ବିନେଶ ଫୋଗଟ ଡିସକ୍ୱାଲିଫାଏଡ୍ ଘୋଷଣା ଘଟଣା: ‘ଏକ୍ସ’ରେ ଟ୍ରେଣ୍ଡ କରୁଛି #BoycottParisOlympic

The Sakala Picture
Published On

ପ୍ୟାରିସ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଡିସକ୍ୱାଲିଫାଏଡ୍ ହୋଇଛନ୍ତି। ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ବାଦବିବାଦ ଆରମ୍ଭ ହୋଇଛି। ବିନେଶ ଫୋଗଟଙ୍କ ସହ ପ୍ରତ୍ୟେକ ଭାରତୀୟ ଠିଆ ହୋଇଛନ୍ତି। ବିନେଶ ଫାଇନାଲ ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଖବର ଆସିଛି। ଏହାରି ମଧ୍ୟରେ #Boycott_Paris_Olympic ସୋସିଆଲ ମିଡିଆ ‘ଏକ୍ସ’ରେ’ ଟ୍ରେଣ୍ଡ କରୁଛି। ସୂଚନା […]

ପ୍ୟାରିସ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଡିସକ୍ୱାଲିଫାଏଡ୍ ହୋଇଛନ୍ତି। ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ବାଦବିବାଦ ଆରମ୍ଭ ହୋଇଛି। ବିନେଶ ଫୋଗଟଙ୍କ ସହ ପ୍ରତ୍ୟେକ ଭାରତୀୟ ଠିଆ ହୋଇଛନ୍ତି। ବିନେଶ ଫାଇନାଲ ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଖବର ଆସିଛି। ଏହାରି ମଧ୍ୟରେ #Boycott_Paris_Olympic ସୋସିଆଲ ମିଡିଆ ‘ଏକ୍ସ’ରେ’ ଟ୍ରେଣ୍ଡ କରୁଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଡିସକ୍ୱାଲିଫାଏଡ୍ ହୋଇଥିଲେ। ଧାର୍ଯ୍ୟ ଠାରୁ ଅଧିକ ଓଜନ ପାଇଁ ବିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଭିନେଶ ଫୋଗଟ୍ ଡିସ୍‌କ୍ୱାଲିଫାଏଡକୁ ନେଇ ୱାର୍ଲଡ ରେସଲିଂ ମହାସଂଘରେ ପୁନର୍ବିଚାର ପାଇଁ ଆବେଦନ କରିଥିଲା ଭାରତ। ୟୁନାଇଟେଡ୍ ୱାର୍ଲଡ ରେସଲିଂ (UWW) ମୁଖ୍ୟ ନେନାଡ ଲାଲୋଭିକ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏହି ଘଟଣାକୁ ନେଇ କହିଛନ୍ତି ଯେ, ନିୟମ ସମସ୍ତଙ୍କ ପାଇଁ ସମାନ ଏବଂ କିଛି କରାଯାଇପାରିବ ନାହିଁ। ।

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର