କନୌଜରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା: ସ୍ଲିପର ବସକୁ ଧକ୍କା ଦେଲା ଟ୍ୟାଙ୍କର, ୮ ମୃତ

The Sakala Picture
Published On

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ କନୌଜରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ସ୍ଲିପର ବସକୁ ଧକ୍କା ଦେଲା ଟ୍ୟାଙ୍କର। ଦୁର୍ଘଟଣାରେ ଚାଲିଗଲା ୮ନିରୀହ ଜୀବନ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ହାଇ୍‌ୱେରେ ଟ୍ୟାଙ୍କର-ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ନେଇ ଖବର ଆସିଛି । ବସରେ ମୋଟ ୪୦ ଜଣ ଯାତ୍ରୀ ଥିବାବେଳେ ଘଟଣାସ୍ଥଳରେ ୮ଜଣ ଯାତ୍ରୀଙ୍କୁ ମୃତ୍ୟୁ ହୋଇଛି ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର […]

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ କନୌଜରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ସ୍ଲିପର ବସକୁ ଧକ୍କା ଦେଲା ଟ୍ୟାଙ୍କର। ଦୁର୍ଘଟଣାରେ ଚାଲିଗଲା ୮ନିରୀହ ଜୀବନ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ହାଇ୍‌ୱେରେ ଟ୍ୟାଙ୍କର-ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ନେଇ ଖବର ଆସିଛି । ବସରେ ମୋଟ ୪୦ ଜଣ ଯାତ୍ରୀ ଥିବାବେଳେ ଘଟଣାସ୍ଥଳରେ ୮ଜଣ ଯାତ୍ରୀଙ୍କୁ ମୃତ୍ୟୁ ହୋଇଛି ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ତିରୱା ଓ ସଇଫାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ସୂଚନା ଅନୁସାରେ, ଆଜି ଦ୍ୱିପହର ସମୟରେ କନୌଜ ଜିଲ୍ଲା ସକରାବା ଥାନା ଅଂଚଳରେ ଥିବା ଆଗ୍ରା-ଲକ୍ଷ୍‌ନୌ ଏକ୍ସପ୍ରେସ୍‌ ହାଇଓ୍‌ୱେରେ ୪୦ଜଣ ଯାତ୍ରୀଙ୍କୁ ନେଇ ବସଟି ଯାଉଥିବାବେଳେ ହଠାତ୍‌ ଟ୍ୟାଙ୍କରକୁ ପିଟିହେବା ପରେ ଡିଭାଇଡରରେ ପିଟିହୋଇଥିଲା ବସ୍‌। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସାମ୍ନା ପଟ ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି। ଦୁର୍ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସୈଫାଇ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଂଚି ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିଥିବା ଜଣାପଡ଼ିଛି। ଉପସ୍ଥିତ ଯାତ୍ରୀଙ୍କ ସୂଚନାନୁଯାୟୀ ବସଟି ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ବେଳେ ଘଟିଛି ଅଘଟଣ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

06 Dec 2024 By The Sakala

କନୌଜରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା: ସ୍ଲିପର ବସକୁ ଧକ୍କା ଦେଲା ଟ୍ୟାଙ୍କର, ୮ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ କନୌଜରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ସ୍ଲିପର ବସକୁ ଧକ୍କା ଦେଲା ଟ୍ୟାଙ୍କର। ଦୁର୍ଘଟଣାରେ ଚାଲିଗଲା ୮ନିରୀହ ଜୀବନ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ହାଇ୍‌ୱେରେ ଟ୍ୟାଙ୍କର-ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ନେଇ ଖବର ଆସିଛି । ବସରେ ମୋଟ ୪୦ ଜଣ ଯାତ୍ରୀ ଥିବାବେଳେ ଘଟଣାସ୍ଥଳରେ ୮ଜଣ ଯାତ୍ରୀଙ୍କୁ ମୃତ୍ୟୁ ହୋଇଛି ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ତିରୱା ଓ ସଇଫାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ଦ୍ୱିପହର ସମୟରେ କନୌଜ ଜିଲ୍ଲା ସକରାବା ଥାନା ଅଂଚଳରେ ଥିବା ଆଗ୍ରା-ଲକ୍ଷ୍‌ନୌ ଏକ୍ସପ୍ରେସ୍‌ ହାଇଓ୍‌ୱେରେ ୪୦ଜଣ ଯାତ୍ରୀଙ୍କୁ ନେଇ ବସଟି ଯାଉଥିବାବେଳେ ହଠାତ୍‌ ଟ୍ୟାଙ୍କରକୁ ପିଟିହେବା ପରେ ଡିଭାଇଡରରେ ପିଟିହୋଇଥିଲା ବସ୍‌। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସାମ୍ନା ପଟ ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି। ଦୁର୍ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସୈଫାଇ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଂଚି ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିଥିବା ଜଣାପଡ଼ିଛି। ଉପସ୍ଥିତ ଯାତ୍ରୀଙ୍କ ସୂଚନାନୁଯାୟୀ ବସଟି ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ବେଳେ ଘଟିଛି ଅଘଟଣ।

https://www.thesakala.in/national-international/passenger-bus-collides-with-truck-in-uttarpradesh-8-died/article-37065
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର