ପୁଣି ଇତିହାସ ରଚିଲା ଇସ୍ରୋ, ସଫଳତାର ସହ ୧୦୦ତମ ଉତକ୍ଷେପଣ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲା ଇସ୍ରୋ । ଐତିହାସିକ ସାଟେଲାଇଟ ଛାଡ଼ି ନୂଆ ଇତିହାସ ରଚିଛି ମହାକାଶ ଗବେଷଣା ସଂସ୍ଥା ଇସ୍ରୋ  । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ। ଆଜି ସକାଳ ୬ଟା ୨୩ରେ  F15/NVS-02 ନେଭିଗେସନ ସାଟେଲାଇଟ ଲଞ୍ଚ ହୋଇଛି।  ଆନ୍ଧ୍ରପ୍ରଦେଶ ଜିଏସଏଲଭି-୧୫ ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି । ଏହି ମିଶନର ଶୁଭାରମ୍ଭ ପରେ, ଭାରତ ମହାକାଶ ନେଭିଗେସନରେ ନୂତନ ଶିଖରରେ ପହଞ୍ଚିଛି। ଇସ୍ରୋ ଏକ୍ସରେ GSLV-F15 […]

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲା ଇସ୍ରୋ । ଐତିହାସିକ ସାଟେଲାଇଟ ଛାଡ଼ି ନୂଆ ଇତିହାସ ରଚିଛି ମହାକାଶ ଗବେଷଣା ସଂସ୍ଥା ଇସ୍ରୋ  । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ। ଆଜି ସକାଳ ୬ଟା ୨୩ରେ  F15/NVS-02 ନେଭିଗେସନ ସାଟେଲାଇଟ ଲଞ୍ଚ ହୋଇଛି।  ଆନ୍ଧ୍ରପ୍ରଦେଶ ଜିଏସଏଲଭି-୧୫ ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି । ଏହି ମିଶନର ଶୁଭାରମ୍ଭ ପରେ, ଭାରତ ମହାକାଶ ନେଭିଗେସନରେ ନୂତନ ଶିଖରରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଇସ୍ରୋ ଏକ୍ସରେ GSLV-F15 / NVS-02 ର ସଫଳ ଉତ୍‌କ୍ଷେପଣ ବିଷୟରେ ସୂଚନା ଦେଇଛି। ମିଶନ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି।କେନ୍ଦ୍ର ମହାକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋକୁ ଏହାର ୧୦୦ତମ ମିଶନ ପୂରଣ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣର ଐତିହାସିକ ସଫଳତା ହାସଲ କରିବା ପାଇଁ ଇସ୍ରେକୁ ଅଭିନନ୍ଦନ। ରେକର୍ଡ ସଫଳତାର ଏହି ଐତିହାସିକ ମୁହୂର୍ତ୍ତରେ ମହାକାଶ ବିଭାଗ ସହିତ ଜଡିତ ହେବା ଏକ ସୌଭାଗ୍ୟର କଥା। ଇସ୍ରୋ ଦଳ, ଆପଣମାନେ ସଫଳତାର ସହ GSLV-F15 / NVS-02 ଉତକ୍ଷେପଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଏହି ଅବସରରେ ଜିତେନ୍ଦ୍ର ସିଂହ ବୈଜ୍ଞାନିକ ବିକ୍ରମ ସାରାଭାଇ ଏବଂ ସତୀଶ ଧାୱନଙ୍କୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ ଯେ ଏହି ଲୋକମାନଙ୍କ ଦ୍ୱାରା କରାଯାଇଥିବା ଆରମ୍ଭ ପରେ ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ଏଥିରେ ବଡ଼ ଅବଦାନ ରହିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

GSLV-F15 ଉପଗ୍ରହ NVS-02କୁ ଜିଓସିଙ୍କ୍ରୋନାସ ଟ୍ରାନ୍ସଫର କକ୍ଷପଥରେ ସ୍ଥାପନ କରିବ। ଏହା ଭାରତରେ GPS ଭଳି ନାଭିଗେସନ ସୁବିଧାକୁ ବୃଦ୍ଧି କରିବା ପାଇଁ ଡିଜାଇନ କରାଯାଇଥିବା ସାଟେଲାଇଟ ନାଭିଗେସନ ସିଷ୍ଟମ (SNS)ର ଏକ ଅଂଶ। ଏହା କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜରାଟରୁ ଅରୁଣାଚଳ ପର୍ଯ୍ୟନ୍ତ ଅଞ୍ଚଳକୁ କଭର କରିବ। ଏହା କେବଳ ସଡ଼କ ଯାତ୍ରା ପାଇଁ ନୁହେଁ ବରଂ ବିମାନ ଏବଂ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ନୌଚାଳନରେ ସାହାଯ୍ୟ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର