NEET-PG ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ

The Sakala Picture
Published On

ନୂଆଦିଲ୍ଲୀ: ଜୁନ ୧୫ରେ ହେବାକୁ ଥିବା NEET PG ପରୀକ୍ଷାକୁ ସ୍ଥଗିତ କରାଯାଇଛି। ସମଗ୍ର ଦେଶରେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଯିବା ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ପରେ NBEMS(ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ NBEMS ପକ୍ଷରୁ ଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ। ସୂଚନା ଅନୁଯାୟୀ, ପ୍ରଥମେ ଏହି ପରୀକ୍ଷା ଜୁନ ୧୫ରେ ହେବାର ଥିଲା। ଏଥିପାଇଁ ପରୀକ୍ଷା କେନ୍ଦ୍ରର ଚୟନ ବ୍ୟତୀତ ଅନ୍ୟ ସମସ୍ତ ପ୍ରସ୍ତୁତି […]

ନୂଆଦିଲ୍ଲୀ: ଜୁନ ୧୫ରେ ହେବାକୁ ଥିବା NEET PG ପରୀକ୍ଷାକୁ ସ୍ଥଗିତ କରାଯାଇଛି। ସମଗ୍ର ଦେଶରେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଯିବା ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ପରେ NBEMS(ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ NBEMS ପକ୍ଷରୁ ଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ସୂଚନା ଅନୁଯାୟୀ, ପ୍ରଥମେ ଏହି ପରୀକ୍ଷା ଜୁନ ୧୫ରେ ହେବାର ଥିଲା। ଏଥିପାଇଁ ପରୀକ୍ଷା କେନ୍ଦ୍ରର ଚୟନ ବ୍ୟତୀତ ଅନ୍ୟ ସମସ୍ତ ପ୍ରସ୍ତୁତି ସରିଥିଲା। ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ ହେବାର ଥିଲା। ହେଲେ ସୁପ୍ରିମକୋର୍ଟ ପରୀକ୍ଷାର୍ଥୀଙ୍କ ପିଟିସନ ଉପରେ ଶୁଣାଣି କରି ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଇବାକୁ ଆଦେଶ ଦେଇଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତିରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନକୁ ବଡ଼ ଝଟକା ଲାଗିଥିଲା।ପରୀକ୍ଷା ସ୍ଥଗିତ ନେଇ ମଙ୍ଗଳବାର NBEMS ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଏଥିରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରିବାକୁ ଆଦେଶ ଦେଇଛନ୍ତି। ତେଣୁ ବୋର୍ଡକୁ ଅଧିକ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି। ଏହା ସହିତ ପରୀକ୍ଷା ସମ୍ବନ୍ଧିତ ଭିତ୍ତିଭୂମିର ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିପାଇଁ ବର୍ତ୍ତମାନ ପରୀକ୍ଷାକୁ ସ୍ଥଗିତ କରାଯାଉଛି। ବୋର୍ଡ ଦ୍ଵାରା ଶୀଘ୍ର ସଂଶୋଧିତ ତାରିଖ ଘୋଷଣା କରାଯିବ।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର