ଟ୍ରମ୍ପ-ମସ୍କ ମୁହାଁମୁହିଁ: ରାଷ୍ଟ୍ରପତି ପଦରୁ ଟ୍ରମ୍ପଙ୍କୁ ହଟାଯାଉ: ମସ୍କ

The Sakala Picture
Published On

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ େଡାନାଲ୍ଡ ଟ୍ରମ୍ପଙ୍କୁ ଜିତାଇବାରେ ପ୍ରମୁଖ ଗ୍ରହଣ କରିଥିଲେ ଶିଳ୍ପପତି ଏଲନ ମସ୍କ। ବିଜୟୀ ହେବାପରେ ଟ୍ରମ୍ପ ଓ ମସ୍କ ମଧ୍ୟରେ ସଂପର୍କ ଏେତ ନିବିଡ଼ ହୋଇଯାଇଥିଲା ଯେ ଦୁହେଁ ପରସ୍ପରକୁ ପ୍ରଶଂସାରେ ପୋତି ପକାଉଥିଲେ। କିନ୍ତୁ ଏବେ ହଠାତ ଟ୍ରମ୍ପ ଓ ମସ୍କ ଶତ୍ରୁ ପାଲଟିଯାଇଛନ୍ତି। ଦୁହେଁ ପରସ୍ପର ବିରୋଧରେ ବିଷୋଦଗାର କରିବାେର ଲାଗି ପଡ଼ିଛନ୍ତି। ସେମାନଙ୍କ ବିଷୋଦଗାର ନିମ୍ନ ସ୍ତରକୁ ଖସିଯାଇଛି। ଟ୍ରମ୍ପ ରାଷ୍ଟ୍ରପତି ହେବାକୁ ଅଯୋଗ୍ୟ […]

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ େଡାନାଲ୍ଡ ଟ୍ରମ୍ପଙ୍କୁ ଜିତାଇବାରେ ପ୍ରମୁଖ ଗ୍ରହଣ କରିଥିଲେ ଶିଳ୍ପପତି ଏଲନ ମସ୍କ। ବିଜୟୀ ହେବାପରେ ଟ୍ରମ୍ପ ଓ ମସ୍କ ମଧ୍ୟରେ ସଂପର୍କ ଏେତ ନିବିଡ଼ ହୋଇଯାଇଥିଲା ଯେ ଦୁହେଁ ପରସ୍ପରକୁ ପ୍ରଶଂସାରେ ପୋତି ପକାଉଥିଲେ। କିନ୍ତୁ ଏବେ ହଠାତ ଟ୍ରମ୍ପ ଓ ମସ୍କ ଶତ୍ରୁ ପାଲଟିଯାଇଛନ୍ତି। ଦୁହେଁ ପରସ୍ପର ବିରୋଧରେ ବିଷୋଦଗାର କରିବାେର ଲାଗି ପଡ଼ିଛନ୍ତି। ସେମାନଙ୍କ ବିଷୋଦଗାର ନିମ୍ନ ସ୍ତରକୁ ଖସିଯାଇଛି। ଟ୍ରମ୍ପ ରାଷ୍ଟ୍ରପତି ହେବାକୁ ଅଯୋଗ୍ୟ ବୋଲି ମସ୍କ କହିଥିବା ବେଳେ ମସ୍କଙ୍କୁ ପାଗଳ ବୋଲି କହିଛନ୍ତି ଟ୍ରମ୍ପ। ଏହି ଘଟଣା କେବଳ ଆମେରିକା ନୁହେଁ, ବିଶ୍ବ ରାଜନୀତିେରେ ମଧ୍ୟ ହଟଚମଟ ସୃଷ୍ଟି କରିଛି। ବିଭିନ୍ନ କାରଣ ନେଇ ଟ୍ରମ୍ପଙ୍କ ଉପରେ କ୍ଷୁବ୍ଧ ଥିବା ମସ୍କ କହିଛନ୍ତି ଯେ ତାଙ୍କ ପାଇଁ ନିର୍ବାଚନ ଜିତିଛନ୍ତି ଟ୍ରମ୍ପ। କିନ୍ତୁ କୃତଜ୍ଞ ହେଉ ନାହାନ୍ତି। ମୁଁ ସାହାଯ୍ୟ କରିନଥିଲେ ଟ୍ରମ୍ପ ରାଷ୍ଟ୍ରପତି ହୋଇପାରି ନଥାଆନ୍ତେ। ମସ୍କଙ୍କ ଏଭଳି ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି ଯେ ମସ୍କ ପାଗଳ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ସୂଚନାଯୋଗ୍ୟ ଯେ, ଟ୍ରମ୍ପ ସରକାରରୁ ଓହରିଯିବା ପରେ ହିଁ ଏଲନ ମସ୍କ ଖୋଲାଖୋଲି ଭାବେ ତାଙ୍କର ବିରୋଧ କରିବା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ ମୁକାବିଲାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଥା ଏତେବାଟ ବଢ଼଼ିଯାଇଥିଲା ଯେ, ମସ୍କ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ଦାବି କରିଥିଲେ। କହିଥିଲେ ଯେ ‘ମୋ ସାହଯ୍ୟ ବିନା ଟ୍ରମ୍ପ କଦାପି ନିର୍ବାଚନ ଜିତିପାରି ନଥାନ୍ତେ। ଟ୍ରମ୍ପ ଏବେ ବେଇମାନି କରିଛନ୍ତି’। ଟ୍ରମ୍ପଙ୍କ ଉଚ୍ଚାଭିଳାଷୀ ‘ବିଗ୍‌‌ ବିୟୁଟିଫୁଲ ବିଲ୍‌‌’ ଅର୍ଥାତ ଟ୍ୟାକ୍ସ ଓ ଖର୍ଚ୍ଚ ବିଲ୍‌‌କୁ ଅଯଥା ଖର୍ଚ୍ଚ କରିବାର ଏକ ପ୍ରକ୍ରିୟା ବୋଲି ମସ୍କ କହିଛନ୍ତି। ତେଣୁ ଯଥାଶୀଘ୍ର ଟ୍ରମ୍ପଙ୍କୁ ହଟାଇ ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରିବା ଉଚିତ୍‌‌ ବୋଲି ସେ କହିଛନ୍ତି। ମସ୍କ ଆହୁରି ସୂଚନା ଦେଇ କହିଛନ୍ତି ଯେ ସେ ଖୁବଶୀଘ୍ର ଏକ ରାଜନୈତିକ ଦଳ ଗଠନ କରିବେ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ମସ୍କଙ୍କ ସମାଲୋଚନାର ଜବାବ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି ଯେ ଯେଉଁ ବିଲ୍‌‌ କଥା ମସ୍କ କହୁଛନ୍ତି ସେହି ବିଲକୁ ସେ ପ୍ରଥମେ ପ୍ରଶଂସା କରିଥିଲେ। ପ୍ରଶାସନରୁ ହଟିବା ପରେ ନିଜର ମତ ପରିବର୍ତ୍ତନ କରିଛନ୍ତି। ମସ୍କ ପାଗଳ ହୋଇଯାଇଛନ୍ତି ବୋଲି ଉଲ୍ଳେଖ କରି ଟ୍ରମ୍ପ କହିଛନ୍ତି ଯେ ଏଭଳି ବ୍ୟକ୍ତିଙ୍କ ସହିତ ସେ କଥା ହେବାକୁ ଚାହାନ୍ତି ନାହିଁ। ତାଙ୍କ ସହିତ ବୁଝାମଣା ପାଇଁ ମସ୍କ ଆଗ୍ରହ ପ୍ରକାଶ କରିଥିବା ନେଇ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ଟ୍ରମ୍ପ କହିଲେ, ଏଭଳି ପାଗଳ ଲୋକ ସହିତ ସେ କଥା ହେବେନାହିଁ। ମସ୍କଙ୍କ କମ୍ପାନୀଗୁଡିକ ଉପରୁ ସରକାରଙ୍କ ଅନୁଦାନ ଓ ଅନ୍ୟାନ୍ୟ କଣ୍ଟ୍ରାକ୍ଟ ପ୍ରତ୍ୟାହାର କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି। ବିତର୍କିତ ବିଲ୍ ସପକ୍ଷରେ ଯୁକ୍ତି ରଖି ଟ୍ରମ୍ପ କହିଛନ୍ତି ଯେ ଏହି ବିଲ୍‌‌ ହେଉଛି ସବୁଠାରୁ ଉଚ୍ଚକୋଟୀର। ଏହାଦ୍ୱାରା ସରକାରଙ୍କ ଅର୍ଥ ବଞ୍ଚିପାରିବ। ମିଳିଥିବା ସୂଚନା ଅନୁସାରେ ମସ୍କଙ୍କ ସହିତ ବିବାଦ ପରେ ଟ୍ରମ୍ପ ତାଙ୍କର ଟେକ୍ସଲା କାର ବିକିବାକୁ ସ୍ଥିର କରିଛନ୍ତି। ମସ୍କଙ୍କ କଂପାନୀର ଏହି କାରକୁ ଟ୍ରମ୍ପ ୮୦ ହଜାର ଡଲାର ଦେଇ କିଣିଥିଲେ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

07 Jun 2025 By The Sakala

ଟ୍ରମ୍ପ-ମସ୍କ ମୁହାଁମୁହିଁ: ରାଷ୍ଟ୍ରପତି ପଦରୁ ଟ୍ରମ୍ପଙ୍କୁ ହଟାଯାଉ: ମସ୍କ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ େଡାନାଲ୍ଡ ଟ୍ରମ୍ପଙ୍କୁ ଜିତାଇବାରେ ପ୍ରମୁଖ ଗ୍ରହଣ କରିଥିଲେ ଶିଳ୍ପପତି ଏଲନ ମସ୍କ। ବିଜୟୀ ହେବାପରେ ଟ୍ରମ୍ପ ଓ ମସ୍କ ମଧ୍ୟରେ ସଂପର୍କ ଏେତ ନିବିଡ଼ ହୋଇଯାଇଥିଲା ଯେ ଦୁହେଁ ପରସ୍ପରକୁ ପ୍ରଶଂସାରେ ପୋତି ପକାଉଥିଲେ। କିନ୍ତୁ ଏବେ ହଠାତ ଟ୍ରମ୍ପ ଓ ମସ୍କ ଶତ୍ରୁ ପାଲଟିଯାଇଛନ୍ତି। ଦୁହେଁ ପରସ୍ପର ବିରୋଧରେ ବିଷୋଦଗାର କରିବାେର ଲାଗି ପଡ଼ିଛନ୍ତି। ସେମାନଙ୍କ ବିଷୋଦଗାର ନିମ୍ନ ସ୍ତରକୁ ଖସିଯାଇଛି। ଟ୍ରମ୍ପ ରାଷ୍ଟ୍ରପତି ହେବାକୁ ଅଯୋଗ୍ୟ ବୋଲି ମସ୍କ କହିଥିବା ବେଳେ ମସ୍କଙ୍କୁ ପାଗଳ ବୋଲି କହିଛନ୍ତି ଟ୍ରମ୍ପ। ଏହି ଘଟଣା କେବଳ ଆମେରିକା ନୁହେଁ, ବିଶ୍ବ ରାଜନୀତିେରେ ମଧ୍ୟ ହଟଚମଟ ସୃଷ୍ଟି କରିଛି। ବିଭିନ୍ନ କାରଣ ନେଇ ଟ୍ରମ୍ପଙ୍କ ଉପରେ କ୍ଷୁବ୍ଧ ଥିବା ମସ୍କ କହିଛନ୍ତି ଯେ ତାଙ୍କ ପାଇଁ ନିର୍ବାଚନ ଜିତିଛନ୍ତି ଟ୍ରମ୍ପ। କିନ୍ତୁ କୃତଜ୍ଞ ହେଉ ନାହାନ୍ତି। ମୁଁ ସାହାଯ୍ୟ କରିନଥିଲେ ଟ୍ରମ୍ପ ରାଷ୍ଟ୍ରପତି ହୋଇପାରି ନଥାଆନ୍ତେ। ମସ୍କଙ୍କ ଏଭଳି ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି ଯେ ମସ୍କ ପାଗଳ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ଟ୍ରମ୍ପ ସରକାରରୁ ଓହରିଯିବା ପରେ ହିଁ ଏଲନ ମସ୍କ ଖୋଲାଖୋଲି ଭାବେ ତାଙ୍କର ବିରୋଧ କରିବା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ ମୁକାବିଲାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଥା ଏତେବାଟ ବଢ଼଼ିଯାଇଥିଲା ଯେ, ମସ୍କ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ଦାବି କରିଥିଲେ। କହିଥିଲେ ଯେ ‘ମୋ ସାହଯ୍ୟ ବିନା ଟ୍ରମ୍ପ କଦାପି ନିର୍ବାଚନ ଜିତିପାରି ନଥାନ୍ତେ। ଟ୍ରମ୍ପ ଏବେ ବେଇମାନି କରିଛନ୍ତି’। ଟ୍ରମ୍ପଙ୍କ ଉଚ୍ଚାଭିଳାଷୀ ‘ବିଗ୍‌‌ ବିୟୁଟିଫୁଲ ବିଲ୍‌‌’ ଅର୍ଥାତ ଟ୍ୟାକ୍ସ ଓ ଖର୍ଚ୍ଚ ବିଲ୍‌‌କୁ ଅଯଥା ଖର୍ଚ୍ଚ କରିବାର ଏକ ପ୍ରକ୍ରିୟା ବୋଲି ମସ୍କ କହିଛନ୍ତି। ତେଣୁ ଯଥାଶୀଘ୍ର ଟ୍ରମ୍ପଙ୍କୁ ହଟାଇ ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରିବା ଉଚିତ୍‌‌ ବୋଲି ସେ କହିଛନ୍ତି। ମସ୍କ ଆହୁରି ସୂଚନା ଦେଇ କହିଛନ୍ତି ଯେ ସେ ଖୁବଶୀଘ୍ର ଏକ ରାଜନୈତିକ ଦଳ ଗଠନ କରିବେ।

ମସ୍କଙ୍କ ସମାଲୋଚନାର ଜବାବ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି ଯେ ଯେଉଁ ବିଲ୍‌‌ କଥା ମସ୍କ କହୁଛନ୍ତି ସେହି ବିଲକୁ ସେ ପ୍ରଥମେ ପ୍ରଶଂସା କରିଥିଲେ। ପ୍ରଶାସନରୁ ହଟିବା ପରେ ନିଜର ମତ ପରିବର୍ତ୍ତନ କରିଛନ୍ତି। ମସ୍କ ପାଗଳ ହୋଇଯାଇଛନ୍ତି ବୋଲି ଉଲ୍ଳେଖ କରି ଟ୍ରମ୍ପ କହିଛନ୍ତି ଯେ ଏଭଳି ବ୍ୟକ୍ତିଙ୍କ ସହିତ ସେ କଥା ହେବାକୁ ଚାହାନ୍ତି ନାହିଁ। ତାଙ୍କ ସହିତ ବୁଝାମଣା ପାଇଁ ମସ୍କ ଆଗ୍ରହ ପ୍ରକାଶ କରିଥିବା ନେଇ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ଟ୍ରମ୍ପ କହିଲେ, ଏଭଳି ପାଗଳ ଲୋକ ସହିତ ସେ କଥା ହେବେନାହିଁ। ମସ୍କଙ୍କ କମ୍ପାନୀଗୁଡିକ ଉପରୁ ସରକାରଙ୍କ ଅନୁଦାନ ଓ ଅନ୍ୟାନ୍ୟ କଣ୍ଟ୍ରାକ୍ଟ ପ୍ରତ୍ୟାହାର କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି। ବିତର୍କିତ ବିଲ୍ ସପକ୍ଷରେ ଯୁକ୍ତି ରଖି ଟ୍ରମ୍ପ କହିଛନ୍ତି ଯେ ଏହି ବିଲ୍‌‌ ହେଉଛି ସବୁଠାରୁ ଉଚ୍ଚକୋଟୀର। ଏହାଦ୍ୱାରା ସରକାରଙ୍କ ଅର୍ଥ ବଞ୍ଚିପାରିବ। ମିଳିଥିବା ସୂଚନା ଅନୁସାରେ ମସ୍କଙ୍କ ସହିତ ବିବାଦ ପରେ ଟ୍ରମ୍ପ ତାଙ୍କର ଟେକ୍ସଲା କାର ବିକିବାକୁ ସ୍ଥିର କରିଛନ୍ତି। ମସ୍କଙ୍କ କଂପାନୀର ଏହି କାରକୁ ଟ୍ରମ୍ପ ୮୦ ହଜାର ଡଲାର ଦେଇ କିଣିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର