ଟ୍ରମ୍ପଙ୍କୁ ଖୋଲା ଚ୍ୟାଲେଞ୍ଜ, ଦଳ ଗଢ଼ିଲେ ଏଲନ୍‌ ମସ୍କ….

The Sakala Picture
Published On

ୱାସିଂଟନ: ବ୍ୟବସାୟ, ରାଜନୀତି, ନେତାଙ୍କୁ ସମର୍ଥନ, ମନ୍ତ୍ରୀପଦ, ସରକାରୀ ନିଷ୍ପତ୍ତିକୁ ବିରୋଧ, ବିବାଦ, ଇସ୍ତଫା ପରେ ପୁଣି ରାଜନୀତିରେ ସାମିଲ ହେବା ଘଟଣା ଆମେରିକାରେ ଚହଳ ପକାଇ ଦେଇଛି। ଶିଳ୍ପପତି ଏଲନ ମସ୍କଙ୍କ ସହ ଏଭଳି ଘଟଣା ଘଟିଛି। ବନ୍ଧୁତା ବଇରୀ ପାଲଟି ଯାଇଛି। ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ କରି ଆର୍ଥିକ ସହାୟତା ଦେଇଥିବା ମସ୍କ ବିବାଦ ପରେ ରାଷ୍ଟ୍ରପତିଙ୍କ ଠାରୁ ଦୂରେଇ ଯାଇଛନ୍ତି। ଶତ୍ରୁତା ଏତେ ବଢ଼ି ଯାଇଛି ଯେ ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ […]

ୱାସିଂଟନ: ବ୍ୟବସାୟ, ରାଜନୀତି, ନେତାଙ୍କୁ ସମର୍ଥନ, ମନ୍ତ୍ରୀପଦ, ସରକାରୀ ନିଷ୍ପତ୍ତିକୁ ବିରୋଧ, ବିବାଦ, ଇସ୍ତଫା ପରେ ପୁଣି ରାଜନୀତିରେ ସାମିଲ ହେବା ଘଟଣା ଆମେରିକାରେ ଚହଳ ପକାଇ ଦେଇଛି। ଶିଳ୍ପପତି ଏଲନ ମସ୍କଙ୍କ ସହ ଏଭଳି ଘଟଣା ଘଟିଛି। ବନ୍ଧୁତା ବଇରୀ ପାଲଟି ଯାଇଛି। ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ କରି ଆର୍ଥିକ ସହାୟତା ଦେଇଥିବା ମସ୍କ ବିବାଦ ପରେ ରାଷ୍ଟ୍ରପତିଙ୍କ ଠାରୁ ଦୂରେଇ ଯାଇଛନ୍ତି। ଶତ୍ରୁତା ଏତେ ବଢ଼ି ଯାଇଛି ଯେ ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ ବିରୋଧ କରି କ୍ଷମା ମାଗିବାକୁ ପଛାଇ ନାହାନ୍ତି। ଟ୍ରମ୍ପ ମଧ୍ୟ ତାଙ୍କୁ ଧମକ ଦେଇଛନ୍ତି। ଟେସ୍‌ଲା ମାଲିକଙ୍କୁ ଦକ୍ଷିଣ ଆଫ୍ରିକା ପଠାଇ ଦେବେ ବୋଲି ମଧ୍ୟ କହିଛନ୍ତି। ଏପରି ସମୟରେ ଆମେରିକା ରାଷ୍ଟ୍ରପତିଙ୍କୁ ଜବାବ ଦେବା ଲାଗି ଅରବପତି ଏଲନ ମସ୍କ ଶନିବାର ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ସେ ଏହାର ନାମ ‘ଆମେରିକା ପାର୍ଟି’ ରଖିଛନ୍ତି। ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ମସ୍କ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ମସ୍କ ଏହି ଘୋଷଣା କରି ଦେଶର ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ସେ ଦେଶରେ ଏକ ଦଳୀୟ ବ୍ୟବସ୍ଥା ଚାଲିଥିବା ଉଲ୍ଳେଖ କରିଛନ୍ତି। ଆମେ ଗଣତନ୍ତ୍ରରେ ନୁହେଁ, ବରଂ ଏକ ଦଳୀୟ ବ୍ୟବସ୍ଥାରେ ରହୁଛେ। ଦେଶକୁ ବର୍‌ବାଦ କରି ଦେବାଳିଆ କରିଦିଆଯାଉଛି। ଏବେ ଆମେ ଏକଦଳୀୟ ବ୍ୟବସ୍ଥାକୁ ଭାଙ୍ଗିବାକୁ ଯାଉଛୁ। ମସ୍କ ଘୋଷଣା କରିଛନ୍ତି ଯେ ଆଜି ଆମେରିକା ପାର୍ଟି ଗଠନ କରାଯାଇଛି। ଲୋକଙ୍କୁ ପୁଣିଥରେ ସ୍ବାଧୀନତା ଫେରାଇ ଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ସେ ଏକ୍ସରେ ସର୍ଭେ ମଧ୍ୟ କରିଥିଲେ। ଏଥିରୁ ୬୬% ଲୋକ ନୂଆ ରାଜନୈତିକ ଦଳ ଚାହୁଁଥିବା ଜଣାପଡ଼ିଛି। ଏବେ ଲୋକଙ୍କ ଇଚ୍ଛା ପୂରଣ ହେବ। ରପବ୍ଲିକାନ ଏବଂ ଡେମୋକ୍ରାଟ ପାର୍ଟି ଆମେରିକାକୁ ବର୍‌ବାଦ ଏବଂ ଦୁର୍ନୀତିର ଗନ୍ତାଘର କରିଦେଇଛନ୍ତି। ଏବେ ଦେଶକୁ ଦୁଇ ଦଳୀୟ ବ୍ୟବସ୍ଥାରୁ ସ୍ବାଧୀନତା ମିଳିବ। ଟ୍ରମ୍ପଙ୍କ ସହ ବିବାଦ ମଧ୍ୟରେ ମସ୍କ ଏଭଳି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ଏହା ପୂର୍ବରୁ ଆମେରିକା ସ୍ବାଧୀନତା ଦିବସ ଅବସରରେ ମସ୍କ ଏକ୍ସରେ ଏକ ସର୍ଭେ କରାଇ ଥିଲେ। ଏଥିରେ ଦୁଇ ଦଳୀୟ ବ୍ୟବସ୍ଥାରୁ ସ୍ବାଧୀନତା ଚାହୁଁଛନ୍ତି କି ନାହିଁ ଏବଂ ଆମେରିକା ପାର୍ଟି ଗଠନ କରିବା ଉଚିତ କି ବୋଲି ପଚାରି ଥିଲେ। ସର୍ଭେରେ ୬୫.୪ ପ୍ରତିଶତ ଲୋକ ହଁ ଏବଂ ୩୪.୬ ପ୍ରତିଶତ ନା କହିଥିଲେ। ସୂଚନାଯୋଗ୍ୟ ଯେ ଗତ କିଛି ସପ୍ତାହ ହେଲା ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ବିବାଦ ଉଗ୍ର ହୋଇଥିଲା। ଉଭୟ ଗୃହରେ ପାରିତ ଟ୍ରମ୍ପଙ୍କ ପ୍ରିୟ ‘ୱାନ ବିଗ୍‌ ବିୟୁଟିଫୁଲ ବିଲ୍‌’ ଏହି ନିଆଁରେ ଘିଅ ଢାଳି ଥିଲା। ଏହାକୁ ମସ୍କ ତୀବ୍ର ସମାଲୋଚନା କରିଥିଲେ। ପୂର୍ବରୁ ମସ୍କ ଟ୍ରମ୍ପଙ୍କ କ୍ୟାବିନେଟରେ ପ୍ରମୁଖ ପରାମର୍ଶଦାତା ଭାବେ କାମ କରୁଥିଲେ। ‘ଡିପାର୍ଟମେଣ୍ଟ ଅଫ୍‌ ଗମେଣ୍ଟ ଏଫିସିଏନ୍ସି’ର ନେତୃତ୍ବ ନେଇ ସେ ସରକାରୀ ଖର୍ଚ୍ଚ କାଟ୍‌ କରୁଥିଲେ। ତେବେ ଟ୍ରମ୍ପଙ୍କ ଟିକସ ଏବଂ ବ୍ୟୟ ବିଲ୍‌କୁ ସେ ବିରୋଧ କରିଥିଲେ। ଏହା ଦ୍ବାରା ଆଗାମୀ ୧୦ ବର୍ଷରେ ଆମେରିକା ୩.୩ ଟ୍ରିଲିୟନ ଡଲାରର ଋଣ ବୃଦ୍ଧି କରିବ ବୋଲି ସେ ଆଶା କରିଥିଲେ। ବିଭିନ୍ନ ପ୍ରସଙ୍ଗରେ ମତଭେଦ ତୀବ୍ର ହେବା ପରେ ସେ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଥିଲେ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

07 Jul 2025 By The Sakala

ଟ୍ରମ୍ପଙ୍କୁ ଖୋଲା ଚ୍ୟାଲେଞ୍ଜ, ଦଳ ଗଢ଼ିଲେ ଏଲନ୍‌ ମସ୍କ….

ୱାସିଂଟନ: ବ୍ୟବସାୟ, ରାଜନୀତି, ନେତାଙ୍କୁ ସମର୍ଥନ, ମନ୍ତ୍ରୀପଦ, ସରକାରୀ ନିଷ୍ପତ୍ତିକୁ ବିରୋଧ, ବିବାଦ, ଇସ୍ତଫା ପରେ ପୁଣି ରାଜନୀତିରେ ସାମିଲ ହେବା ଘଟଣା ଆମେରିକାରେ ଚହଳ ପକାଇ ଦେଇଛି। ଶିଳ୍ପପତି ଏଲନ ମସ୍କଙ୍କ ସହ ଏଭଳି ଘଟଣା ଘଟିଛି। ବନ୍ଧୁତା ବଇରୀ ପାଲଟି ଯାଇଛି। ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ କରି ଆର୍ଥିକ ସହାୟତା ଦେଇଥିବା ମସ୍କ ବିବାଦ ପରେ ରାଷ୍ଟ୍ରପତିଙ୍କ ଠାରୁ ଦୂରେଇ ଯାଇଛନ୍ତି। ଶତ୍ରୁତା ଏତେ ବଢ଼ି ଯାଇଛି ଯେ ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ ବିରୋଧ କରି କ୍ଷମା ମାଗିବାକୁ ପଛାଇ ନାହାନ୍ତି। ଟ୍ରମ୍ପ ମଧ୍ୟ ତାଙ୍କୁ ଧମକ ଦେଇଛନ୍ତି। ଟେସ୍‌ଲା ମାଲିକଙ୍କୁ ଦକ୍ଷିଣ ଆଫ୍ରିକା ପଠାଇ ଦେବେ ବୋଲି ମଧ୍ୟ କହିଛନ୍ତି। ଏପରି ସମୟରେ ଆମେରିକା ରାଷ୍ଟ୍ରପତିଙ୍କୁ ଜବାବ ଦେବା ଲାଗି ଅରବପତି ଏଲନ ମସ୍କ ଶନିବାର ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ସେ ଏହାର ନାମ ‘ଆମେରିକା ପାର୍ଟି’ ରଖିଛନ୍ତି। ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ମସ୍କ ଏହି ସୂଚନା ଦେଇଛନ୍ତି।

ମସ୍କ ଏହି ଘୋଷଣା କରି ଦେଶର ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ସେ ଦେଶରେ ଏକ ଦଳୀୟ ବ୍ୟବସ୍ଥା ଚାଲିଥିବା ଉଲ୍ଳେଖ କରିଛନ୍ତି। ଆମେ ଗଣତନ୍ତ୍ରରେ ନୁହେଁ, ବରଂ ଏକ ଦଳୀୟ ବ୍ୟବସ୍ଥାରେ ରହୁଛେ। ଦେଶକୁ ବର୍‌ବାଦ କରି ଦେବାଳିଆ କରିଦିଆଯାଉଛି। ଏବେ ଆମେ ଏକଦଳୀୟ ବ୍ୟବସ୍ଥାକୁ ଭାଙ୍ଗିବାକୁ ଯାଉଛୁ। ମସ୍କ ଘୋଷଣା କରିଛନ୍ତି ଯେ ଆଜି ଆମେରିକା ପାର୍ଟି ଗଠନ କରାଯାଇଛି। ଲୋକଙ୍କୁ ପୁଣିଥରେ ସ୍ବାଧୀନତା ଫେରାଇ ଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ସେ ଏକ୍ସରେ ସର୍ଭେ ମଧ୍ୟ କରିଥିଲେ। ଏଥିରୁ ୬୬% ଲୋକ ନୂଆ ରାଜନୈତିକ ଦଳ ଚାହୁଁଥିବା ଜଣାପଡ଼ିଛି। ଏବେ ଲୋକଙ୍କ ଇଚ୍ଛା ପୂରଣ ହେବ। ରପବ୍ଲିକାନ ଏବଂ ଡେମୋକ୍ରାଟ ପାର୍ଟି ଆମେରିକାକୁ ବର୍‌ବାଦ ଏବଂ ଦୁର୍ନୀତିର ଗନ୍ତାଘର କରିଦେଇଛନ୍ତି। ଏବେ ଦେଶକୁ ଦୁଇ ଦଳୀୟ ବ୍ୟବସ୍ଥାରୁ ସ୍ବାଧୀନତା ମିଳିବ। ଟ୍ରମ୍ପଙ୍କ ସହ ବିବାଦ ମଧ୍ୟରେ ମସ୍କ ଏଭଳି ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଆମେରିକା ସ୍ବାଧୀନତା ଦିବସ ଅବସରରେ ମସ୍କ ଏକ୍ସରେ ଏକ ସର୍ଭେ କରାଇ ଥିଲେ। ଏଥିରେ ଦୁଇ ଦଳୀୟ ବ୍ୟବସ୍ଥାରୁ ସ୍ବାଧୀନତା ଚାହୁଁଛନ୍ତି କି ନାହିଁ ଏବଂ ଆମେରିକା ପାର୍ଟି ଗଠନ କରିବା ଉଚିତ କି ବୋଲି ପଚାରି ଥିଲେ। ସର୍ଭେରେ ୬୫.୪ ପ୍ରତିଶତ ଲୋକ ହଁ ଏବଂ ୩୪.୬ ପ୍ରତିଶତ ନା କହିଥିଲେ। ସୂଚନାଯୋଗ୍ୟ ଯେ ଗତ କିଛି ସପ୍ତାହ ହେଲା ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ବିବାଦ ଉଗ୍ର ହୋଇଥିଲା। ଉଭୟ ଗୃହରେ ପାରିତ ଟ୍ରମ୍ପଙ୍କ ପ୍ରିୟ ‘ୱାନ ବିଗ୍‌ ବିୟୁଟିଫୁଲ ବିଲ୍‌’ ଏହି ନିଆଁରେ ଘିଅ ଢାଳି ଥିଲା। ଏହାକୁ ମସ୍କ ତୀବ୍ର ସମାଲୋଚନା କରିଥିଲେ। ପୂର୍ବରୁ ମସ୍କ ଟ୍ରମ୍ପଙ୍କ କ୍ୟାବିନେଟରେ ପ୍ରମୁଖ ପରାମର୍ଶଦାତା ଭାବେ କାମ କରୁଥିଲେ। ‘ଡିପାର୍ଟମେଣ୍ଟ ଅଫ୍‌ ଗମେଣ୍ଟ ଏଫିସିଏନ୍ସି’ର ନେତୃତ୍ବ ନେଇ ସେ ସରକାରୀ ଖର୍ଚ୍ଚ କାଟ୍‌ କରୁଥିଲେ। ତେବେ ଟ୍ରମ୍ପଙ୍କ ଟିକସ ଏବଂ ବ୍ୟୟ ବିଲ୍‌କୁ ସେ ବିରୋଧ କରିଥିଲେ। ଏହା ଦ୍ବାରା ଆଗାମୀ ୧୦ ବର୍ଷରେ ଆମେରିକା ୩.୩ ଟ୍ରିଲିୟନ ଡଲାରର ଋଣ ବୃଦ୍ଧି କରିବ ବୋଲି ସେ ଆଶା କରିଥିଲେ। ବିଭିନ୍ନ ପ୍ରସଙ୍ଗରେ ମତଭେଦ ତୀବ୍ର ହେବା ପରେ ସେ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର