କଂଗ୍ରେସରେ ସାମିଲ ହେଲେ ରେସଲର ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆ

The Sakala Picture
Published On

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ ହାତ ଧରିଲେ ଦୁଇ ରେସଲର। ହରିଆଣାରେ ଅଡୁଆରେ ବିଜେପି କଂଗ୍ରେସକୁ ମିଳିଲା ବଳ। ଶୁକ୍ରବାର ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ଭିନେଶ ଓ ବଜରଙ୍ଗ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହାପରେ ପାର୍ଟି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଦଳରେ ସାମିଲ ହେବାପରେ ବଡ ବୟାନ ଦେଇଛନ୍ତି ଭିନେସ। […]

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ ହାତ ଧରିଲେ ଦୁଇ ରେସଲର। ହରିଆଣାରେ ଅଡୁଆରେ ବିଜେପି କଂଗ୍ରେସକୁ ମିଳିଲା ବଳ। ଶୁକ୍ରବାର ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ଭିନେଶ ଓ ବଜରଙ୍ଗ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହାପରେ ପାର୍ଟି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ଦଳରେ ସାମିଲ ହେବାପରେ ବଡ ବୟାନ ଦେଇଛନ୍ତି ଭିନେସ। ସେ କହିଛନ୍ତି ଖରା ସମୟରେ ହିଁ ଜଣାପଡିଥାଏ କିଏ ନିଜର, ଯେତେବେଳେ ଆମକୁ ବିଚ ରାସ୍ତାରେ ଘୋଷଡା ଯାଇଥିଲା ସେତେବେଳେ ବିଜେପିକୁ ଛାଡି ସମସ୍ତ ବିରୋଧୀ ଦଳ ଆମ ସହ ଛିଡା ହୋଇଥିଲେ। ଆଜି ଠାରୁ ନୂଆ ଇନିଂସ ଆରମ୍ଭ ହେବାକୁ ଯାଉଛି ଯାହାକୁ ନେଇ ସେ ଗର୍ବିତ ବୋଲି କହିଛନ୍ତି। ଏହାସହ ବିଜେପି ଉପରେ ବର୍ଷିଛନ୍ତି ଦୁଇ ରେସଲର।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

ସେପଟେ କଂଗ୍ରେସରେ ସାମିଲ ହେବାପରେ ବିଜେପିକୁ କଡା ସମାଲୋଚନା କରିଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି ବିଜେପି ଆଇଟି ସେଲର ଉଦ୍ଦେଶ୍ୟ କେବଳ ରାଜନୀତି କରିବା। ଜନ୍ତରମନ୍ତରରେ ଯାହା କିଛି ହୋଇଥିଲା ସେଥିରେ ବିଜେପିର ବଡ ହାତ ଥିଲା। ଭିନେଶ ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରେ ଅଯୋଗ୍ୟ ଘୋଷିତ ହେବାପରେ ଉତ୍ସବ ମନେଇଥିଲେ ବିଜେପି ଆଇଟି ସେଲର ସଦସ୍ୟ ବୋଲି ଅଭିଯୋଗ କରିଛନ୍ତି ପୁନିଆ।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

କଂଗ୍ରେସରେ ଯୋଗଦେବା ପୂର୍ବରୁ ଭିନେଶ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ରେଲୱେର ଓଏସଡି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ରାଜନୀତିରେ ସାମିଲ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା। ତେବେ ବଜରଙ୍ଗ ଓ ଭିନେଶ କଂଗ୍ରେସରେ ଯୋଗଦେବା ପରେ ଦଳ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଅକ୍ଟୋବର ୫ରେ ହରିଆଣାରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍‌ ପଡ଼ିବାକୁ ଯାଉଛି। ଏହାରି ଭିତରେ କଂଗ୍ରେସରେ ଉଭୟଙ୍କ ଯୋଗଦାନ ବିଜେପି ଶାସିତ ରାଜ୍ୟ ଉପରେ ବଡ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି।

06 Sep 2024 By The Sakala

କଂଗ୍ରେସରେ ସାମିଲ ହେଲେ ରେସଲର ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ ହାତ ଧରିଲେ ଦୁଇ ରେସଲର। ହରିଆଣାରେ ଅଡୁଆରେ ବିଜେପି କଂଗ୍ରେସକୁ ମିଳିଲା ବଳ। ଶୁକ୍ରବାର ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ଭିନେଶ ଓ ବଜରଙ୍ଗ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହାପରେ ପାର୍ଟି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।

ଦଳରେ ସାମିଲ ହେବାପରେ ବଡ ବୟାନ ଦେଇଛନ୍ତି ଭିନେସ। ସେ କହିଛନ୍ତି ଖରା ସମୟରେ ହିଁ ଜଣାପଡିଥାଏ କିଏ ନିଜର, ଯେତେବେଳେ ଆମକୁ ବିଚ ରାସ୍ତାରେ ଘୋଷଡା ଯାଇଥିଲା ସେତେବେଳେ ବିଜେପିକୁ ଛାଡି ସମସ୍ତ ବିରୋଧୀ ଦଳ ଆମ ସହ ଛିଡା ହୋଇଥିଲେ। ଆଜି ଠାରୁ ନୂଆ ଇନିଂସ ଆରମ୍ଭ ହେବାକୁ ଯାଉଛି ଯାହାକୁ ନେଇ ସେ ଗର୍ବିତ ବୋଲି କହିଛନ୍ତି। ଏହାସହ ବିଜେପି ଉପରେ ବର୍ଷିଛନ୍ତି ଦୁଇ ରେସଲର।

ସେପଟେ କଂଗ୍ରେସରେ ସାମିଲ ହେବାପରେ ବିଜେପିକୁ କଡା ସମାଲୋଚନା କରିଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି ବିଜେପି ଆଇଟି ସେଲର ଉଦ୍ଦେଶ୍ୟ କେବଳ ରାଜନୀତି କରିବା। ଜନ୍ତରମନ୍ତରରେ ଯାହା କିଛି ହୋଇଥିଲା ସେଥିରେ ବିଜେପିର ବଡ ହାତ ଥିଲା। ଭିନେଶ ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରେ ଅଯୋଗ୍ୟ ଘୋଷିତ ହେବାପରେ ଉତ୍ସବ ମନେଇଥିଲେ ବିଜେପି ଆଇଟି ସେଲର ସଦସ୍ୟ ବୋଲି ଅଭିଯୋଗ କରିଛନ୍ତି ପୁନିଆ।

କଂଗ୍ରେସରେ ଯୋଗଦେବା ପୂର୍ବରୁ ଭିନେଶ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ରେଲୱେର ଓଏସଡି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ରାଜନୀତିରେ ସାମିଲ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା। ତେବେ ବଜରଙ୍ଗ ଓ ଭିନେଶ କଂଗ୍ରେସରେ ଯୋଗଦେବା ପରେ ଦଳ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଅକ୍ଟୋବର ୫ରେ ହରିଆଣାରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍‌ ପଡ଼ିବାକୁ ଯାଉଛି। ଏହାରି ଭିତରେ କଂଗ୍ରେସରେ ଉଭୟଙ୍କ ଯୋଗଦାନ ବିଜେପି ଶାସିତ ରାଜ୍ୟ ଉପରେ ବଡ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର