ବାୟୁସେନାର ଲଢୁଆ ବିମାନ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ

The Sakala Picture
Published On

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁରୀରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଲଢୁଆ ବିମାନର ଉଭୟ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଲଢୁଆ ବିମାନଟି ଖରାପ ଭାବେ ଜଳୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ମିରାଜ ୨୦୦୦ ଲଢୁଆ ବିମାନଟି ଗୁରୁବାର ଅପରାହ୍ନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶିବପୁରୀର କରିରା ତହସିଲ ଅନ୍ତର୍ଗତ ସୁନାରୀ ଥାନା ଅଞ୍ଚଳରେ ବିମାନଟି […]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁରୀରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଲଢୁଆ ବିମାନର ଉଭୟ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଲଢୁଆ ବିମାନଟି ଖରାପ ଭାବେ ଜଳୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ସୂଚନା ଅନୁଯାୟୀ, ମିରାଜ ୨୦୦୦ ଲଢୁଆ ବିମାନଟି ଗୁରୁବାର ଅପରାହ୍ନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶିବପୁରୀର କରିରା ତହସିଲ ଅନ୍ତର୍ଗତ ସୁନାରୀ ଥାନା ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ପ୍ରତିରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ବିମାନଟି ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣା ସଂପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଆହତ ପାଇଲଟମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର