ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁ ଭୂସ୍ଖଳନ, ୩୬ ମୃତ
ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷା ବିତ୍ପାତ। ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ରାଜ୍ୟ ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ଅତ୍ୟଧିକ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାୟଗଡ ଜିଲାରେ ମୋଟ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ତାଲାଇ ଅଞ୍ଚଳରୁ ୩୨ ଜଣ ପ୍ରାଣ ହରାଇଥିବା ବେଳେ ସଖର ସୂତାର ୱାଡିରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମଧ୍ଯ ଅନେକ ମାଟି ତଳେ ଫସିରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ଯ ପାଇଁ ବିଏମସି ଏବଂ […]
ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷା ବିତ୍ପାତ। ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ରାଜ୍ୟ ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ଅତ୍ୟଧିକ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାୟଗଡ ଜିଲାରେ ମୋଟ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ତାଲାଇ ଅଞ୍ଚଳରୁ ୩୨ ଜଣ ପ୍ରାଣ ହରାଇଥିବା ବେଳେ ସଖର ସୂତାର ୱାଡିରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମଧ୍ଯ ଅନେକ ମାଟି ତଳେ ଫସିରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ଯ ପାଇଁ ବିଏମସି ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଲାଗିଛନ୍ତି।
ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ
ଅଧିକାରୀ କହିଛନ୍ତି ଯେ, ଏନ୍ଡିଆର୍ଏଫ୍ ର ଏକ ଟିମ୍ ମୁମ୍ବାଇ ଠାରୁ ୧୬୦ କିଲୋମିଟର ଦୂରରେ ମହଦରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତି ସମୀକ୍ଷା କରୁଛନ୍ତି। କେମିତି ଲୋକମାନଙ୍କୁ ସୁଚାରୁ ରୂପେ ଉଦ୍ଧାର କରାଯିବ ସେନେଇ ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡ଼ିଛି। ଗତ ରବିବାର ଦିନଠାରୁ ହିଁ ମୁମ୍ବାଇରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।






