‘ମୁଁ ଖାଲି କାହିଁକି ଗାଳି ଶୁଣିବି? ଯିଏ ଖରାପ କାମ କରିବ ସିଏ ଗାଳି ଶୁଣିବା ଉଚିତ'; କ'ଣ ପାଇଁ ଏମିତି କହିଲେ ନୀତିନ ଗଡ଼କରୀ...

Madhusudan Das Picture
Published On

ନୂଆଦିଲ୍ଲୀ: ‘ମୁଁ ଖାଲି କାହିଁକି ଗାଳି ଶୁଣିବି? ଯିଏ ଖରାପ କାମ କରିବ ସିଏ ଗାଳି ଶୁଣିବା ଉଚିତ। ଖରାପ ରାସ୍ତା ପାଇଁ କିଏ ଦାୟୀ ସମସ୍ତେ ଜାଣିବା ଦରକାର। ଏବେ ଖରାପ ରାସ୍ତା ପାଇଁ କେବଳ ମନ୍ତ୍ରୀ ନୁହେଁ, ବରଂ ଏଥିପାଇଁ ଦାୟୀ ସବୁ ଲୋକଙ୍କୁ ଜବାବ ଦେବାକୁ ପଡ଼ିବ’। ସାମାଜିକ ଗଣମାଧ୍ୟମରେ ଖରାପ ରାସ୍ତାକୁ ନେଇ ସମାଲୋଚନାର ସରବ୍ୟ ହେବାପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଏହି ଗାଳି ଶୁଣିବାରୁ ବର୍ତ୍ତିବା ଲାଗି ନିଆରା ପଦକ୍ଷେପ ନେଇଛନ୍ତି। ସେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚଏଆଇ) ଏବଂ ରାସ୍ତା ନିର୍ମାଣକାରୀ କମ୍ପାନୀଙ୍କୁ ୟୁଟ୍ୟୁବ ଚ୍ୟାନେଲ ଖୋଲି ରାସ୍ତାଗୁଡିକର ସୂଚନା ଦେବାକୁ କହିଛନ୍ତି। ଏହା ସହିତ ଜାତୀୟ ରାଜପଥ ପାର୍ଶ୍ବରେ ହୋର୍ଡିଂରେ କ୍ୟୁଆର କୋଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ୟୁଆର କୋଡ୍‌ ସ୍କାନ କଲେ ଯାତ୍ରୀ ରାସ୍ତାର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଏଥିରେ ଠିକାଦାର, ପରାମର୍ଶଦାତା ଏବଂ ଏହି ରାସ୍ତାକୁ ଅନୁମୋଦନ ଦେଇଥିବା ସରକାରୀ ଅଧିକାରୀ, ମନ୍ତ୍ରୀଙ୍କ ନାମ, ଫଟୋ ଏବଂ ଫୋନ୍‌ ନମ୍ବର ସହି ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ସୂଚନା ରହିବ।

ଆହୁରି ପଢ଼ନ୍ତୁ: ବମ୍ବେ ହାଇକୋର୍ଟ ବିଚାରପତିଙ୍କ ସହ ସାଇବର ଠକେଇ: ୬ ଲକ୍ଷ ଟଙ୍କା ଲୁଟିନେଲା ଜାମତାଡ଼ାର ୨୫ ବର୍ଷୀୟ ଯୁବକ, ପୋଲିସ କଲା ଗିରଫ

ଗଡକରୀ କହିଛନ୍ତି ଯେ ଖରାପ ରାସ୍ତାକୁ ନେଇ ଯଦି ଲୋକେ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରନ୍ତି, ତେବେ ଏହାକୁ ଗମ୍ଭୀରତାର ସହ ନେବା ଉଚିତ। ରାସ୍ତା ନିର୍ମାଣ ଆରମ୍ଭ ହେବାରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ଦାୟିତ୍ବର ସହ, ସଚ୍ଚୋଟ ଏବଂ ସକରାତ୍ମକ ଚିନ୍ତାଧାରା ରଖି କାମ କରିବାକୁ ହେବ। ରାସ୍ତା ଭଲ ହେବା ଉଚିତ ଏବଂ ଭଲ ମଧ୍ୟ ରହିବା ଆବଶ୍ୟକ। ଏଥିପାଇଁ ସ୍ପଷ୍ଟ ସାଇନବୋର୍ଡ ଲଗାଇବା ଉଚିତ। ଯଦି ଲୋକେ ଟୋଲ୍‌ ଦେଉଛନ୍ତି, ତେବେ ସେମାନେ ଅନ୍ତର୍ଜାତୀୟ ମାନର ରାସ୍ତା ଚାହୁଁଛନ୍ତି। ଖରାପ ରାସ୍ତା ପାଇଁ ପାଣିପାଗ କିମ୍ବା ଅନ୍ୟ କୌଣସି କାରକର ବାହନା ଦେଲେ ଶୁଣାଯିବ ନାହିଁ। ଯଦି ରାସ୍ତା ଠିକ ନାହିଁ, ତେବେ ଏହାକୁ ତୁରନ୍ତ ସଜାଡ଼ ବୋଲି ଗଡକରୀ କହିଛନ୍ତି। 

ଆହୁରି ପଢ଼ନ୍ତୁ: ଆମେରିକାର ଯୁଦ୍ଧପୋତ 'ୟୁଏସ୍ଏସ୍ ଅବ୍ରାହମ ଲିଙ୍କନ୍' ଉପରେ ଇରାନର ମିସାଇଲ୍ ମାଡ଼, ସବୁ ଆକ୍ରମଣକୁ ବିଫଳ କଲା ଆମେରିକା

01 Nov 2025 By Madhusudan Das

‘ମୁଁ ଖାଲି କାହିଁକି ଗାଳି ଶୁଣିବି? ଯିଏ ଖରାପ କାମ କରିବ ସିଏ ଗାଳି ଶୁଣିବା ଉଚିତ'; କ'ଣ ପାଇଁ ଏମିତି କହିଲେ ନୀତିନ ଗଡ଼କରୀ...

ନୂଆଦିଲ୍ଲୀ: ‘ମୁଁ ଖାଲି କାହିଁକି ଗାଳି ଶୁଣିବି? ଯିଏ ଖରାପ କାମ କରିବ ସିଏ ଗାଳି ଶୁଣିବା ଉଚିତ। ଖରାପ ରାସ୍ତା ପାଇଁ କିଏ ଦାୟୀ ସମସ୍ତେ ଜାଣିବା ଦରକାର। ଏବେ ଖରାପ ରାସ୍ତା ପାଇଁ କେବଳ ମନ୍ତ୍ରୀ ନୁହେଁ, ବରଂ ଏଥିପାଇଁ ଦାୟୀ ସବୁ ଲୋକଙ୍କୁ ଜବାବ ଦେବାକୁ ପଡ଼ିବ’। ସାମାଜିକ ଗଣମାଧ୍ୟମରେ ଖରାପ ରାସ୍ତାକୁ ନେଇ ସମାଲୋଚନାର ସରବ୍ୟ ହେବାପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଏହି ଗାଳି ଶୁଣିବାରୁ ବର୍ତ୍ତିବା ଲାଗି ନିଆରା ପଦକ୍ଷେପ ନେଇଛନ୍ତି। ସେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚଏଆଇ) ଏବଂ ରାସ୍ତା ନିର୍ମାଣକାରୀ କମ୍ପାନୀଙ୍କୁ ୟୁଟ୍ୟୁବ ଚ୍ୟାନେଲ ଖୋଲି ରାସ୍ତାଗୁଡିକର ସୂଚନା ଦେବାକୁ କହିଛନ୍ତି। ଏହା ସହିତ ଜାତୀୟ ରାଜପଥ ପାର୍ଶ୍ବରେ ହୋର୍ଡିଂରେ କ୍ୟୁଆର କୋଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ୟୁଆର କୋଡ୍‌ ସ୍କାନ କଲେ ଯାତ୍ରୀ ରାସ୍ତାର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଏଥିରେ ଠିକାଦାର, ପରାମର୍ଶଦାତା ଏବଂ ଏହି ରାସ୍ତାକୁ ଅନୁମୋଦନ ଦେଇଥିବା ସରକାରୀ ଅଧିକାରୀ, ମନ୍ତ୍ରୀଙ୍କ ନାମ, ଫଟୋ ଏବଂ ଫୋନ୍‌ ନମ୍ବର ସହି ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ସୂଚନା ରହିବ।

ଗଡକରୀ କହିଛନ୍ତି ଯେ ଖରାପ ରାସ୍ତାକୁ ନେଇ ଯଦି ଲୋକେ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରନ୍ତି, ତେବେ ଏହାକୁ ଗମ୍ଭୀରତାର ସହ ନେବା ଉଚିତ। ରାସ୍ତା ନିର୍ମାଣ ଆରମ୍ଭ ହେବାରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ଦାୟିତ୍ବର ସହ, ସଚ୍ଚୋଟ ଏବଂ ସକରାତ୍ମକ ଚିନ୍ତାଧାରା ରଖି କାମ କରିବାକୁ ହେବ। ରାସ୍ତା ଭଲ ହେବା ଉଚିତ ଏବଂ ଭଲ ମଧ୍ୟ ରହିବା ଆବଶ୍ୟକ। ଏଥିପାଇଁ ସ୍ପଷ୍ଟ ସାଇନବୋର୍ଡ ଲଗାଇବା ଉଚିତ। ଯଦି ଲୋକେ ଟୋଲ୍‌ ଦେଉଛନ୍ତି, ତେବେ ସେମାନେ ଅନ୍ତର୍ଜାତୀୟ ମାନର ରାସ୍ତା ଚାହୁଁଛନ୍ତି। ଖରାପ ରାସ୍ତା ପାଇଁ ପାଣିପାଗ କିମ୍ବା ଅନ୍ୟ କୌଣସି କାରକର ବାହନା ଦେଲେ ଶୁଣାଯିବ ନାହିଁ। ଯଦି ରାସ୍ତା ଠିକ ନାହିଁ, ତେବେ ଏହାକୁ ତୁରନ୍ତ ସଜାଡ଼ ବୋଲି ଗଡକରୀ କହିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର