ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଉଦବୋଧନ ଦେବେ ନୀତା ଅମ୍ବାନୀ

The Sakala Picture
Published On

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ‘ବାର୍ଷିକ ଭାରତ ସମ୍ମିଳନୀ’ରେ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରିତ ହୋଇଛନ୍ତି। ନୀତା ଅମ୍ବାନୀ ଭାରତର କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଏବଂ ବିଶ୍ୱରେ ଭାରତର ଯୋଗଦାନ ସମ୍ପର୍କରେ ହାର୍ଭାର୍ଡ ବିଜନେସ୍ ସ୍କୁଲର ପୂର୍ବତନ ଡିନ୍ ନିତିନ ନୋହରିଆଙ୍କ ସହ ଆଲୋଚନା କରିବେ। ‘ଭାରତରୁ ବିଶ୍ୱ ପର୍ଯ୍ୟନ୍ତ’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀ ଫେବ୍ରୁଆରୀ ୧୫ ଓ ୧୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର […]

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ‘ବାର୍ଷିକ ଭାରତ ସମ୍ମିଳନୀ’ରେ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରିତ ହୋଇଛନ୍ତି। ନୀତା ଅମ୍ବାନୀ ଭାରତର କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଏବଂ ବିଶ୍ୱରେ ଭାରତର ଯୋଗଦାନ ସମ୍ପର୍କରେ ହାର୍ଭାର୍ଡ ବିଜନେସ୍ ସ୍କୁଲର ପୂର୍ବତନ ଡିନ୍ ନିତିନ ନୋହରିଆଙ୍କ ସହ ଆଲୋଚନା କରିବେ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

‘ଭାରତରୁ ବିଶ୍ୱ ପର୍ଯ୍ୟନ୍ତ’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀ ଫେବ୍ରୁଆରୀ ୧୫ ଓ ୧୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଏଥିରେ ୧୦୦୦ ରୁ ଅଧିକ ପ୍ରତିନିଧି ଯୋଗଦେବେ ବୋଲି ଆଶା କରାଯାଉଛି। ବିଗତ କିଛି ବର୍ଷ ଧରି ବିଶ୍ୱ ମଞ୍ଚରେ ଭାରତର ସବୁଠାରୁ ପ୍ରଭାବଶାଳୀ ସ୍ୱର ଭାବରେ ଆଗକୁ ଆସିଛନ୍ତି ନୀତା ଅମ୍ବାନୀ। ହାର୍ଭାର୍ଡରେ ସେ ଭାରତର ସୂକ୍ଷ୍ମ ଶକ୍ତି (ସଫ୍ଟ ପାୱାର) ଏବଂ ପ୍ରାସଙ୍ଗିକତାକୁ ନୂତନ ଭାବରେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଟେକ୍ନୋଲୋଜି, ଜଳବାୟୁ, ଆର୍ଥିକ ବିକାଶ, ଗଣତନ୍ତ୍ର, କୂଟନୀତି, ସାଂସ୍କୃତିକ ବିନିମୟ ଭଳି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ଉପରେ ଆଲୋଚନା ହେବ। ଗତ ୨୨ ବର୍ଷ ଧରି ହାର୍ଭାର୍ଡ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଆସୁଛି। ଏହି ସମ୍ମିଳନୀ ଏଭଳି ଏକ ଭାରତ ଉପରେ ଆଲୋକପାତ କରିବ ଯାହା ବିଶ୍ୱର କେବଳ ଏକ ଉଦୀୟମାନ ମହାଶକ୍ତି ନୁହେଁ ବରଂ ଆଧୁନିକତା ଓ ବିକାଶ ସହିତ ବସୁଧୈବ କୁଟୁମ୍ବକମର ସନ୍ଦେଶକୁ ଦୃଢ ଭାବେ ଯୋଡ଼ୁଥିବା ଏକ ଦେଶ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର