ଯମୁନା ଏକ୍ସପ୍ରେସୱେରେ ଘନ କୁହୁଡ଼ିର କାଳ: ପଛକୁ ପଛ ପିଟି ହେଲେ ଏକାଧିକ ଗାଡ଼ି, ୪ ମୃତ

Madhusudan Das Picture
Published On

ମଥୁରା: ଘନ କୁହୁଡ଼ି ହେଲା କାଳ । ଉତ୍ତରପ୍ରଦେଶର ମଥୁରା ନିକଟସ୍ଥ ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସୱେରେ ଘଟିଛି ବଡ଼ ସଡ଼କ ଦୁର୍ଘଟଣା । ଘନ କୁହୁଡ଼ି କାରଣରୁ ପଛକୁ ପଛ ପ୍ରାୟ ୧୦ଟି ଗାଡ଼ି ପରସ୍ପର ସହ ଧକ୍କା ହେବା ଫଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଧକ୍କା ହେବା ପରେ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଇଥିବାରୁ ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୨୭ (Milestone 127) ନିକଟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନ କ୍ଷମତା (visibility) ବହୁତ କମ୍ ଥିଲା। ଦୃଶ୍ୟମାନ କ୍ଷମତା କମ୍ ଥିବାରୁ  ତିନୋଟି କାର୍ ଏବଂ ୭ଟି ବସ୍ ନିୟନ୍ତ୍ରଣ ହରାଇ ପରସ୍ପର ସହ ପଛକୁ ପଛ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଇଥିଲା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ । ମଥୁରା ଏସଏସପି (SSP) ଶ୍ଲୋକ କୁମାର କହିଛନ୍ତି ଯେ, "କମ୍ ଭିଜିବିଲିଟି କାରଣରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ସମସ୍ତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି ଏବଂ ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୌଭାଗ୍ୟବଶତଃ ଆହତମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ନାହିଁ।"

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର