ବିହାରରେ ୧୭ ଦିନରେ ଭୁଶୁଡ଼ିଲାଣି ୧୨ ପୋଲ, ସୁପ୍ରିମକୋର୍ଟରେ ଦାଏର ହେଲା ଜନସ୍ବାର୍ଥ ମାମଲା

The Sakala Picture
Published On

ପାଟନା: ବିହାରର ବିଭିନ୍ନ ଜିଲ୍ଲାରେ ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ବନ୍ଦ ହେବାର ନାଁ ଧରୁ ନାହିଁ। ଗତକାଲି ସିୱାନ୍‌ ଜିଲ୍ଲାରେ ଦୁଇଟି ପୋଲ ଭୁଶୁଡ଼ି ପଡ଼ିଥିଲା ବେଳେ ଗୁରୁବାର ସରନ୍‌ ଜିଲ୍ଲାରେ ଆଉ ଏକ ପୋଲ ଭୁଶୁଡ଼ିପଡ଼ିବା ଖବର ସାମ୍ନାକୁ ଆସିଛି। ଏହାକୁ ମିଶାଇ କେବଳ ସରନ ଜିଲ୍ଲାରେ ବିଗତ ଦୁଇ ଦିନ ମଧ୍ୟରେ ତିନୋଟି ପୋଲ ଭୁଶୁଡ଼ିଛି। ଏହାବ୍ୟତୀତ ବିଗତ ୧୭ ଦିନରେ ରାଜ୍ୟର ଅନ୍ୟ ଜିଲ୍ଲାରେ ୧୭ଟି ପୋଲ […]

ପାଟନା: ବିହାରର ବିଭିନ୍ନ ଜିଲ୍ଲାରେ ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ବନ୍ଦ ହେବାର ନାଁ ଧରୁ ନାହିଁ। ଗତକାଲି ସିୱାନ୍‌ ଜିଲ୍ଲାରେ ଦୁଇଟି ପୋଲ ଭୁଶୁଡ଼ି ପଡ଼ିଥିଲା ବେଳେ ଗୁରୁବାର ସରନ୍‌ ଜିଲ୍ଲାରେ ଆଉ ଏକ ପୋଲ ଭୁଶୁଡ଼ିପଡ଼ିବା ଖବର ସାମ୍ନାକୁ ଆସିଛି। ଏହାକୁ ମିଶାଇ କେବଳ ସରନ ଜିଲ୍ଲାରେ ବିଗତ ଦୁଇ ଦିନ ମଧ୍ୟରେ ତିନୋଟି ପୋଲ ଭୁଶୁଡ଼ିଛି।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

ଏହାବ୍ୟତୀତ ବିଗତ ୧୭ ଦିନରେ ରାଜ୍ୟର ଅନ୍ୟ ଜିଲ୍ଲାରେ ୧୭ଟି ପୋଲ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ସରନ୍‌ ଜିଲ୍ଲାରେ ଗଣ୍ଡକି ନଦୀ ଉପରେ ପ୍ରାୟ ୧୫ ବର୍ଷ ତଳେ ନିର୍ମାଣ କରାଯାଇଥିବା ପୋଲଟି ଗୁରୁବାର ଭାରୀ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଥିଲା। ଏହି ପୋଲଟି ସରନ୍‌ ଏବଂ ସିୱାନ ଜିଲ୍ଲାକୁ ସଂଯୋଗ କରୁଥିଲା। ତେବେ ତିନି ଦିନ ମଧ୍ୟରେ ଗୋଟିଏ ଜିଲ୍ଲାର ତିନି ପୋଲ ଭୁଶୁଡ଼ି ପଡ଼ିବା ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ସରନ୍‌ ଏବଂ ଏହାର ନିକଯବର୍ତ୍ତୀ ସିୱାନ ଜିଲ୍ଲା ବ୍ୟତୀତ ଗତ କିଛି ଦିନ ମଧ୍ୟରେ ଛାପ୍ରା,ମଧୁବଣୀ,ଅରାରିଆ , ପୂର୍ବ ଚମ୍ପାରନ ଏବଂ କିଶନଗଞ୍ଜ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲ ଭୁଶୁଡ଼ି ପଡ଼ିଛି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ଜୁନ୍‌ ୧୮ ତାରିଖରେ ଅରାରିଆ, ୨୨ରେ ସିୱାନ,୨ ୩ରେ ପୂର୍ବ ଚମ୍ପାରନ୍‌, ୨୭ରେ କିଶନଗଞ୍ଜ, ୨୮ରେ ମଧୁବଣୀ, ଜୁଲାଇ ୧ରେ ମୁଜାଫରପୁର, ୩ ତାରିଖରେ ସିୱାନରେ ୩ ଏବଂ ସରନ୍‌ରେ ୨ ଏବଂ ଜୁଲାଇ ୪ ତାରିଖରେ ସରନ୍ ଜିଲ୍ଲାରେ ଆଉ ଏକ ପୋଲ ଭୁଶୁଡ଼ି ପଡ଼ିଥିଲା। କେବଳ ଜୁନ୍‌ ୨୭ ରୁ ୩୦ ମଧ୍ୟରେ କିଶନଗଞ୍ଜ ଜିଲ୍ଲାରେ ଲଗାତର ଭାବେ ଦୁଇଟି ପୋଲ ଭୁଶୁଡ଼ି ପଡ଼ିଥିଲା। ବିଭିନ୍ନ ସ୍ଥାନରେ ଏଭଳି ୧୨ଟି ପୋଲ ଭୁଶୁଡ଼ି ପଡ଼ିଥିଲା ବେଳେ ଅନ୍ୟ କେତେକ ସ୍ଥାନରେ ବହୁ ପୋଲ ଦୋଦୁଲ୍ୟମାନ ସ୍ଥିତିରେ ରହିଥିବାରୁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟର ସବୁ ପୋଲକୁ ନେଇ ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲା ବେଳେ ଯେଉଁ ପୋଲଗୁଡିକରୁ ତୁରନ୍ତ ମରାମତି କରାଯିବା ଆବଶ୍ୟକ ରହିଛି ତାହାର କାର୍ଯ୍ୟ ଶେଷ କରିବାକୁ କହିଛନ୍ତି। ଏହାବ୍ୟତୀତ ରାଜ୍ୟରେ ସଡ଼କ ଏବଂ ପୋଲ ମରାମତି ପାଇଁ ଏକ ଉନ୍ନତ ନୀତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ଏହି ଆବେଦନର ଶୁଣାଣି କରି ରାଜ୍ୟର ସମସ୍ତ ପୋଲଗୁଡିକର ନିର୍ମାଣଭିତ୍ତିକ ଶୈଳୀର ଅଡିଟ୍‌ ଏବଂ ଏକ ବିଶେଷଜ୍ଞ କମିଟି ଦ୍ବାରା ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର