ଦୀପାବଳି ପରେ ଚରମ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଗତକାଲି ଦିପାବଳୀ ପରେ ପରେ ପୂରା ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀର ଆକାଶ। ଦୀପାବଳିର ଗୋଟିଏ ଦିନ ପରେ ମଙ୍ଗଳବାର ଦିଲ୍ଲୀକୁ ବିଷାକ୍ତ କୁହୁଡ଼ି ଘୋଡ଼ାଇ ରଖିଥିବାର ଦେଖିବାକୁ ମିଳିଛି।   ନିର୍ଦ୍ଧାରିତ ସମୟ ସୀମାକୁ ଉଲ୍ଲଂଘନ କରି ଲଗାତର ଭାବେ ବାଣ ମାରି ଚାଲିଥିଲେ ଦିଲ୍ଲୀ ବାସିନ୍ଦା। ଯାହାଫଳରେ ରାତି ଅଧରେ ଆକାଶ ଦିଶୁଥିଲା ବେଶ୍‌ ଧୂଆଁଳିଆ। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଗମ୍ଭୀର' ବର୍ଗକୁ ଖସିଯାଇଛି। 

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଖବର ଅନୁଯାୟୀ, ଉତ୍ସବ ପାଳନ ମଧ୍ୟରେ ପ୍ରଦୂଷଣ ସ୍ତର ଖରାପ ହେବା ସହିତ ସକାଳ ୭ଟାରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୫୧ ରହିଥିଲା। ଯାହାକି ଜାତୀୟ ହାରାହାରିଠାରୁ ୧.୮ ଗୁଣ ଅଧିକ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଦୀପାବଳି ରାତିରେ ଏକ୍ୟୁଆଇ "ଅତ୍ୟନ୍ତ ଖରାପ" ବର୍ଗକୁ ଖସିଗଲା। ନୋଇଡା ଏବଂ ଗୁରୁଗ୍ରାମ ଭଳି ସାଟେଲାଇଟ୍ ସହରଗୁଡ଼ିକର ସ୍ଥିତି ମଧ୍ୟ ଭଲ ନଥିଲା, ମଙ୍ଗଳବାର ସକାଳେ ଏକ୍ୟୁଆଇ ଯଥାକ୍ରମେ ୪୦୭ ଏବଂ ୪୦୨ ଥିଲା। ଗତବର୍ଷ ଦୀପାବଳି ପରେ ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ବର୍ଗରେ ରେକର୍ଡ କରାଯାଇଥିଲା। ଏକ୍ୟୁଆଇ ଥିଲା ୩୫୯।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଉଳ୍ଲେଖଯୋଗ୍ୟ, ଚଳିତବର୍ଷ ସୁପ୍ରିମକୋର୍ଟ ୧୮ ରୁ ୨୦ ଅକ୍ଟୋବର ପର୍ୟ୍ୟନ୍ତ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସବୁଜ ବାଣକୁ ଅନୁମତି ଦେଇଥିଲେ, କେବଳ ଦୁଇଟି ସମୟ ସ୍ଲଟ୍ ମଧ୍ୟରେ, ସକାଳ ୬ ରୁ ୭ ଏବଂ ସନ୍ଧ୍ୟା ୮ ରୁ ରାତି ୧୦ ପର୍ଯ୍ୟନ୍ତ। ତଥାପି, କେହି ନିୟମ ପାଳନ କରି ନ ଥିଲେ।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର