ଆଜି ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ନିଗମବୋଧରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର

The Sakala Picture
Published On

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ହେବ ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହେବ ଡକ୍ଟର ମନମୋହନ ସିଂହ ମରଶରୀର । ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ହେବ ସ୍ବର୍ଗତ ମନମୋହନ ସିଂହ ଶେଷକୃତ୍ୟ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ। ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ସକାଳ […]

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ହେବ ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହେବ ଡକ୍ଟର ମନମୋହନ ସିଂହ ମରଶରୀର । ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ହେବ ସ୍ବର୍ଗତ ମନମୋହନ ସିଂହ ଶେଷକୃତ୍ୟ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ। ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ସକାଳ ସାଢେ ୯ଟାରେ ଆରମ୍ଭ ହେବ ଶେଷ ଯାତ୍ରା । କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ଶନିବାର ସକାଳ ୯ଟା୩୦ରେ ଦିଲ୍ଲୀ ସ୍ଥିତି ଏଆଇସିସି ମୁଖ୍ୟାଳୟରୁ ନିଗମବୋଧ ଘାଟ ପର୍ଯ୍ୟନ୍ତ ଶ୍ରୀ ସିଂହଙ୍କ ଅନ୍ତିମ ଯାତ୍ରା ବାହାରିବ। ପ୍ରଥମେ ମନମୋହନ ସିଂହଙ୍କ ବାସଭବନରୁ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିବ ପାର୍ଥିବ ଶରୀର । କଂଗ୍ରେସ ମୁଖ୍ୟାଳୟରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ସମ୍ପନ୍ନ ହେବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଚିରଦିନ ପାଇଁ ମୌନ ହୋଇଯାଇଛନ୍ତି। ୯୨ ବର୍ଷରେ ଗୁରୁବାର ରାତିରେ ପ୍ରାଣ ହରାଇଥିବା ପ୍ରିୟ ଜନନେତାଙ୍କୁ ଦେଶବାସୀ ଝୁରୁଛନ୍ତି। ଗାଁଠୁ ସହର ଯାଏଁ ସବୁଠି ଶୋକ ପାଳନ କରାଯାଉଛି। ଦେଶର ଅର୍ଥନୀତିକୁ ସୁଧାରିଥିବା ଏହି ମହାନ ଅର୍ଥନୀତିଜ୍ଞଙ୍କ ତ୍ୟାଗକୁ ସମସ୍ତେ ମନେ ପକାଉଛନ୍ତି। ତାଙ୍କ ପରଲୋକରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଶୁକ୍ରବାର ତାଙ୍କ ବାସଭବନରେ ପହଞ୍ଚି ଡ. ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

28 Dec 2024 By The Sakala

ଆଜି ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ନିଗମବୋଧରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ହେବ ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହେବ ଡକ୍ଟର ମନମୋହନ ସିଂହ ମରଶରୀର । ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ହେବ ସ୍ବର୍ଗତ ମନମୋହନ ସିଂହ ଶେଷକୃତ୍ୟ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ। ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ସକାଳ ସାଢେ ୯ଟାରେ ଆରମ୍ଭ ହେବ ଶେଷ ଯାତ୍ରା । କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ଶନିବାର ସକାଳ ୯ଟା୩୦ରେ ଦିଲ୍ଲୀ ସ୍ଥିତି ଏଆଇସିସି ମୁଖ୍ୟାଳୟରୁ ନିଗମବୋଧ ଘାଟ ପର୍ଯ୍ୟନ୍ତ ଶ୍ରୀ ସିଂହଙ୍କ ଅନ୍ତିମ ଯାତ୍ରା ବାହାରିବ। ପ୍ରଥମେ ମନମୋହନ ସିଂହଙ୍କ ବାସଭବନରୁ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିବ ପାର୍ଥିବ ଶରୀର । କଂଗ୍ରେସ ମୁଖ୍ୟାଳୟରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ସମ୍ପନ୍ନ ହେବ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଚିରଦିନ ପାଇଁ ମୌନ ହୋଇଯାଇଛନ୍ତି। ୯୨ ବର୍ଷରେ ଗୁରୁବାର ରାତିରେ ପ୍ରାଣ ହରାଇଥିବା ପ୍ରିୟ ଜନନେତାଙ୍କୁ ଦେଶବାସୀ ଝୁରୁଛନ୍ତି। ଗାଁଠୁ ସହର ଯାଏଁ ସବୁଠି ଶୋକ ପାଳନ କରାଯାଉଛି। ଦେଶର ଅର୍ଥନୀତିକୁ ସୁଧାରିଥିବା ଏହି ମହାନ ଅର୍ଥନୀତିଜ୍ଞଙ୍କ ତ୍ୟାଗକୁ ସମସ୍ତେ ମନେ ପକାଉଛନ୍ତି। ତାଙ୍କ ପରଲୋକରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଶୁକ୍ରବାର ତାଙ୍କ ବାସଭବନରେ ପହଞ୍ଚି ଡ. ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର