ଆଇଏଏସ ପଦ ହରାଇଲେ ପୂଜା ଖେଡକର, ଆଉ ଦେଇପାରିବେନି ୟୁପିଏସ୍‌ସି ପରୀକ୍ଷା

The Sakala Picture
Published On

ଭୁବନେଶ୍ବର: ବିବାଦରେ ଥିବା ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଉଛି। ୟୁପିଏସ୍‌ ପକ୍ଷରୁ ପୂଜାଙ୍କ ପ୍ରାର୍ଥିତ୍ୱର ଯାଞ୍ଚ ବିସ୍ତୃତ ଭାବେ କରାଯାଇଥିଲା। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୟୁପିଏସ୍‌ସି ଉପଲବ୍ଧ ଥିବା ରେକର୍ଡକୁ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍‌ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି। ସୂଚନା ଅନୁଯାୟୀ, ପୁଣେରେ ଟ୍ରେନି ଆଇଏଏସ୍‌ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏଥିସହ […]

ଭୁବନେଶ୍ବର: ବିବାଦରେ ଥିବା ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଉଛି। ୟୁପିଏସ୍‌ ପକ୍ଷରୁ ପୂଜାଙ୍କ ପ୍ରାର୍ଥିତ୍ୱର ଯାଞ୍ଚ ବିସ୍ତୃତ ଭାବେ କରାଯାଇଥିଲା। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୟୁପିଏସ୍‌ସି ଉପଲବ୍ଧ ଥିବା ରେକର୍ଡକୁ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍‌ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସୂଚନା ଅନୁଯାୟୀ, ପୁଣେରେ ଟ୍ରେନି ଆଇଏଏସ୍‌ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏଥିସହ ସେ ତାଙ୍କ ଦିବ୍ୟାଙ୍ଗ ଓ ପଛୁଆ ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି। ପ୍ରମାଣପତ୍ରରେ ହେରଫେର କରି ସେ ୟୁପିଏସ୍‌ସି ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଥିଲେ ବୋଲି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୟୁପିଏସ୍‌ ପକ୍ଷରୁ ପୂଜାଙ୍କ ପ୍ରାର୍ଥିତ୍ୱର ଯାଞ୍ଚ ବିସ୍ତୃତ ଭାବେ କରାଯାଇଥିଲା। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୟୁପିଏସ୍‌ସି ଉପଲବ୍ଧ ଥିବା ରେକର୍ଡକୁ ଯତ୍ନର ସହ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍‌ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଉଛି। ଏଥିସହ ତାଙ୍କୁ ଆଗାମୀ ଭବିଷ୍ୟତରେ କମିଶନର ସମସ୍ତ ପ୍ରକାରର ପରୀକ୍ଷା ଓ ଚୟନପ୍ରକ୍ରିୟାରୁ ବ୍ୟାନ କରାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ସୂଚନା ଅନୁଯାୟୀ, ପୂଜା ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ନିଜର ନାଁ, ବାପାଙ୍କ ନାଁ, ମା’ଙ୍କ ନାଁ, ତାଙ୍କ ଫଟୋ, ଦସ୍ତଖତ, ଇ-ମେଲ ଆଇଡି, ମୋବାଇଲ ନମ୍ବର ଓ ଠିକଣାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ୟପିଏସ୍‌ସି ଏଫଆଇଆର ରୁଜୁ କରିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କ ପ୍ରାର୍ଥିତ୍ୱକୁ କାହିଁକି ବାତିଲ କରା ନ ଯିବ ବୋଲି ନୋଟିସରେ ଉତ୍ତର ଦେବାକୁ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

୩୪ ବର୍ଷୀୟ ପୂଜା ପୁଣେରେ ଟ୍ରେନି ଆଇଏଏସ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ସେ ନିଜ ପାଇଁ ସ୍ୱତନ୍ତ୍ର ଚ୍ୟାମ୍ବର, କାର ମାଗିଥିଲେ। ଏହାବାଦ ସେ ଅନାଧିକୃତ ଭାବେ ନିଜସ୍ୱ ଅଡି କାର୍‌ରେ ମହାରାଷ୍ଟ୍ର ସରକାରଙ୍କ ଲୋଗୋ ସହ ନାଲି ବତୀ ଲଗାଇଥିଲେ। ନିଜ କ୍ଷମତାର ଅପବ୍ୟବହାର କରିଥିବାରୁ ପୂଜାଙ୍କୁ ୱାସିମକୁ ବଦଳି କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର