୍ତି, ମାତ୍ର ସାମ୍ପ୍ରତିକ ସମୟ ଓ ରାଜନୈତିକ ପାଣିପାଗକୁ ଦେଖିଲେ ଏହାକୁ କେବଳ ସାଧାରଣ ସାକ୍ଷାତ ବା ସୌଜନ୍ୟ ଆଲୋଚନା ରୂପେ କେହି ଗ୍ରହଣ କରିପାରୁ ନାହାନ୍ତି । ଗତ କିଛିଦିନ ହେଲା ରାଜ୍ୟରେ ଏକ ନୂଆ ରାଜନୈତିକ ଦଳ ଗଠନ ଆଲୋଚନା ଚାଲିଥିବା ସମୟରେ ଉଭୟଙ୍କ ସାକ୍ଷାତ ପରେ ଏହି ଚର୍ଚ୍ଚା ଦାନା ବାନ୍ଧିଛି।

ବିଜୟଙ୍କ ସହ ସାକ୍ଷାତ ପରେ ମହମ୍ମଦ ମୋକିମ କହିଛନ୍ତି, ବିଜୟ ମହାପାତ୍ର ମୋର ବଡ଼ ଭାଇ ସଦୃଶ। ସେ ନୂଆ ଲୋକ ନୁହେଁ କି ବାହାରୁ ଆସି ନାହାନ୍ତି। ଆମେ ବାରମ୍ବାର ଭେଟୁ। ସେଥିପାଇଁ ତାଙ୍କୁ ଭେଟିବାକୁ ଆସିଥିଲି । ଆମେ ବାର୍ତ୍ତାଳାପ କଲୁ। ଏଥିରେ କିଛି ନୂତନତ୍ୱ ନାହିଁ ବୋଲି ମୋକିମ୍‌ କହିଛନ୍ତି। ସେହିପରି ଏହି ସାକ୍ଷାତ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ ଆଗାମୀ ୨୦୨୬ ଏକ ଘଟଣା ବହୁଳ ବର୍ଷ ହେବ ବୋଲି ମୁଁ ପୂର୍ବରୁ କହିଛି। ତେବେ ମୋକିମ୍‌ ପୂର୍ବରୁ ବହୁଥର ଆସିଛନ୍ତି। ଆମ ଭିତରେ ଆଲୋଚନା ହୁଏ। ଏହି ସାକ୍ଷାତ ସମୟରେ କିଛି ରାଜନୈତିକ ଚର୍ଚ୍ଚା ହୋଇନି। କେବଳ ବ୍ୟକ୍ତିଗତ ଆଲୋଚନା ହୋଇଛି। ତେବେ ନୂଆ ଦଳ ପ୍ରସଙ୍ଗରେ ସେ ଉତ୍ତର ଦେଇ କହିଛନ୍ତି, ଯେ ନୂଆ ଦଳ ବିଷୟରେ ମୁଁ କିଛି ଜାଣିନାହିଁ୤ ହେଲେ ଏହି ବୈଠକ ସମୟରେ ବିଜେଡି କିପରି ଗଠନ ହୋଇଥିଲା ବୋଲି ଏଠାରେ ଆଲୋଚନା ହୋଇଛି ଓ ବର୍ତ୍ତମାନ ଓଡ଼ିଶା ରାଜନୀତିର ଚିତ୍ର ଅସ୍ପଷ୍ଟ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମହମ୍ମଦ ମୋକିମ କଂଗ୍ରେସରୁ ବରିଷ୍କୃତ ହେବା ପରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହାସହିତ ବିଜୟ ମହାପାତ୍ର ମଧ୍ୟ ଅତୀତରେ ରାଜ୍ୟରେ ନୂଆ ଦଳ ଗଠନକୁ ନେଇ ଅସ୍ୱୀକାର କରି ନାହାନ୍ତି୤ ତେଣୁ ଉଭୟ ନେତାଙ୍କ ସାକ୍ଷାତ ପରେ ରାଜ୍ୟରେ ବିଭିନ୍ନ ଦଳରୁ ଯେଉଁ ନେତାମାନେ ଅସନ୍ତୁଷ୍ଟ ହୋଇ ରହିଛନ୍ତି, ସେମାନଙ୍କୁ ଏକାଠି କରି ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବା ନେଇ ଚେଷ୍ଟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ୨୦୨୬ରେ ଅନେକ ରାଜନୈତିକ ଘଟଣା ଘଟିବା ନେଇ ବିଜୟ ମହାପାତ୍ର ପୂର୍ବରୁ କହିଛନ୍ତି। ମହମ୍ମଦ ମୋକିମ ତାଙ୍କୁ ସାକ୍ଷାତ କରିବା ଏହି ଚର୍ଚ୍ଚାରେ ଆହୁରି ଖୋରାକ୍‌ ଯୋଗାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର