ଦିଲ୍ଲୀ ବିସ୍ଫୋରଣ ପଛରେ କିଏ ? ଆତଙ୍କୀଙ୍କ ଟାର୍ଗେଟରେ ଦିଲ୍ଲୀ: ୧୯୯୬ରୁ ୨୦୨୫...

ଦିଲ୍ଲୀ ବିସ୍ଫୋରଣରରେ ନୂଆ ପାଟର୍ଣ୍ଣ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ  ନେସନାଲ ସିକୁରିଟି ଗାର୍ଡ, ନେସନାଲ ସିକୁରିଟି ଏଜେନସି, ଦିଲ୍ଳୀ ପୁଲିସ ଏବଂ ଫରେନସିକ୍ ସାଇନ୍ସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  ଏହି ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ବିସ୍ଫୋରଣ ପଛରେ କିଏ, ତାହା ମଧ୍ୟ ଜଣାପଡ଼ି ନାହିଁ। ତେବେ ଯେଉଁ କାରରେ ବିସ୍ଫୋରଣ ହୋଇଛି, ତାହାର ମାଲିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।  ମହମ୍ମଦ ସଲମାନ ନାମକ ଏହି ବ୍ୟକ୍ତି ଦୁଇ ବର୍ଷ ପୂର୍ବେ ଉକ୍ତ କାରକୁ  ଓଖଲାର ଦେବେନ୍ଦ୍ର ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ପୁଣି ଦେବେନ୍ଦ୍ର ଏହି କାରକୁ ଅମ୍ବାଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ।  ସଲମାନଙ୍କ ଘର ହରିଆଣାର ଗୁରୁଗ୍ରାମ ହୋଇଥିବା ବେଳେ କାରର ନମ୍ବର ମଧ୍ୟ ହରିଆଣାରେ ପଞ୍ଜୀକରଣ ହୋଇଛି। ତେବେ ଏବେ ଯେଉଁ ଲୋକର ନାମରେ ଏହି କାର ରହିଛି, ତାହାକୁ ପୁଲିସ ଖୋଜୁଛି। ଏହି ବିସ୍ଫୋରଣରେ ସେମାନଙ୍କର ସଂପୃକ୍ତି ରହିଛି କି ନାହିଁ, ତାହା ଯାଞ୍ଚ କରାଯାଉଛି। ଏହି କାରଟି ହେଉଛି ହୁଣ୍ଡାଇ ଆଇ-୨୦ କାର ଏବଂ ଏଥିରେ ତିନି ଚାରି ଜଣ ଲୋକ ବସିଥିଲେ ବୋଲି କୁହାଯାଉଛି। ପୁଲିସ ଏଅଧିକ କିଛି ସୂଚନା ଦେଉନାହିଁ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଥିବା ୮ ଜଣ ବ୍ୟକ୍ତିଙ୍କୁ ପୁଲିସ ଏସଂପର୍କରେ ପଚରାଉଚରା କରୁଛି।ଆଜିର ବିସ୍ଫୋରଣ ସହିତ ସେମାନଙ୍କର ସଂପର୍କ ରହିଛି କି ନାହିଁ ତାହାର ଖୋଳତାଡ଼ କରରୁଛି ପୁଲିସ।  ଗିରଫ ୮ ଜଣଙ୍କ ମଧ୍ୟରୁ ୪ ଜଣ ଡାକ୍ତର ଥିବା ବେଳେ ୭ ଜଣ ହେଉଛନ୍ତି କଶ୍ମୀର ବାସିନ୍ଦା। ସେମାନେ ମଧ୍ୟ ଦିଲ୍ଲୀ ସମେତ ଉତ୍ତର ଭାରତରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ବୋଲି ପୁଲିସ ଆଗରେ ବୟାନ ଦେଇଥିଲେ॥ ତେଣୁ ଆଜିର ବିସ୍ଫୋରଣ ପଛରେ ସେମାନଙ୍କ ଗୋଷ୍ଠୀର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ସେମାନେ ଆଉ କାହା ସହିତ ସଂପର୍କରେ ଥିଲେ, ସେସଂପର୍କରେ ସୂଚନା ହାସଲ ଲାଗି ଆଜି ରାତି ତମାମ ସେମାନଙ୍କୁ ଜେରା କରାଯାଉଛି।  ଇଈତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିବା ପରେ ବିସ୍ଫୋରଣ ସ୍ଥଳକୁ ମଧ୍ୟ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ଦିଲ୍ଲୀ ବିସ୍ଫୋରଣରରେ ନୂଆ ପାଟର୍ଣ୍ଣ; ହୋଇନି ଖାଲ କି କଳା ପଡ଼ିନି ଆହତଙ୍କ ଶରୀର 

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣରେ ନୂଆ ପାଟର୍ଣ୍ଣ ସାମ୍‌ନାକୁ ଆସିଛି। ଯେଉଁ କାର୍‌ରେ ବିସ୍ଫୋରଣ ହୋଇଥିଲା, ସେଥିରେ ଆଉ କିଛି ଲୋକ ବସି ଥିଲେ। ତେବେ ଏହି ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ କୌଣସି ଖାଲ ହୋଇ ନ ଥିଲା। ଆହତଙ୍କ ଶରୀରରେ କଣ୍ଟା କିମ୍ବା ତାର ପଶି ଯାଇ ନ ଥିଲା। ଆହତ ବ୍ୟକ୍ତିଙ୍କ ମୁହଁ କିମ୍ବା ଶରୀର କଳା ପଡ଼ି ନ ଥିଲା। ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହା ସାଧାରଣ ବିସ୍ଫୋରଣ ନ ଥିଲା। ଏହା ଏକ ବଡ଼ ବୋମା ବିସ୍ଫୋରଣ ଥିଲା। ୨୦୦ ମିଟର ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଏହା ଏକ ବଡ଼ ଆତଙ୍କବାଦୀ ଘଟଣା ବୋଲି ଜଣାପଡୁଛି। ଏବେ ଯାଞ୍ଚ ଜାରି ରହିଛି। ଏବେ ବିସ୍ଫୋରଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ବିସ୍ଫୋରଣରେ କେଉଁ ବାରୁଦ ବ୍ୟବହାର କରାଯାଇଥିଲା?   କାହିଁକି ବିସ୍ଫୋରଣ ପରେ ମୃତାହତଙ୍କ ଶୀରର କଳା ପଡ଼ି ନ ଥିଲା? କାର୍‌ ଭିତରେ କିଏ ବସି ଥିଲେ?  ଜମ୍ମୁ-କଶ୍ମୀରରୁ ଜବତ ବିସ୍ଫୋରକ ସହ ଏହାର କୌଣସି ଲିଙ୍କ୍‌ ନାହିଁ ତ?  ବିସ୍ଫୋରଣ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ନାହିଁ ତ? ଏଭଳି ଅନେକ ପ୍ରଶ୍ନ ଉଠୁଛି। 

ଆତଙ୍କୀଙ୍କ ଟାର୍ଗେଟରେ  ଦିଲ୍ଲୀ: ୧୯୯୬ରୁ ୨୦୨୫

୧୯୯୬ ମେ ୨୫: ଲାଜପତ ନଗରରେ ବିସ୍ଫୋରଣ, ୨୦ ମୃତ
୧୯୯୭ ନଭେମ୍ବର ୩୦; ଲାଲକିଲ୍ଳା ଅଞ୍ଚଳରେ ଟ୍ୱିନ୍‌‌ ବ୍ଲାଷ୍ଟ, ୩ ମୃତ
୧୯୯୭ ଡିସେମ୍ବର ୩୦: ପଞ୍ଜାବୀ ବାଗରେ ବସ୍‌‌ ବିସ୍ଫୋରଣ, ୪ମୃତ
୨୦୦୦ ଜନୁ ୧୮; ଲାଲକିଲ୍ଲାରେ ଦୁଇଟି ବିସ୍ଫୋରଣ,  ୨ ମୃତ
୨୦୦୧ ଡିସେମ୍ବର: ପାର୍ଲାମେଣ୍ଟ ଉପରେ ଆକ୍ରମଣ, ୯ ସୁରକ୍ଷା କର୍ମୀ ସହିଦ
୨୦୦୫ ଅକ୍ଟୋବର ୨୯: ସରୋଜିନୀ ନଗର, ପାହାଡଗଞ୍ଜରେ ବିସ୍ଫୋରଣ, ୬୭ ମୃତ
୨୦୦୬ ଏପ୍ରିଲ ୧୪; ଜାମା ମସଜିଦ ପରିସରରେ ବିସ୍ଫୋରଣ, ୧୪ ଆହତ
୨୦୦୮ସେପ୍ଟେମ୍ବର ୧୩; କାରୋଲ ବାଗ, କନଟ ପ୍ଲେସ, ଗ୍ରେଟର କୈଳାଶ-୧ରେ ସିରିଜ ବିସ୍ଫୋରଣ,  ୩୦ ମୃତ
୨୦୧୧ ମେ ୨୫:  ଦିଲ୍ଳୀ ହାଇକୋର୍ଟ ପାର୍କିଂ ଲଟ୍‌‌ରେ ବିସ୍ଫୋରଣ, ୧୫ ମୃତ
୨୦୨୫ନଭେମ୍ବର ୧୦: ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ, ୮ ମୃତ

11 Nov 2025 By Deviprasad Mohanty

ଦିଲ୍ଲୀ ବିସ୍ଫୋରଣ ପଛରେ କିଏ ? ଆତଙ୍କୀଙ୍କ ଟାର୍ଗେଟରେ ଦିଲ୍ଲୀ: ୧୯୯୬ରୁ ୨୦୨୫...

ଦିଲ୍ଲୀ ବିସ୍ଫୋରଣରରେ ନୂଆ ପାଟର୍ଣ୍ଣ

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ  ନେସନାଲ ସିକୁରିଟି ଗାର୍ଡ, ନେସନାଲ ସିକୁରିଟି ଏଜେନସି, ଦିଲ୍ଳୀ ପୁଲିସ ଏବଂ ଫରେନସିକ୍ ସାଇନ୍ସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  ଏହି ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ବିସ୍ଫୋରଣ ପଛରେ କିଏ, ତାହା ମଧ୍ୟ ଜଣାପଡ଼ି ନାହିଁ। ତେବେ ଯେଉଁ କାରରେ ବିସ୍ଫୋରଣ ହୋଇଛି, ତାହାର ମାଲିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।  ମହମ୍ମଦ ସଲମାନ ନାମକ ଏହି ବ୍ୟକ୍ତି ଦୁଇ ବର୍ଷ ପୂର୍ବେ ଉକ୍ତ କାରକୁ  ଓଖଲାର ଦେବେନ୍ଦ୍ର ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ପୁଣି ଦେବେନ୍ଦ୍ର ଏହି କାରକୁ ଅମ୍ବାଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ।  ସଲମାନଙ୍କ ଘର ହରିଆଣାର ଗୁରୁଗ୍ରାମ ହୋଇଥିବା ବେଳେ କାରର ନମ୍ବର ମଧ୍ୟ ହରିଆଣାରେ ପଞ୍ଜୀକରଣ ହୋଇଛି। ତେବେ ଏବେ ଯେଉଁ ଲୋକର ନାମରେ ଏହି କାର ରହିଛି, ତାହାକୁ ପୁଲିସ ଖୋଜୁଛି। ଏହି ବିସ୍ଫୋରଣରେ ସେମାନଙ୍କର ସଂପୃକ୍ତି ରହିଛି କି ନାହିଁ, ତାହା ଯାଞ୍ଚ କରାଯାଉଛି। ଏହି କାରଟି ହେଉଛି ହୁଣ୍ଡାଇ ଆଇ-୨୦ କାର ଏବଂ ଏଥିରେ ତିନି ଚାରି ଜଣ ଲୋକ ବସିଥିଲେ ବୋଲି କୁହାଯାଉଛି। ପୁଲିସ ଏଅଧିକ କିଛି ସୂଚନା ଦେଉନାହିଁ।

ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଥିବା ୮ ଜଣ ବ୍ୟକ୍ତିଙ୍କୁ ପୁଲିସ ଏସଂପର୍କରେ ପଚରାଉଚରା କରୁଛି।ଆଜିର ବିସ୍ଫୋରଣ ସହିତ ସେମାନଙ୍କର ସଂପର୍କ ରହିଛି କି ନାହିଁ ତାହାର ଖୋଳତାଡ଼ କରରୁଛି ପୁଲିସ।  ଗିରଫ ୮ ଜଣଙ୍କ ମଧ୍ୟରୁ ୪ ଜଣ ଡାକ୍ତର ଥିବା ବେଳେ ୭ ଜଣ ହେଉଛନ୍ତି କଶ୍ମୀର ବାସିନ୍ଦା। ସେମାନେ ମଧ୍ୟ ଦିଲ୍ଲୀ ସମେତ ଉତ୍ତର ଭାରତରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ବୋଲି ପୁଲିସ ଆଗରେ ବୟାନ ଦେଇଥିଲେ॥ ତେଣୁ ଆଜିର ବିସ୍ଫୋରଣ ପଛରେ ସେମାନଙ୍କ ଗୋଷ୍ଠୀର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ସେମାନେ ଆଉ କାହା ସହିତ ସଂପର୍କରେ ଥିଲେ, ସେସଂପର୍କରେ ସୂଚନା ହାସଲ ଲାଗି ଆଜି ରାତି ତମାମ ସେମାନଙ୍କୁ ଜେରା କରାଯାଉଛି।  ଇଈତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିବା ପରେ ବିସ୍ଫୋରଣ ସ୍ଥଳକୁ ମଧ୍ୟ ଯାଇଥିଲେ।

ଦିଲ୍ଲୀ ବିସ୍ଫୋରଣରରେ ନୂଆ ପାଟର୍ଣ୍ଣ; ହୋଇନି ଖାଲ କି କଳା ପଡ଼ିନି ଆହତଙ୍କ ଶରୀର 

ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣରେ ନୂଆ ପାଟର୍ଣ୍ଣ ସାମ୍‌ନାକୁ ଆସିଛି। ଯେଉଁ କାର୍‌ରେ ବିସ୍ଫୋରଣ ହୋଇଥିଲା, ସେଥିରେ ଆଉ କିଛି ଲୋକ ବସି ଥିଲେ। ତେବେ ଏହି ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ କୌଣସି ଖାଲ ହୋଇ ନ ଥିଲା। ଆହତଙ୍କ ଶରୀରରେ କଣ୍ଟା କିମ୍ବା ତାର ପଶି ଯାଇ ନ ଥିଲା। ଆହତ ବ୍ୟକ୍ତିଙ୍କ ମୁହଁ କିମ୍ବା ଶରୀର କଳା ପଡ଼ି ନ ଥିଲା। ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହା ସାଧାରଣ ବିସ୍ଫୋରଣ ନ ଥିଲା। ଏହା ଏକ ବଡ଼ ବୋମା ବିସ୍ଫୋରଣ ଥିଲା। ୨୦୦ ମିଟର ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଏହା ଏକ ବଡ଼ ଆତଙ୍କବାଦୀ ଘଟଣା ବୋଲି ଜଣାପଡୁଛି। ଏବେ ଯାଞ୍ଚ ଜାରି ରହିଛି। ଏବେ ବିସ୍ଫୋରଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ବିସ୍ଫୋରଣରେ କେଉଁ ବାରୁଦ ବ୍ୟବହାର କରାଯାଇଥିଲା?   କାହିଁକି ବିସ୍ଫୋରଣ ପରେ ମୃତାହତଙ୍କ ଶୀରର କଳା ପଡ଼ି ନ ଥିଲା? କାର୍‌ ଭିତରେ କିଏ ବସି ଥିଲେ?  ଜମ୍ମୁ-କଶ୍ମୀରରୁ ଜବତ ବିସ୍ଫୋରକ ସହ ଏହାର କୌଣସି ଲିଙ୍କ୍‌ ନାହିଁ ତ?  ବିସ୍ଫୋରଣ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ନାହିଁ ତ? ଏଭଳି ଅନେକ ପ୍ରଶ୍ନ ଉଠୁଛି। 

ଆତଙ୍କୀଙ୍କ ଟାର୍ଗେଟରେ  ଦିଲ୍ଲୀ: ୧୯୯୬ରୁ ୨୦୨୫

୧୯୯୬ ମେ ୨୫: ଲାଜପତ ନଗରରେ ବିସ୍ଫୋରଣ, ୨୦ ମୃତ
୧୯୯୭ ନଭେମ୍ବର ୩୦; ଲାଲକିଲ୍ଳା ଅଞ୍ଚଳରେ ଟ୍ୱିନ୍‌‌ ବ୍ଲାଷ୍ଟ, ୩ ମୃତ
୧୯୯୭ ଡିସେମ୍ବର ୩୦: ପଞ୍ଜାବୀ ବାଗରେ ବସ୍‌‌ ବିସ୍ଫୋରଣ, ୪ମୃତ
୨୦୦୦ ଜନୁ ୧୮; ଲାଲକିଲ୍ଲାରେ ଦୁଇଟି ବିସ୍ଫୋରଣ,  ୨ ମୃତ
୨୦୦୧ ଡିସେମ୍ବର: ପାର୍ଲାମେଣ୍ଟ ଉପରେ ଆକ୍ରମଣ, ୯ ସୁରକ୍ଷା କର୍ମୀ ସହିଦ
୨୦୦୫ ଅକ୍ଟୋବର ୨୯: ସରୋଜିନୀ ନଗର, ପାହାଡଗଞ୍ଜରେ ବିସ୍ଫୋରଣ, ୬୭ ମୃତ
୨୦୦୬ ଏପ୍ରିଲ ୧୪; ଜାମା ମସଜିଦ ପରିସରରେ ବିସ୍ଫୋରଣ, ୧୪ ଆହତ
୨୦୦୮ସେପ୍ଟେମ୍ବର ୧୩; କାରୋଲ ବାଗ, କନଟ ପ୍ଲେସ, ଗ୍ରେଟର କୈଳାଶ-୧ରେ ସିରିଜ ବିସ୍ଫୋରଣ,  ୩୦ ମୃତ
୨୦୧୧ ମେ ୨୫:  ଦିଲ୍ଳୀ ହାଇକୋର୍ଟ ପାର୍କିଂ ଲଟ୍‌‌ରେ ବିସ୍ଫୋରଣ, ୧୫ ମୃତ
୨୦୨୫ନଭେମ୍ବର ୧୦: ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ, ୮ ମୃତ

https://www.thesakala.in/national-international/who-is-behind-the-delhi-blasts--delhi-targeted-by-terrorists-1996-to-2025/article-43076
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର