କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ: ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ହେଉଛନ୍ତି ବିଦା

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ । ଏହା ପୂର୍ବରୁ ଦିଲ୍ଲୀରେ ରାଜନୀତିକ ହଲଚଲ୍ ଜାରି ରହିଛି । ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ବିଦାୟ ନେଉଛନ୍ତି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରମେଶ ପୋଖରିୟାଲ ଖରାପ ସ୍ୱାସ୍ଥ୍ୟ କାରଣରୁ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗରୁ ସାଂସଦ ଥିବା ଦେବୋଶ୍ରୀ ଚୌଧୁରୀ ମଧ୍ୟ […]

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ । ଏହା ପୂର୍ବରୁ ଦିଲ୍ଲୀରେ ରାଜନୀତିକ ହଲଚଲ୍ ଜାରି ରହିଛି । ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ବିଦାୟ ନେଉଛନ୍ତି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସୂଚନା ଅନୁସାରେ, ରମେଶ ପୋଖରିୟାଲ ଖରାପ ସ୍ୱାସ୍ଥ୍ୟ କାରଣରୁ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗରୁ ସାଂସଦ ଥିବା ଦେବୋଶ୍ରୀ ଚୌଧୁରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ସେହିପରି, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ସୂଚନା । ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା ମିଳିଛି । MSME ଓ ପଶୁ ସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର