ସଂରକ୍ଷଣ ଭିତରେ ସଂରକ୍ଷଣ, ପ୍ରଥମ ଆଇନ ଆଣିଲା ତେଲଙ୍ଗାନା

The Sakala Picture
Published On

ନୂଆଦିଲ୍ଲୀ: ସଂରକ୍ଷଣ ସୁବିଧା ପାଉଥିବା ବିଭିନ୍ନ ଜାତିରେ ଉପ ବର୍ଗୀକରଣ କରି ଅପେକ୍ଷାକୃତ ତଳ ଶ୍ରେଣୀର ଲୋକଙ୍କୁ ସଂରକ୍ଷଣ ସୁବିଧା ଦେବାକୁ ପୂର୍ବରୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇସାରିଛନ୍ତି। ଏହିକ୍ରମରେ ପ୍ରଥମ ରାଜ୍ୟ ଭାବେ ତେଲଙ୍ଗାନା ସରକାର ଗତ ସୋମବାର ଅନୁସୂଚିତ ଜାତି ଉପବର୍ଗୀକରଣକୁ ଆଇନ ପ୍ରଣୟନ କରିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି। ଅନୁସୂଚିତ ଜାତିର ୫୯ ଉପ ବର୍ଗର ଲୋକଙ୍କୁ ନେଇ ତିନୋଟି ଗୋଷ୍ଠୀରେ ବିଭକ୍ତ କରି ରାଜ୍ୟ ସରକାର ସେମାନଙ୍କ ଲାଗି ସଂରକ୍ଷଣ […]

ନୂଆଦିଲ୍ଲୀ: ସଂରକ୍ଷଣ ସୁବିଧା ପାଉଥିବା ବିଭିନ୍ନ ଜାତିରେ ଉପ ବର୍ଗୀକରଣ କରି ଅପେକ୍ଷାକୃତ ତଳ ଶ୍ରେଣୀର ଲୋକଙ୍କୁ ସଂରକ୍ଷଣ ସୁବିଧା ଦେବାକୁ ପୂର୍ବରୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇସାରିଛନ୍ତି। ଏହିକ୍ରମରେ ପ୍ରଥମ ରାଜ୍ୟ ଭାବେ ତେଲଙ୍ଗାନା ସରକାର ଗତ ସୋମବାର ଅନୁସୂଚିତ ଜାତି ଉପବର୍ଗୀକରଣକୁ ଆଇନ ପ୍ରଣୟନ କରିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି। ଅନୁସୂଚିତ ଜାତିର ୫୯ ଉପ ବର୍ଗର ଲୋକଙ୍କୁ ନେଇ ତିନୋଟି ଗୋଷ୍ଠୀରେ ବିଭକ୍ତ କରି ରାଜ୍ୟ ସରକାର ସେମାନଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ପ୍ରଥମ ଗୋଷ୍ଠୀରେ ପ୍ରାୟ ୧୫ଟି ଉପ ବର୍ଗ ଶ୍ରେଣୀର ଲୋକ ରହିଥÒଲା ବେଳେ ସେମାନଙ୍କୁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧ ପ୍ରତିଶତ ସଂରକ୍ଷଣ ସହିତ ଦ୍ବିତୀୟ ଗୋଷ୍ଠୀକୁ ୯ ପ୍ରତିଶତ ଏବଂ ତୃତୀୟ ଗୋଷ୍ଠୀକୁ ୫ ପ୍ରତିଶତ ହାରରେ ସଂରକ୍ଷଣ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାପରେ ଏହି ଢାଞ୍ଚାରେ ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ଅନୁସୁଚିତ ଜାତିରେ ଉପବର୍ଗୀକରଣ ବ୍ୟବସ୍ଥା କରିବା ଲାଗି ଏକ ଅଧ୍ୟାଦେଶ ଆଣିଛନ୍ତି। ଏହାକୁ ଗୁରୁବାର ରାଜ୍ୟ କ୍ୟାବିନେଟ୍‌ ଦ୍ବାରା ଅନୁମୋଦନ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

18 Apr 2025 By The Sakala

ସଂରକ୍ଷଣ ଭିତରେ ସଂରକ୍ଷଣ, ପ୍ରଥମ ଆଇନ ଆଣିଲା ତେଲଙ୍ଗାନା

ନୂଆଦିଲ୍ଲୀ: ସଂରକ୍ଷଣ ସୁବିଧା ପାଉଥିବା ବିଭିନ୍ନ ଜାତିରେ ଉପ ବର୍ଗୀକରଣ କରି ଅପେକ୍ଷାକୃତ ତଳ ଶ୍ରେଣୀର ଲୋକଙ୍କୁ ସଂରକ୍ଷଣ ସୁବିଧା ଦେବାକୁ ପୂର୍ବରୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇସାରିଛନ୍ତି। ଏହିକ୍ରମରେ ପ୍ରଥମ ରାଜ୍ୟ ଭାବେ ତେଲଙ୍ଗାନା ସରକାର ଗତ ସୋମବାର ଅନୁସୂଚିତ ଜାତି ଉପବର୍ଗୀକରଣକୁ ଆଇନ ପ୍ରଣୟନ କରିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି। ଅନୁସୂଚିତ ଜାତିର ୫୯ ଉପ ବର୍ଗର ଲୋକଙ୍କୁ ନେଇ ତିନୋଟି ଗୋଷ୍ଠୀରେ ବିଭକ୍ତ କରି ରାଜ୍ୟ ସରକାର ସେମାନଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ପ୍ରଥମ ଗୋଷ୍ଠୀରେ ପ୍ରାୟ ୧୫ଟି ଉପ ବର୍ଗ ଶ୍ରେଣୀର ଲୋକ ରହିଥÒଲା ବେଳେ ସେମାନଙ୍କୁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧ ପ୍ରତିଶତ ସଂରକ୍ଷଣ ସହିତ ଦ୍ବିତୀୟ ଗୋଷ୍ଠୀକୁ ୯ ପ୍ରତିଶତ ଏବଂ ତୃତୀୟ ଗୋଷ୍ଠୀକୁ ୫ ପ୍ରତିଶତ ହାରରେ ସଂରକ୍ଷଣ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାପରେ ଏହି ଢାଞ୍ଚାରେ ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ଅନୁସୁଚିତ ଜାତିରେ ଉପବର୍ଗୀକରଣ ବ୍ୟବସ୍ଥା କରିବା ଲାଗି ଏକ ଅଧ୍ୟାଦେଶ ଆଣିଛନ୍ତି। ଏହାକୁ ଗୁରୁବାର ରାଜ୍ୟ କ୍ୟାବିନେଟ୍‌ ଦ୍ବାରା ଅନୁମୋଦନ ଦିଆଯାଇଛି।

https://www.thesakala.in/national-international/telangana-become-first-state-to-implement-sc-sub-categorisation/article-40049
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର