ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ; ୭୦% ପରିବାରକୁ ଗଳା ଯନ୍ତ୍ରଣା ଏବଂ କାଶ ଭଳି ରୋଗ

The Sakala Picture
Published On

ନୂଆଦିଲ୍ଲୀ: ଯାନବାହନରୁ ନିର୍ଗତ ଧୂଆଁ ଏବଂ ନଡ଼ା ଜଳା ଯୋଗୁ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳର ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଥିଲା ବେଳେ ଦୀପାବଳି ପରେ ଏହି ସ୍ଥିତି ଆହୁରି ଉଦବେଗଜନକ ହୋଇପଡ଼ିଛି। ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ପାଇଛି ଯେ, ବର୍ତ୍ତମାନ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି । ଏହାକୁ ନେଇ ଦିଲ୍ଲୀବାସୀଙ୍କ ସ୍ଥିତି ମଧ୍ୟ ଦିନକୁ ଦିନ ଚିନ୍ତାଜନକ ହୋଇପଡ଼ୁଛି। ଏ ସମ୍ପର୍କରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ […]

ନୂଆଦିଲ୍ଲୀ: ଯାନବାହନରୁ ନିର୍ଗତ ଧୂଆଁ ଏବଂ ନଡ଼ା ଜଳା ଯୋଗୁ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳର ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଥିଲା ବେଳେ ଦୀପାବଳି ପରେ ଏହି ସ୍ଥିତି ଆହୁରି ଉଦବେଗଜନକ ହୋଇପଡ଼ିଛି। ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ପାଇଛି ଯେ, ବର୍ତ୍ତମାନ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି । ଏହାକୁ ନେଇ ଦିଲ୍ଲୀବାସୀଙ୍କ ସ୍ଥିତି ମଧ୍ୟ ଦିନକୁ ଦିନ ଚିନ୍ତାଜନକ ହୋଇପଡ଼ୁଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଏ ସମ୍ପର୍କରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବର୍ତ୍ତମାନ ୭୦ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣଜନିତ ରୋଗରେ ପୀଡିତ ରହିଥିବା ଜଣାପଡ଼ିଛି। ବିଶେଷକରି ଦିଲ୍ଲୀବାସିନ୍ଦା ପ୍ରଦୂଷଣ ଯୋଗୁଁ ଶ୍ବାସ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଭୋଗୁଛନ୍ତି। ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ପ୍ରତି ୧୦ଟି ପରିବାରରୁ ପ୍ରାୟ ୭ ପରିବାର ପ୍ରଭାବିତ ହୋଇଥିବା କୁହାଯାଇଛି। ଯାହାକୁ ନେଇ ଦିଲ୍ଲୀ-ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗରେ ପୀଡିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଦୀପାବଳି ରାତିରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ସର୍ବାଧିକ ୯୯୯ରେ ପହଞ୍ଚିଛି। ଯାହା ଚଳିତ ବର୍ଷର ସର୍ବାଧିକ ସ୍ଥିତି ବୋଲି କୁହାଯାଉଛି। ଡିଜିଟାଲ୍ ପ୍ଲାଟଫର୍ମ ‘ଲୋକାଲ୍ ସର୍କଲ୍’ ଦ୍ୱାରା ଏହି ସର୍ବେକ୍ଷଣ କରାଯାଇଥିଲା ବେଳେ ଏଥିରେ ଦିଲ୍ଲୀ-ଏନସିଆରର ପ୍ରାୟ ୨୧ ହଜାରରୁ ଅଧିକ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ୬୨ ପ୍ରତିଶତ ପରିବାରର ଏକାଧିକ ସଦସ୍ୟଙ୍କ ଆଖିରେ ଜଳାପୋଡ଼ା ହେବା ସହିତ ୪୬ ପ୍ରତିଶତ ପରିବାର ସଦସ୍ୟଙ୍କ ନାକ ବନ୍ଦ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା ଜଣାପଡ଼ିଛି।ସର୍ବେକ୍ଷଣରେ ସାମିଲ ଥିବା ୩୧ ପ୍ରତିଶତ ଲୋକ ଶ୍ୱାସକ୍ରିୟା ନେବାରେ ଅସୁବିଧା କିମ୍ବା ଶ୍ୱାସରୋଗରେ ପୀଡ଼ିତ ଥିବା କହିଥିବାବେଳେ ଅନ୍ୟ ୩୧ ପ୍ରତିଶତ ଲୋକ ସବୁବେଳେ ମୁଣ୍ଡବିନ୍ଧା ହେଉଥିବା କହିଛନ୍ତି। ସେହିପରି ୨୩ ପ୍ରତିଶତ ଲୋକ ଏଭଳି ସମସ୍ୟାକୁ ନେଇ କୌଣସି କାର୍ଯ୍ୟ ନିଷ୍ଠା ସହ କରିପାରୁନଥିବା କହିଛନ୍ତି। ୧୫ ପ୍ରତିଶତ ଲୋକ ନିଦ୍ରାଜନିତ ସମସ୍ୟା ଭୋଗୁଥିବା ଦର୍ଶାଇଛନ୍ତି। ଅନେକ ଲୋକ କାଶ, ଥଣ୍ଡା ଏବଂ କ୍ରମାଗତ ଭାବେ ଫୁସଫୁସ ରୋଗ (ସିଓପିଡ଼ି) ଭଳି ରୋଗରେ ପୀଡିତ ରହିଥିବା ବେଳେ ଦୀପାବଳି ପରେ ବିପଜ୍ଜନକ ଏକ୍ୟୁଆଇ ସ୍ତରକୁ ନେଇ ସେମାନଙ୍କ ଅବସ୍ଥା ଆହୁରି ଖରାପ କରାଇବାର ଆଶଙ୍କା ବଢାଇଛି।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

03 Nov 2024 By The Sakala

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ; ୭୦% ପରିବାରକୁ ଗଳା ଯନ୍ତ୍ରଣା ଏବଂ କାଶ ଭଳି ରୋଗ

ନୂଆଦିଲ୍ଲୀ: ଯାନବାହନରୁ ନିର୍ଗତ ଧୂଆଁ ଏବଂ ନଡ଼ା ଜଳା ଯୋଗୁ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳର ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଥିଲା ବେଳେ ଦୀପାବଳି ପରେ ଏହି ସ୍ଥିତି ଆହୁରି ଉଦବେଗଜନକ ହୋଇପଡ଼ିଛି। ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ପାଇଛି ଯେ, ବର୍ତ୍ତମାନ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି । ଏହାକୁ ନେଇ ଦିଲ୍ଲୀବାସୀଙ୍କ ସ୍ଥିତି ମଧ୍ୟ ଦିନକୁ ଦିନ ଚିନ୍ତାଜନକ ହୋଇପଡ଼ୁଛି।

ଏ ସମ୍ପର୍କରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବର୍ତ୍ତମାନ ୭୦ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣଜନିତ ରୋଗରେ ପୀଡିତ ରହିଥିବା ଜଣାପଡ଼ିଛି। ବିଶେଷକରି ଦିଲ୍ଲୀବାସିନ୍ଦା ପ୍ରଦୂଷଣ ଯୋଗୁଁ ଶ୍ବାସ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଭୋଗୁଛନ୍ତି। ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ପ୍ରତି ୧୦ଟି ପରିବାରରୁ ପ୍ରାୟ ୭ ପରିବାର ପ୍ରଭାବିତ ହୋଇଥିବା କୁହାଯାଇଛି। ଯାହାକୁ ନେଇ ଦିଲ୍ଲୀ-ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗରେ ପୀଡିତ ହୋଇଛନ୍ତି।

ଦୀପାବଳି ରାତିରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ସର୍ବାଧିକ ୯୯୯ରେ ପହଞ୍ଚିଛି। ଯାହା ଚଳିତ ବର୍ଷର ସର୍ବାଧିକ ସ୍ଥିତି ବୋଲି କୁହାଯାଉଛି। ଡିଜିଟାଲ୍ ପ୍ଲାଟଫର୍ମ ‘ଲୋକାଲ୍ ସର୍କଲ୍’ ଦ୍ୱାରା ଏହି ସର୍ବେକ୍ଷଣ କରାଯାଇଥିଲା ବେଳେ ଏଥିରେ ଦିଲ୍ଲୀ-ଏନସିଆରର ପ୍ରାୟ ୨୧ ହଜାରରୁ ଅଧିକ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ୬୨ ପ୍ରତିଶତ ପରିବାରର ଏକାଧିକ ସଦସ୍ୟଙ୍କ ଆଖିରେ ଜଳାପୋଡ଼ା ହେବା ସହିତ ୪୬ ପ୍ରତିଶତ ପରିବାର ସଦସ୍ୟଙ୍କ ନାକ ବନ୍ଦ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା ଜଣାପଡ଼ିଛି।ସର୍ବେକ୍ଷଣରେ ସାମିଲ ଥିବା ୩୧ ପ୍ରତିଶତ ଲୋକ ଶ୍ୱାସକ୍ରିୟା ନେବାରେ ଅସୁବିଧା କିମ୍ବା ଶ୍ୱାସରୋଗରେ ପୀଡ଼ିତ ଥିବା କହିଥିବାବେଳେ ଅନ୍ୟ ୩୧ ପ୍ରତିଶତ ଲୋକ ସବୁବେଳେ ମୁଣ୍ଡବିନ୍ଧା ହେଉଥିବା କହିଛନ୍ତି। ସେହିପରି ୨୩ ପ୍ରତିଶତ ଲୋକ ଏଭଳି ସମସ୍ୟାକୁ ନେଇ କୌଣସି କାର୍ଯ୍ୟ ନିଷ୍ଠା ସହ କରିପାରୁନଥିବା କହିଛନ୍ତି। ୧୫ ପ୍ରତିଶତ ଲୋକ ନିଦ୍ରାଜନିତ ସମସ୍ୟା ଭୋଗୁଥିବା ଦର୍ଶାଇଛନ୍ତି। ଅନେକ ଲୋକ କାଶ, ଥଣ୍ଡା ଏବଂ କ୍ରମାଗତ ଭାବେ ଫୁସଫୁସ ରୋଗ (ସିଓପିଡ଼ି) ଭଳି ରୋଗରେ ପୀଡିତ ରହିଥିବା ବେଳେ ଦୀପାବଳି ପରେ ବିପଜ୍ଜନକ ଏକ୍ୟୁଆଇ ସ୍ତରକୁ ନେଇ ସେମାନଙ୍କ ଅବସ୍ଥା ଆହୁରି ଖରାପ କରାଇବାର ଆଶଙ୍କା ବଢାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର