ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା, ‘ଏହା ହେବ ମୋର ଶେଷ ଆନ୍ଦୋଳନ’...

ମହାରାଷ୍ଟ୍ରରେ ଲୋକାୟୁକ୍ତ ଆଇନ୍‌‌ କାର୍ଯ୍ୟକାରୀ ଦାବି

Deviprasad Mohanty Picture
Published On

ନୂଆଦିଲ୍ଲୀ: ଜଣାଶୁଣା ବରିଷ୍ଠ ସାମାଜିକ କର୍ମୀ ଆନ୍ନା ହଜାରେ ପୁଣିଥରେ ଅନସନରେ ବସିବାକୁ ଯାଉଛନ୍ତି। ମହାରାଷ୍ଟ୍ରରେ ଲୋକୟୁକ୍ତ ଆଇନ୍‌‌ ଲାଗୁ କରିବା ଦାବିରେ ସେ ଶୁକ୍ରବାର ଆମରଣ ଅନଶନ ବସିବାକୁ ଘୋଷଣା କରିଛନ୍ତି। ସେ ଜାନୁଆରୀ ୩୦ରୁ ତାଙ୍କ ଗାଁ ରାଲେଗାନ ସିଦ୍ଧିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ଆରମ୍ଭ କରିବେ। ଏହା ମୋର ଶେଷ ଆନ୍ଦୋଳନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ଆନ୍ନା ୨୦୨୨ରେ ଏହି ଦାବିକୁ ନେଇ ଅନଶନରେ ବସିଥିଲେ। କିନ୍ତୁ ସେ ସମୟରେ ତତ୍କାଳୀନ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ କେନ୍ଦ୍ର କୃଷିମନ୍ତ୍ରୀଙ୍କ ମଧ୍ୟସ୍ତତାରେ ସେ ଅନଶନ ଭାଙ୍ଗିଥିଲେ। ଏହାପରେ ଏକ କମିଟି ଗଠନ କରାଯିବା ସହ ଆଇନ୍‌‌ ପ୍ରସ୍ତୁତ ହୋଇଥିଲା। ବିଲ୍‌‌କୁ ମହରାଷ୍ଟ୍ର ବିଧାନସଭାର ଉଭୟ ଗୃହ ଦ୍ୱାରା ପାରିତ ହୋଇଥିଲା ଏବଂ ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। କିନ୍ତ ଏହା ସତ୍ତ୍ବେ ତୃଣମୂଳସ୍ତରରେ ଏହି ଆଇନ୍‌‌ କାର୍ଯ୍ୟକାରୀ ହୋଇନାହିଁ ବୋଲି ଆନ୍ନା କହିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ୭ଟି ଚିଠି ଲେଖିଛନ୍ତି। କିନ୍ତୁ ସେ କୌଣସି ଉତ୍ତର ପାଇନାହାନ୍ତି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ସରକାରଙ୍କ ନୀରବତା ନେଇ ସେ ଅସନ୍ତେ୍‌‌ାଷ ଜାହିର କରିଛନ୍ତି। ଜନ କଲ୍ୟାଣ ପାଇଁ ଏହି ଆଇନ୍‌‌ ବହୁତ ଗୁରୁତ୍ୱପୂର୍ଣ୍ଣ। ଉଲ୍ଲେଖଥାଉ କି, ‘୨୦୧୧ରେ ଇଣ୍ଡିଆ ଏଗେନଷ୍ଟ କରପସନ’ ଆନ୍ଦୋଳନରେ ଦେଶକୁ ଉତ୍ସାହିତ କରିବା ପାଇଁ ଆନ୍ନା ଅନଶନରେ ବସିଥିଲେ ଓ ସାରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାକୁ ସକ୍ଷମ ହୋଇଥିଲେ। ତାଙ୍କର ଏହି ଆନ୍ଦୋଳନ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

13 Dec 2025 By Deviprasad Mohanty

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା, ‘ଏହା ହେବ ମୋର ଶେଷ ଆନ୍ଦୋଳନ’...

ମହାରାଷ୍ଟ୍ରରେ ଲୋକାୟୁକ୍ତ ଆଇନ୍‌‌ କାର୍ଯ୍ୟକାରୀ ଦାବି

ନୂଆଦିଲ୍ଲୀ: ଜଣାଶୁଣା ବରିଷ୍ଠ ସାମାଜିକ କର୍ମୀ ଆନ୍ନା ହଜାରେ ପୁଣିଥରେ ଅନସନରେ ବସିବାକୁ ଯାଉଛନ୍ତି। ମହାରାଷ୍ଟ୍ରରେ ଲୋକୟୁକ୍ତ ଆଇନ୍‌‌ ଲାଗୁ କରିବା ଦାବିରେ ସେ ଶୁକ୍ରବାର ଆମରଣ ଅନଶନ ବସିବାକୁ ଘୋଷଣା କରିଛନ୍ତି। ସେ ଜାନୁଆରୀ ୩୦ରୁ ତାଙ୍କ ଗାଁ ରାଲେଗାନ ସିଦ୍ଧିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ଆରମ୍ଭ କରିବେ। ଏହା ମୋର ଶେଷ ଆନ୍ଦୋଳନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ଆନ୍ନା ୨୦୨୨ରେ ଏହି ଦାବିକୁ ନେଇ ଅନଶନରେ ବସିଥିଲେ। କିନ୍ତୁ ସେ ସମୟରେ ତତ୍କାଳୀନ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ କେନ୍ଦ୍ର କୃଷିମନ୍ତ୍ରୀଙ୍କ ମଧ୍ୟସ୍ତତାରେ ସେ ଅନଶନ ଭାଙ୍ଗିଥିଲେ। ଏହାପରେ ଏକ କମିଟି ଗଠନ କରାଯିବା ସହ ଆଇନ୍‌‌ ପ୍ରସ୍ତୁତ ହୋଇଥିଲା। ବିଲ୍‌‌କୁ ମହରାଷ୍ଟ୍ର ବିଧାନସଭାର ଉଭୟ ଗୃହ ଦ୍ୱାରା ପାରିତ ହୋଇଥିଲା ଏବଂ ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। କିନ୍ତ ଏହା ସତ୍ତ୍ବେ ତୃଣମୂଳସ୍ତରରେ ଏହି ଆଇନ୍‌‌ କାର୍ଯ୍ୟକାରୀ ହୋଇନାହିଁ ବୋଲି ଆନ୍ନା କହିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ୭ଟି ଚିଠି ଲେଖିଛନ୍ତି। କିନ୍ତୁ ସେ କୌଣସି ଉତ୍ତର ପାଇନାହାନ୍ତି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ସରକାରଙ୍କ ନୀରବତା ନେଇ ସେ ଅସନ୍ତେ୍‌‌ାଷ ଜାହିର କରିଛନ୍ତି। ଜନ କଲ୍ୟାଣ ପାଇଁ ଏହି ଆଇନ୍‌‌ ବହୁତ ଗୁରୁତ୍ୱପୂର୍ଣ୍ଣ। ଉଲ୍ଲେଖଥାଉ କି, ‘୨୦୧୧ରେ ଇଣ୍ଡିଆ ଏଗେନଷ୍ଟ କରପସନ’ ଆନ୍ଦୋଳନରେ ଦେଶକୁ ଉତ୍ସାହିତ କରିବା ପାଇଁ ଆନ୍ନା ଅନଶନରେ ବସିଥିଲେ ଓ ସାରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାକୁ ସକ୍ଷମ ହୋଇଥିଲେ। ତାଙ୍କର ଏହି ଆନ୍ଦୋଳନ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା।

https://www.thesakala.in/national-international/anna-hazare-announces-indefinite-hunger-strike-over-maharashtra-government-lokayukta-delay/article-43565
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର