ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ, ହେଲେ ବର୍ତ୍ତମାନ କୌଣସି ନଦୀରେ ବନ୍ୟା ନାହିଁ

The Sakala Picture
Published On

ଭୁବନେଶ୍ବର: ଆଜି ରେକର୍ଡ ହୋଇଥିବା ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ। ରାଜ୍ୟରେ ପ୍ରବଳ ବର୍ଷା ସତ୍ତ୍ଵେ କୌଣସି ନଦୀର ମଧ୍ୟ ବନ୍ୟା ପରିସ୍ଥିତି ନାହିଁ। ଏହା ସ୍ପଷ୍ଟ କରିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ତାଙ୍କ ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣରେଖା ବେସିନରେ ୨୦.୯୭ ମିଲିମିଟର, ବୁଢାବଳଙ୍ଗରେ ୪୩.୦୭ mm, ବୈତରଣୀରେ ୩୦.୬୫ mm ବର୍ଷା ହୋଇଛି। ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳ ବୃଦ୍ଧି ପାଇବ। ଏହା […]

ଭୁବନେଶ୍ବର: ଆଜି ରେକର୍ଡ ହୋଇଥିବା ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ। ରାଜ୍ୟରେ ପ୍ରବଳ ବର୍ଷା ସତ୍ତ୍ଵେ କୌଣସି ନଦୀର ମଧ୍ୟ ବନ୍ୟା ପରିସ୍ଥିତି ନାହିଁ। ଏହା ସ୍ପଷ୍ଟ କରିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ତାଙ୍କ ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣରେଖା ବେସିନରେ ୨୦.୯୭ ମିଲିମିଟର, ବୁଢାବଳଙ୍ଗରେ ୪୩.୦୭ mm, ବୈତରଣୀରେ ୩୦.୬୫ mm ବର୍ଷା ହୋଇଛି। ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳ ବୃଦ୍ଧି ପାଇବ। ଏହା ସତର୍କ ସଂକେତ ଉପରକୁ ଯିବ। ଆଜି ବର୍ଷା ନ ହେଲେ ବିପଦ ସଂକେତ ଟପିବ ନାହିଁ। ବର୍ତ୍ତମାନ କୌଣସି ନଦୀରେ ବନ୍ୟା ନାହିଁ। ହୀରାକୁଦର ଜଳସ୍ତର ୬୨୬.୩୧ ଫୁଟ, ରେଙ୍ଗାଲିର ୧୨୨.୭୩ ମିଟର ଜଳ ଅଛି। କେଉଁଠି ବି ଗେଟ ଖୋଲିବ ନାହିଁ। ଯଦି ଆଜି ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଅଧିକ ପାଣି ଆସେ, ତେବେ ଗେଟ ଖୋଲିବା ନିଷ୍ପତ୍ତି ନିଆଯାଇ ପାରେ। କେନ୍ଦୁଝର ହାଟଡିହି ଓ ଘସିପୁରା, ବାଲେଶ୍ୱର ସହରରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ମୁଣ୍ଡଳୀରେ ଲକ୍ଷେ କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେଣୁ ବନ୍ୟାର ଆଶଙ୍କା ନାହିଁ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

02 Sep 2025 By The Sakala

ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ, ହେଲେ ବର୍ତ୍ତମାନ କୌଣସି ନଦୀରେ ବନ୍ୟା ନାହିଁ

ଭୁବନେଶ୍ବର: ଆଜି ରେକର୍ଡ ହୋଇଥିବା ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ। ରାଜ୍ୟରେ ପ୍ରବଳ ବର୍ଷା ସତ୍ତ୍ଵେ କୌଣସି ନଦୀର ମଧ୍ୟ ବନ୍ୟା ପରିସ୍ଥିତି ନାହିଁ। ଏହା ସ୍ପଷ୍ଟ କରିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ତାଙ୍କ ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣରେଖା ବେସିନରେ ୨୦.୯୭ ମିଲିମିଟର, ବୁଢାବଳଙ୍ଗରେ ୪୩.୦୭ mm, ବୈତରଣୀରେ ୩୦.୬୫ mm ବର୍ଷା ହୋଇଛି। ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳ ବୃଦ୍ଧି ପାଇବ। ଏହା ସତର୍କ ସଂକେତ ଉପରକୁ ଯିବ। ଆଜି ବର୍ଷା ନ ହେଲେ ବିପଦ ସଂକେତ ଟପିବ ନାହିଁ। ବର୍ତ୍ତମାନ କୌଣସି ନଦୀରେ ବନ୍ୟା ନାହିଁ। ହୀରାକୁଦର ଜଳସ୍ତର ୬୨୬.୩୧ ଫୁଟ, ରେଙ୍ଗାଲିର ୧୨୨.୭୩ ମିଟର ଜଳ ଅଛି। କେଉଁଠି ବି ଗେଟ ଖୋଲିବ ନାହିଁ। ଯଦି ଆଜି ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଅଧିକ ପାଣି ଆସେ, ତେବେ ଗେଟ ଖୋଲିବା ନିଷ୍ପତ୍ତି ନିଆଯାଇ ପାରେ। କେନ୍ଦୁଝର ହାଟଡିହି ଓ ଘସିପୁରା, ବାଲେଶ୍ୱର ସହରରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ମୁଣ୍ଡଳୀରେ ଲକ୍ଷେ କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେଣୁ ବନ୍ୟାର ଆଶଙ୍କା ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର