ଅଟୋକୁ ଧକ୍କା ଦେଲା ଟ୍ରକ, ମାଆପୁଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

Deviprasad Mohanty Picture
Published On

ପାଟନା: ବିହାରର ଶେଖପୁରାରେ ମଙ୍ଗଳବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମାଆ ଏବଂ ପୁଅ ମଧ୍ୟ ଅଛନ୍ତି। ଏକ ଟ୍ରକ୍ ଏକ ଅଟୋ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଶେଖପୁରା ଥାନା ଅନ୍ତର୍ଗତ ଏକସାରି ବିଘା ନିକଟରେ ଘଟିଛି ଏହି ଦୁର୍ଘଟଣା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ୭ରୁ ୮ ଜଣ ଆହତଙ୍କୁ ଚିକିତ୍ସା ପାଇଁ ପାବାପୁରୀ ପଠାଯାଇଥିଲା। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ସମସ୍ତ ଲୋକ ଏକ ଅଟୋରେ ଯାତ୍ରା କରୁଥିଲେ । ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସହିତ ଦୁର୍ଘଟଣା ହେବା ଫଳରେ ମାଆପୁଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଟୋରେ ୧୨-୧୩ ଜଣ ଲୋକ ଥିଲେ। ଘଟଣା ପରେ ଟ୍ରକଟିକୁ ଜବତ କରାଯାଇଛି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର