କେନ୍ଦ୍ରୀୟ ଜଳ କମିଶନ ରିପୋର୍ଟ: ଯମୁନା ପାଣି ‌ପିଇଲେ କିଡ୍‌ନୀ ଫେଲ୍‌, କର୍କଟ !

The Sakala Picture
Published On

ନୂଆଦିଲ୍ଲୀ: ପବିତ୍ର ଯମୁନା ପାଣି ଆଉ ସ୍ବଚ୍ଛ ହୋଇ ନାହିଁ। ଗାଧୋଇବା ତ ଦୂରର କଥା ଏହା ଜଳସଚେନ ପାଇଁ ମଧ୍ୟ ଅନୁପଯୁକ୍ତ। ଏହି ପାଣିକୁ ଛୁଇଁବା ବି ମନା। ଯଦି ଭୁଲ୍‌ରେ ବି ପିଇ ଦେଉଛନ୍ତି ତେବେ କିଡ୍‌ନୀ (ବୃକକ) ରୋଗ ହୋଇଯିବ। ଯମୁନା ପାଣିରେ କ୍ରୋମିୟମ, ନିକେଲ, ଲିଡ୍‌, ଆଇରନ୍‌ ଭଳି ଭାରି ଧାତୁର ମାତ୍ରା ଅଧିକ ରହିଛି। ଏହା ଲୋକଙ୍କୁ ହୃଦ୍‌ରୋଗ, କିଡ୍‌ନୀ ଏବଂ କର୍କଟ ଭଳି ରୋଗ ଆଡକୁ ଟାଣି ନେଉଛି। […]

ନୂଆଦିଲ୍ଲୀ: ପବିତ୍ର ଯମୁନା ପାଣି ଆଉ ସ୍ବଚ୍ଛ ହୋଇ ନାହିଁ। ଗାଧୋଇବା ତ ଦୂରର କଥା ଏହା ଜଳସଚେନ ପାଇଁ ମଧ୍ୟ ଅନୁପଯୁକ୍ତ। ଏହି ପାଣିକୁ ଛୁଇଁବା ବି ମନା। ଯଦି ଭୁଲ୍‌ରେ ବି ପିଇ ଦେଉଛନ୍ତି ତେବେ କିଡ୍‌ନୀ (ବୃକକ) ରୋଗ ହୋଇଯିବ। ଯମୁନା ପାଣିରେ କ୍ରୋମିୟମ, ନିକେଲ, ଲିଡ୍‌, ଆଇରନ୍‌ ଭଳି ଭାରି ଧାତୁର ମାତ୍ରା ଅଧିକ ରହିଛି। ଏହା ଲୋକଙ୍କୁ ହୃଦ୍‌ରୋଗ, କିଡ୍‌ନୀ ଏବଂ କର୍କଟ ଭଳି ରୋଗ ଆଡକୁ ଟାଣି ନେଉଛି। କେନ୍ଦ୍ରୀୟ ଜଳ କମିଶନଙ୍କ ‘ଷ୍ଟାଟସ୍‌ ଅଫ୍‌ ଟ୍ରେସ୍‌ ଆଣ୍ଡ ଟକ୍ସିକ୍‌ ମେଟାଲ୍ସ ଇନ୍‌ ଇଣ୍ଡିଆନ ରିଭର୍ସ’ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। କମିଶନଙ୍କ ୱେବସାଇଟରେ ଏହି ତଥ୍ୟ ଉପଲବ୍ଧ ଅଛି।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ଇଲେକ୍ଟ୍ରୋପ୍ଲେଟିଂ ୟୁନିଟ୍‌, କେମିକାଲ (ରାସାୟନିକ) କାରଖାନା ଗୁଡିକର ବର୍ଜ୍ୟବସ୍ତୁ, ୱେଲ୍ଡିଂ, ରିଫାଇନିଂ, ମେଟାଲଜିଂ, କୋଇଲା ଜଳାଇବା, କାଠ, ଫାଉଣ୍ଡ୍ରିରୁ ବାହାରୁଥିବା ବର୍ଜ୍ୟବସ୍ତୁ, କୀଟନାଶକ, ଅଳିଆ ଗଦା, ଅଟୋମୋବାଇଲ, ଡିଟେରଜେଣ୍ଟ, ପାଣି ପାଇପ, ସାର ବ୍ୟବହାର ଆଦି ପାଇଁ ଯମୁନା ପାଣି ପ୍ରଦୂଷିତ। ଆଗ୍ରାର ଜୀବନି ମଣ୍ଡି ଏବଂ ସିକନ୍ଦରା ୱାଟର ୱାର୍କ୍ସ ରହିଛି। ଏଥିରୁ ସିକନ୍ଦରା ୱାଟର ୱାର୍କ୍ସରେ ୧୪୪ ଏମଏଲଡି କ୍ଷମତାର ଏମବିବିଆର ପ୍ଲାଣ୍ଟ ରହିଛି। ଏଠାରେ ଯମୁନା ପାଣିକୁ ପରୀକ୍ଷା କରାଯାଇ ଅଧା ସହରକୁ ଜଳ ଯୋଗାଇ ଦିଆଯାଇଥାଏ। ତେବେ ଭାରି ଧାତୁର ଯାଞ୍ଚ ପାଇଁ ଆବଶ୍ୟକୀୟ ଉପକରଣ ଏଠାରେ ନାହିଁ। ଜଳ କମିଶନ ଆଗ୍ରାର ପୋଇଆ ଘାଟ ସହିତ ୨ ସ୍ଥାନ ଏବଂ ମଥୁରାର ଗୋଟିଏ ସ୍ଥାନରୁ ନମୁନା ସଂଗ୍ରହ କରିଥିଲେ। ଯାଞ୍ଚରେ ଏଥିରେ ଭାରି ଧାତୁ ଥିବା ଜଣାପଡ଼ିଥିଲା। ଦେଶର ୧୮୭ ସହରର ପାଣିରେ ତିନୋଟି ଭାରି ଧାତୁ ଥିବା ଜଣାପଡ଼ିଛି। ଏହା ମଧ୍ୟରେ ଆଗ୍ରା ଏବଂ ମଥୁରା ସାମିଲ ରହିଛି। ନଦୀ ପାଣିରୁ ଆର୍ସେନିକ, କ୍ୟାଡମିୟମ, କ୍ରୋମିୟମ, କପର୍‌, ଆଇରନ, ମରକୁରୀ, ନିକେଲ, ଲେଡ୍‌ ଏବଂ ଜିଙ୍କ ମିଳିଛି। ଏହି ପାଣି ପିଇଲେ ଚର୍ମ ରୋଗ, ପେଟ ରୋଗ, ଅଲ୍‌ସର, ଫୁସ୍‌ଫୁସ୍‌ କର୍କଟ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ହୃତ୍‌ପିଣ୍ଡ ଜନିତ ରୋଗ, ଯକୃତ ଖରାପ ଏବଂ ଗୁଣସୂତ୍ରରେ ପରିବର୍ତ୍ତନ ଆଦି ରୋଗ ହୋଇଥାଏ। ଏବେ ଏହି ରିପୋର୍ଟକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉପରେ ପ୍ରଶ୍ନ ଉଠାଯାଉଛି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

10 Dec 2024 By The Sakala

କେନ୍ଦ୍ରୀୟ ଜଳ କମିଶନ ରିପୋର୍ଟ: ଯମୁନା ପାଣି ‌ପିଇଲେ କିଡ୍‌ନୀ ଫେଲ୍‌, କର୍କଟ !

ନୂଆଦିଲ୍ଲୀ: ପବିତ୍ର ଯମୁନା ପାଣି ଆଉ ସ୍ବଚ୍ଛ ହୋଇ ନାହିଁ। ଗାଧୋଇବା ତ ଦୂରର କଥା ଏହା ଜଳସଚେନ ପାଇଁ ମଧ୍ୟ ଅନୁପଯୁକ୍ତ। ଏହି ପାଣିକୁ ଛୁଇଁବା ବି ମନା। ଯଦି ଭୁଲ୍‌ରେ ବି ପିଇ ଦେଉଛନ୍ତି ତେବେ କିଡ୍‌ନୀ (ବୃକକ) ରୋଗ ହୋଇଯିବ। ଯମୁନା ପାଣିରେ କ୍ରୋମିୟମ, ନିକେଲ, ଲିଡ୍‌, ଆଇରନ୍‌ ଭଳି ଭାରି ଧାତୁର ମାତ୍ରା ଅଧିକ ରହିଛି। ଏହା ଲୋକଙ୍କୁ ହୃଦ୍‌ରୋଗ, କିଡ୍‌ନୀ ଏବଂ କର୍କଟ ଭଳି ରୋଗ ଆଡକୁ ଟାଣି ନେଉଛି। କେନ୍ଦ୍ରୀୟ ଜଳ କମିଶନଙ୍କ ‘ଷ୍ଟାଟସ୍‌ ଅଫ୍‌ ଟ୍ରେସ୍‌ ଆଣ୍ଡ ଟକ୍ସିକ୍‌ ମେଟାଲ୍ସ ଇନ୍‌ ଇଣ୍ଡିଆନ ରିଭର୍ସ’ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। କମିଶନଙ୍କ ୱେବସାଇଟରେ ଏହି ତଥ୍ୟ ଉପଲବ୍ଧ ଅଛି।

ଇଲେକ୍ଟ୍ରୋପ୍ଲେଟିଂ ୟୁନିଟ୍‌, କେମିକାଲ (ରାସାୟନିକ) କାରଖାନା ଗୁଡିକର ବର୍ଜ୍ୟବସ୍ତୁ, ୱେଲ୍ଡିଂ, ରିଫାଇନିଂ, ମେଟାଲଜିଂ, କୋଇଲା ଜଳାଇବା, କାଠ, ଫାଉଣ୍ଡ୍ରିରୁ ବାହାରୁଥିବା ବର୍ଜ୍ୟବସ୍ତୁ, କୀଟନାଶକ, ଅଳିଆ ଗଦା, ଅଟୋମୋବାଇଲ, ଡିଟେରଜେଣ୍ଟ, ପାଣି ପାଇପ, ସାର ବ୍ୟବହାର ଆଦି ପାଇଁ ଯମୁନା ପାଣି ପ୍ରଦୂଷିତ। ଆଗ୍ରାର ଜୀବନି ମଣ୍ଡି ଏବଂ ସିକନ୍ଦରା ୱାଟର ୱାର୍କ୍ସ ରହିଛି। ଏଥିରୁ ସିକନ୍ଦରା ୱାଟର ୱାର୍କ୍ସରେ ୧୪୪ ଏମଏଲଡି କ୍ଷମତାର ଏମବିବିଆର ପ୍ଲାଣ୍ଟ ରହିଛି। ଏଠାରେ ଯମୁନା ପାଣିକୁ ପରୀକ୍ଷା କରାଯାଇ ଅଧା ସହରକୁ ଜଳ ଯୋଗାଇ ଦିଆଯାଇଥାଏ। ତେବେ ଭାରି ଧାତୁର ଯାଞ୍ଚ ପାଇଁ ଆବଶ୍ୟକୀୟ ଉପକରଣ ଏଠାରେ ନାହିଁ। ଜଳ କମିଶନ ଆଗ୍ରାର ପୋଇଆ ଘାଟ ସହିତ ୨ ସ୍ଥାନ ଏବଂ ମଥୁରାର ଗୋଟିଏ ସ୍ଥାନରୁ ନମୁନା ସଂଗ୍ରହ କରିଥିଲେ। ଯାଞ୍ଚରେ ଏଥିରେ ଭାରି ଧାତୁ ଥିବା ଜଣାପଡ଼ିଥିଲା। ଦେଶର ୧୮୭ ସହରର ପାଣିରେ ତିନୋଟି ଭାରି ଧାତୁ ଥିବା ଜଣାପଡ଼ିଛି। ଏହା ମଧ୍ୟରେ ଆଗ୍ରା ଏବଂ ମଥୁରା ସାମିଲ ରହିଛି। ନଦୀ ପାଣିରୁ ଆର୍ସେନିକ, କ୍ୟାଡମିୟମ, କ୍ରୋମିୟମ, କପର୍‌, ଆଇରନ, ମରକୁରୀ, ନିକେଲ, ଲେଡ୍‌ ଏବଂ ଜିଙ୍କ ମିଳିଛି। ଏହି ପାଣି ପିଇଲେ ଚର୍ମ ରୋଗ, ପେଟ ରୋଗ, ଅଲ୍‌ସର, ଫୁସ୍‌ଫୁସ୍‌ କର୍କଟ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ହୃତ୍‌ପିଣ୍ଡ ଜନିତ ରୋଗ, ଯକୃତ ଖରାପ ଏବଂ ଗୁଣସୂତ୍ରରେ ପରିବର୍ତ୍ତନ ଆଦି ରୋଗ ହୋଇଥାଏ। ଏବେ ଏହି ରିପୋର୍ଟକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉପରେ ପ୍ରଶ୍ନ ଉଠାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର