Delhi Car Blast; ଷଡ଼ଯନ୍ତ୍ରର ପ୍ରମୁଖ କେନ୍ଦ୍ର ଅଲ୍‌-ଫଲାହ ବିଶ୍ବବିଦ୍ୟାଳୟ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣରେ ସାମ୍‌ନାକୁ ଆସିଥିବା ଅଭିଯୁକ୍ତଙ୍କ ସମ୍ବନ୍ଧ ଫରିଦାବାଦର ଅଲ୍‌-ଫଲାହ ୟୁନିଭର୍ସିଟି ସହ ରହିଛି। ଏ ପର୍ଯ୍ୟନ୍ତ ମାମଲାରେ ୭ ଡାକ୍ତରଙ୍କ ନାମ ସାମ୍‌ନାକୁ ଆସିଲାଣି। ପରସ୍ପର ସହ ଏମାନଙ୍କର କୌଣସି ନା କୌଣସି ସମ୍ବନ୍ଧ ଥିବା ଜଣାପଡ଼ିଛି। ବିସ୍ଫୋରଣ ଦିନ କାର୍‌ ଚଳାଉଥିବା ଡ. ଉମର ଉନ ନବି ପ୍ରାଣ ହରାଇଥିବା କୁହାଯାଉଛି। ସେହିପରି ଏ ପର୍ଯ୍ୟନ୍ତ ଏହି ମାମଲାରେ ୬ ଡାକ୍ତରଙ୍କୁ ଗିରଫ କରାଗଲାଣି। ଜଣେ ଏବେ ବି ଫେରାର ରହିଛି। ଏପରି ସମୟରେ ଅଲ-ଫଲାହ ୟୁନିଭର୍ସିଟିର ଚାନ୍‌ସେଲର ମଧ୍ୟପ୍ରଦେଶରୁ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି। ସେ ହିଁ ଏହି କଲେଜ ଖୋଲିଥିଲା ଏବଂ ନିଜେ ଚାନ୍‌ସେଲର ହୋଇଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ପର୍ଦ୍ଦାଫାସ୍ ହେବା ପରେ ଅଲ୍-ଫଲାହ ବିଶ୍ବବିଦ୍ୟାଳୟ ସୁରକ୍ଷା ଏଜେନ୍ସିଙ୍କ ରାଡାରରେ ରହିଛି। ବିଶ୍ୱବିଦ୍ୟାଳୟ ସହ ଜଡିତ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି। ଆଜି ଏନଆଇଏ ଅଧିକାରୀ ଏହି ବିଶ୍ବବିଦ୍ୟାଳୟକୁ ଯାଇ ଯାଞ୍ଚ କରିଛନ୍ତି। ଦିଲ୍ଲୀ କାର୍ ବୋମା ବିସ୍ଫୋରଣର ସମସ୍ତ ଷଡ଼ଯନ୍ତ୍ର ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମ୍‌ରେ କରା ଯାଇଥିଲା। ୧୭ ନମ୍ବର ବିଲ୍ଡିଂର ତୃତୀୟ ମହଲାରେ ଥିବା ଏହି ରୁମ୍ ଡାକ୍ତର ମୁଜାମିଲ ନାମରେ ଆବଣ୍ଟିତ ହୋଇଥିଲା। କିନ୍ତୁ ଏହି ରୁମ୍‌ରେ ଉମର ରହୁଥିଲା। ଉମରକୁ ପାଖରେ ଏକ କୋଠରୀ ଦିଆଯାଇଥିଲେ ବି ସେ ନିଜ ରୁମ୍‌ରେ ରହୁ ନ ଥିଲା। ଜମ୍ମୁ-କଶ୍ମୀର ପୁଲିସ, ହରିୟାଣା ପୁଲିସ ଏବଂ ଏନଆଇଏ ଏ ସମ୍ପର୍କରେ ପୁନର୍ବାର ବିଶ୍ୱବିଦ୍ୟାଳୟ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପଚରାଉଚରା କରିଛି। ବାହାରୁ ତାଲା ପଡ଼ିଥିବାରୁ ଏଟିଏସ ତୃତୀୟ ମହଲାରେ ଥିବା ଡାକ୍ତର ମୁଜାମିଲ ଏବଂ ଉମର ରୁମ୍‌ର କବାଟ ଭାଙ୍ଗି ତଲାସୀ ନେଇଥିଲା। ଏହି ଟିମ୍‌ ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯାଞ୍ଚ କରିଥିଲା। ଏଠାରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର