ଦିନକରେ ବଜ୍ରପାତ ନେଲା ୭୪ ଜୀବନ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ କରୋନା ଯୋଗୁଁ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଏପରି ସଙ୍କଟ ସମୟରେ ବଜ୍ରପାତ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ବଜ୍ରପାତ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ୭୪ ଲୋକ ପ୍ରାଣ ହରାଇଛନ୍ତି। ରାଜ୍ୟ ସରକାରମାନଙ୍କ ମଧ୍ୟରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଜୟପୁରରେ ଥିବା ୧୨ଶ ଶତାଦ୍ଧୀର ପ୍ରସିଦ୍ଧ ଆମେର ଦୁର୍ଗକୁ ବୁଲିବାକୁ ଯାଇଥିବାବେଳେ ରବିବାର ସନ୍ଧ୍ୟାରେ ବଜ୍ରପାତ […]

ନୂଆଦିଲ୍ଲୀ : ଦେଶରେ କରୋନା ଯୋଗୁଁ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଏପରି ସଙ୍କଟ ସମୟରେ ବଜ୍ରପାତ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ବଜ୍ରପାତ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ୭୪ ଲୋକ ପ୍ରାଣ ହରାଇଛନ୍ତି। ରାଜ୍ୟ ସରକାରମାନଙ୍କ ମଧ୍ୟରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଜୟପୁରରେ ଥିବା ୧୨ଶ ଶତାଦ୍ଧୀର ପ୍ରସିଦ୍ଧ ଆମେର ଦୁର୍ଗକୁ ବୁଲିବାକୁ ଯାଇଥିବାବେଳେ ରବିବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ୧୧ ଯାତ୍ରୀଙ୍କ ଜୀବନ ଯାଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ସନ୍ଧ୍ୟା ୬ଟା୩୦ରୁ ୭ଟା ମଧ୍ୟରେ ବଜ୍ରପାତ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ଏହି ସମୟରେ କିଛି ଲୋକ ୱାଚ ଟାୱାର ଉପରେ ଥିବାବେଳେ ଆଉ କିଛି ବର୍ଷାର ମଜା ନେଉଥିଲେ। ବଜ୍ରପାତ ହେବା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ପଞ୍ଜାବର ଦୁଇ ଭାଇଭଉଣୀ ସାମିଲ ଅଛନ୍ତି। ଜୟପୁର ପୁଲିସ ଅଧିକାରୀ ସୌରଭ ତିୱାରୀଙ୍କ ଅନୁଯାୟୀ ସେଠାରେ ଲୋକେ ଥିବାବେଳେ ବର୍ଷା ଜାରି ରହିଥିଲା। ବର୍ଷା ଜୋରରେ ହେବାରୁ ସେମାନେ ଟାୱାରେ ଛପି ରହିଥିଲେ। ବଜ୍ରପାତ ସମୟରେ ଟାୱାରରେ ୩୦ ଜଣ ଥିଲେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବଜ୍ରପାତରେ ଉତ୍ତରପ୍ରଦେଶରେ ସର୍ବାଧିକ ପ୍ରଭାବିତ ହୋଇଛି।

ଆହୁରି ପଢ଼ନ୍ତୁ: ୧୨ ମାସରେ ୧୩ ଥର ରିଚାର୍ଜ; ପ୍ରିପେଡ୍ ମୋବାଇଲ୍ ‘ଲୁଟ୍’ ନେଇ ସଂସଦରେ ଗର୍ଜିଲେ ରାଘବ ଚଢା

ରବିବାର ବଜ୍ରପାତରେ ୧୬ ଜିଲ୍ଲାର ୪୧ ଲୋକ ପ୍ରାଣ ହରାଇଛନ୍ତି। ୟୁପି ରିଲିଫ କମିଶନର ରଣଭୀର ପ୍ରସାଦ କହିଛନ୍ତି ଯେ ମିଳିଥିବା ସୂଚନା ଅନୁଯାୟୀ ବଜ୍ରପାତରେ ୧୬ ଜିଲ୍ଲାର ୪୧ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରାଯାଇଛି। ଏଥିରେ ୨୫୦ ପଶୁ ମଧ୍ୟ ମୃତ୍ୟୁବରଣ କରିଥିବାବେଳେ ୨୦ ଆହତ ହୋଇଛନ୍ତି। ବଜ୍ରପାତରେ ପ୍ରୟାଗରାଜରେ ୧୪, କାନପୁରରେ ୫, ଫିରୋଜାବାଦ ଏବଂ କୌଶମ୍ବୀରେ ୩ ଜଣ ଲେଖାଏଁ ଏବଂ ଉନ୍ନାଓ ଏବଂ ଚିତ୍ରକୋଟରେ ୨ ଜଣ ବଜ୍ରପାତରେ ଆଖି ବୁଜିଛନ୍ତି। ଏହା ବ୍ୟତୀତ  ବଜ୍ରପାତ ଯୋଗୁଁ ନିଆଁ ଲାଗିଯିବାରୁ ୨୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

 କାନପୁର, ପ୍ରତାପଗଡ, ଆଗ୍ରା, ବାରଣାସୀ ଏବଂ ରାଏବରେଲିରେ ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅକସ୍ମାତ୍ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥିରେ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି ବଜ୍ରପାତ ଯୋଗୁଁ ମଧ୍ୟପ୍ରଦେଶର ୧୧ ଲୋକଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ସାମିଲ ଅଛନ୍ତି। ଏଥିରେ ୧୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ହିମାଚଳ ପ୍ରବଳା ବର୍ଷା ଲାଗି ରହିଛି। ଏଥିଯୋଗୁଁ ଧର୍ମଶାଳାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

ହଠାତ ବନ୍ୟାଜଳ ଆସିବାରେ ଅନେକ କାର ଭାସିଯାଇଛି। ସେହିପରି ସିମଲା ଜିଲ୍ଲା ଝାକରୀ ଦେଇ ଯାଇଥିବା ରାଜପଥ ବନ୍ୟା ଯୋଗୁଁ ବନ୍ଦ କରିଦିଆଯାଇଛି। ଅନେକ ସ୍ଥାନରେ ମଧ୍ୟ ଭୂସ୍ଖଳନ ହୋଇଛି। ପ୍ରଦେଶରେ ପ୍ରବଳ ବର୍ଷାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ “ ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶର ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏଥିପାଇଁ ଆବଶ୍ୟକ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଛନ୍ତି।

13 Jul 2021 By The Sakala

ଦିନକରେ ବଜ୍ରପାତ ନେଲା ୭୪ ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ଯୋଗୁଁ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଏପରି ସଙ୍କଟ ସମୟରେ ବଜ୍ରପାତ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ବଜ୍ରପାତ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ୭୪ ଲୋକ ପ୍ରାଣ ହରାଇଛନ୍ତି। ରାଜ୍ୟ ସରକାରମାନଙ୍କ ମଧ୍ୟରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଜୟପୁରରେ ଥିବା ୧୨ଶ ଶତାଦ୍ଧୀର ପ୍ରସିଦ୍ଧ ଆମେର ଦୁର୍ଗକୁ ବୁଲିବାକୁ ଯାଇଥିବାବେଳେ ରବିବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ୧୧ ଯାତ୍ରୀଙ୍କ ଜୀବନ ଯାଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ସନ୍ଧ୍ୟା ୬ଟା୩୦ରୁ ୭ଟା ମଧ୍ୟରେ ବଜ୍ରପାତ ହୋଇଥିଲା।

ଏହି ସମୟରେ କିଛି ଲୋକ ୱାଚ ଟାୱାର ଉପରେ ଥିବାବେଳେ ଆଉ କିଛି ବର୍ଷାର ମଜା ନେଉଥିଲେ। ବଜ୍ରପାତ ହେବା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ପଞ୍ଜାବର ଦୁଇ ଭାଇଭଉଣୀ ସାମିଲ ଅଛନ୍ତି। ଜୟପୁର ପୁଲିସ ଅଧିକାରୀ ସୌରଭ ତିୱାରୀଙ୍କ ଅନୁଯାୟୀ ସେଠାରେ ଲୋକେ ଥିବାବେଳେ ବର୍ଷା ଜାରି ରହିଥିଲା। ବର୍ଷା ଜୋରରେ ହେବାରୁ ସେମାନେ ଟାୱାରେ ଛପି ରହିଥିଲେ। ବଜ୍ରପାତ ସମୟରେ ଟାୱାରରେ ୩୦ ଜଣ ଥିଲେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବଜ୍ରପାତରେ ଉତ୍ତରପ୍ରଦେଶରେ ସର୍ବାଧିକ ପ୍ରଭାବିତ ହୋଇଛି।

ରବିବାର ବଜ୍ରପାତରେ ୧୬ ଜିଲ୍ଲାର ୪୧ ଲୋକ ପ୍ରାଣ ହରାଇଛନ୍ତି। ୟୁପି ରିଲିଫ କମିଶନର ରଣଭୀର ପ୍ରସାଦ କହିଛନ୍ତି ଯେ ମିଳିଥିବା ସୂଚନା ଅନୁଯାୟୀ ବଜ୍ରପାତରେ ୧୬ ଜିଲ୍ଲାର ୪୧ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରାଯାଇଛି। ଏଥିରେ ୨୫୦ ପଶୁ ମଧ୍ୟ ମୃତ୍ୟୁବରଣ କରିଥିବାବେଳେ ୨୦ ଆହତ ହୋଇଛନ୍ତି। ବଜ୍ରପାତରେ ପ୍ରୟାଗରାଜରେ ୧୪, କାନପୁରରେ ୫, ଫିରୋଜାବାଦ ଏବଂ କୌଶମ୍ବୀରେ ୩ ଜଣ ଲେଖାଏଁ ଏବଂ ଉନ୍ନାଓ ଏବଂ ଚିତ୍ରକୋଟରେ ୨ ଜଣ ବଜ୍ରପାତରେ ଆଖି ବୁଜିଛନ୍ତି। ଏହା ବ୍ୟତୀତ  ବଜ୍ରପାତ ଯୋଗୁଁ ନିଆଁ ଲାଗିଯିବାରୁ ୨୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

 କାନପୁର, ପ୍ରତାପଗଡ, ଆଗ୍ରା, ବାରଣାସୀ ଏବଂ ରାଏବରେଲିରେ ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅକସ୍ମାତ୍ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥିରେ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି ବଜ୍ରପାତ ଯୋଗୁଁ ମଧ୍ୟପ୍ରଦେଶର ୧୧ ଲୋକଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ସାମିଲ ଅଛନ୍ତି। ଏଥିରେ ୧୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ହିମାଚଳ ପ୍ରବଳା ବର୍ଷା ଲାଗି ରହିଛି। ଏଥିଯୋଗୁଁ ଧର୍ମଶାଳାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

ହଠାତ ବନ୍ୟାଜଳ ଆସିବାରେ ଅନେକ କାର ଭାସିଯାଇଛି। ସେହିପରି ସିମଲା ଜିଲ୍ଲା ଝାକରୀ ଦେଇ ଯାଇଥିବା ରାଜପଥ ବନ୍ୟା ଯୋଗୁଁ ବନ୍ଦ କରିଦିଆଯାଇଛି। ଅନେକ ସ୍ଥାନରେ ମଧ୍ୟ ଭୂସ୍ଖଳନ ହୋଇଛି। ପ୍ରଦେଶରେ ପ୍ରବଳ ବର୍ଷାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ “ ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶର ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏଥିପାଇଁ ଆବଶ୍ୟକ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର