ଇଡି ଅତ୍ୟାଚାରରେ ବ୍ୟବସାୟୀ ଦମ୍ପତିଙ୍କ ଆତ୍ମହତ୍ୟା !

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶ ସିହୋର ଜିଲ୍ଲା ଆଷ୍ଟାରେ ବ୍ୟବସାୟୀ ମନୋଜ ପରମାର ଏବଂ ତାଙ୍କ ପତ୍ନୀ ନେହା ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଠାରୁ ୫ ପୃଷ୍ଠାର ସୁଇସାଇଡ ନୋଟ୍‌ ଜବତ କରାଯାଇଛି। ଏଥିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିରୋଧରେ ଗୁରୁତର ଅଭିଯୋଗ ଲଗାଯାଇଛି। ଇଡି ଚାପରେ ଦମ୍ପତି ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି ଅଭିଯୋଗ କରାଯାଇଛି। ବିଜେପିରେ ସାମିଲ ହୋଇଥିଲେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥାଆନ୍ତା […]

ଭୋପାଳ: ମଧ୍ୟପ୍ରଦେଶ ସିହୋର ଜିଲ୍ଲା ଆଷ୍ଟାରେ ବ୍ୟବସାୟୀ ମନୋଜ ପରମାର ଏବଂ ତାଙ୍କ ପତ୍ନୀ ନେହା ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଠାରୁ ୫ ପୃଷ୍ଠାର ସୁଇସାଇଡ ନୋଟ୍‌ ଜବତ କରାଯାଇଛି। ଏଥିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିରୋଧରେ ଗୁରୁତର ଅଭିଯୋଗ ଲଗାଯାଇଛି। ଇଡି ଚାପରେ ଦମ୍ପତି ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି ଅଭିଯୋଗ କରାଯାଇଛି। ବିଜେପିରେ ସାମିଲ ହୋଇଥିଲେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥାଆନ୍ତା ବୋଲି ଇଡି ପକ୍ଷରୁ ତାଙ୍କୁ କୁହାଯାଇଥିଲା। ଏହା ପୂର୍ବରୁ ୮ ଦିନ ତଳେ ଗତ ୫ ତାରିଖରେ ଇଡି ପରମାରଙ୍କ ଇନ୍ଦୋର ଏବଂ ସିହୋର ସ୍ଥିତ ଚାରି ଠିକଣାରେ ଚଢ଼ଉ କରିଥିଲା। ଏଠାରୁ ଅନେକ ସ୍ଥାବର-ଅସ୍ଥାବର ଏବଂ ବେନାମୀ ସମ୍ପତ୍ତିର କାଗଜପତ୍ର ଜବତ କରାଯାଇଥିଲା। ଏହା ସହିତ ୩.୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଜବତ କରି ଦିଆଯାଇଥିଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୬ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଏହି ପଦକ୍ଷେପ ନିଆଯାଇଥିଲା। ଏହି ମାମଲାରେ ପରମାରଙ୍କୁ ଗିରଫ କରାଯାଇଥିଲା। ସେ ଏହାକୁ ନେଇ ଚିନ୍ତାରେ ଥିଲେ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଯୋଡ଼ି ଦେଖାଯାଉଛି। ବିଜେପି ପ୍ରତିଶୋଧପରାୟଣ ହୋଇ ଇଡି ଦ୍ବାରା ପରମାରଙ୍କ ଉପରେ ଚାପ ପକାଇଥିଲା ବୋଲି କୁହାଯାଉଛି। ରାହୁଲଙ୍କ ନ୍ୟାୟ ଯାତ୍ରା ସମୟରେ ମନୋଜ ତାଙ୍କୁ କୁମ୍ପା ଉପହାର ଦେଇଥିଲେ। ଏହା ପରଠୁ ସେ ଚର୍ଚ୍ଚାରେ ରହିଥିଲେ। ଏହି ଘଟଣା ପରଠାରୁ ବିଜେପି ତାଙ୍କୁ ନିଶାଣ କରୁଥିଲା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ମନୋଜଙ୍କ ତିନି ସନ୍ତାନ ଅଛନ୍ତି। ତାଙ୍କ ବଡ଼ ପୁଅ ଜତିନ (୧୬) କହିଛନ୍ତି ଯେ ଇଡି ଅଧିକାରୀ ମାନସିକ ଚାପ ପକାଉ ଥିଲେ। ଏଥିପାଇଁ ମାତାପିତା ଆତ୍ମହତ୍ୟା କଲେ। ମନୋଜଙ୍କ ଭାଇ ତଥା ହର୍ଷପୁରର ସରପଞ୍ଚ ରାଜେଶ ପରମାର କହିଛନ୍ତି ଯେ ଇଡି ଚାପରେ ଭାଇ ଚିନ୍ତିତ ଥିଲେ। ବିଜେପି ଲୋକ ମଧ୍ୟ ସମସ୍ୟା ସୃଷ୍ଟି କରୁଥିଲେ। ଏଥିପାଇଁ ସେ ଏହି ପଦକ୍ଷେପ ନେଇଥିଲେ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ପୁଲିସ ସୂଚନା ଅନୁଯାୟୀ ମନୋଜଙ୍କ ସୁଇସାଇଡ ନୋଟରେ ଇଡି ଚଢ଼ଉ ବିଷୟରେ ଲେଖାଯାଇଛି। ଅଧିକାରୀ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି। ଏଥିରେ କୁହାଯାଇଛି ଯେ ଗତ ୫ ତାରିଖରେ ଇଡି ଚଢ଼ଉ କରି ୧୦ ଲକ୍ଷ ଟଙ୍କା, ଅଳଙ୍କାର ଏବଂ ଅସଲି କାଗଜପତ୍ର ନେଇ ପଳାଇ ଥିଲା। ଇଡିର ସହାୟକ ନିର୍ଦ୍ଦେଶକ ସଞ୍ଜିତ କୁମାର ସାହୁ ଗାଳି କରି ବାଡ଼େଇ ଥିଲେ। ଭଗବାନ ଶିବଙ୍କ ମୂର୍ତ୍ତି ଭାଙ୍ଗି ଦେଇଥିଲେ। ବିଜେପିରେ ଥିଲେ ମାମଲା ଚାଲି ନ ଥାଆନ୍ତା ବୋଲି କହିଥିଲେ। ସଞ୍ଜିତ କୁମାର ତାଙ୍କ କାନ୍ଧରେ ପାଦ ରଖିଥିଲେ। ପିଲାଙ୍କୁ ବିଜେପିରେ ସାମିଲ କରି ରାହୁଲଙ୍କ ବିରୋଧରେ ଭିଡିଓ ପ୍ରସ୍ତୁତ କରିବାକୁ ଚାପ ପକାଇ ଥିଲେ। ସେ ବୟାନ ନ ନେଇ ନିଜେ ଏହା ଲେଖିଥିଲେ। ସ୍ବାକ୍ଷର ମଧ୍ୟ କରାଇ ନେଇଥିଲେ। ଘରୁ ଫୋନ୍‌ ଏବଂ କାଗଜପତ୍ର ନେଇ ଯାଇଥିଲେ। ଏତେ ଧାରା ଲଗାଇବୁ ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ସତ୍ତ୍ବେ ବି ହଟିବନି ବୋଲି ଅଧିକାରୀ କହିଥିଲେ। ତେଣୁ ମାମଲାର ରଫାଦଫା କରି ମୁକ୍ତ ହେବାକୁ ଚାପ ପକାଇ ଥିଲେ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର