ଦିଲ୍ଲୀରେ ଭୟଙ୍କର ଜଳ ସଙ୍କଟ: ଆପ୍ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ଜଳ ସଙ୍କଟ ସୃଷ୍ଟି ହୋଇଛି। ଏ ବାବଦରେ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ପାଣି ବର୍‌ବାଦ ଏବଂ ଟ୍ୟାଙ୍କର ମାଫିଆଙ୍କ ଉପରେ ଲଗାମ ନ ଲଗାଇବାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଜଳ ସଙ୍କଟ ଗୁରୁତର ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ସରକାର ଟ୍ୟାଙ୍କର ମାଫିଆଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଯଦି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ଜଳ ସଙ୍କଟ ସୃଷ୍ଟି ହୋଇଛି। ଏ ବାବଦରେ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ପାଣି ବର୍‌ବାଦ ଏବଂ ଟ୍ୟାଙ୍କର ମାଫିଆଙ୍କ ଉପରେ ଲଗାମ ନ ଲଗାଇବାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଜଳ ସଙ୍କଟ ଗୁରୁତର ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ସରକାର ଟ୍ୟାଙ୍କର ମାଫିଆଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଯଦି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହଁ ତେବେ କୋର୍ଟ ସେଥିପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେବେ। ଜଳ ନଷ୍ଟ ବା ଜଳର ଅନୁଚିତ ଉପଯୋଗ ବନ୍ଦ କରିବାକୁ ଦିଲ୍ଲୀ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଦିନକ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ମାମଲାର ଶୁଣାଣି ହେବ ବୋଲି ଜଷ୍ଟିସ ପିକେ ମିଶ୍ରା ଏବଂ ପି ବରାଲେଙ୍କ ଖଣ୍ଡପୀଠ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ସେହିପରି ସର୍ବୋଚ୍ଚ ନ୍ୟାୟାଳୟ ହିମାଚଳ ପ୍ରଦେଶ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ ଅଧିକ ପାଣି ଛାଡ଼ିବା ପାଇଁ ହିମାଚଳ ସରକାରଙ୍କୁ କୁହାଯାଇଥିଲା। ସରକାର ମଧ୍ୟ ଲିଖିତ ଜବାବ ଦେଇ ପାଣି ଛାଡ଼ି ଦିଆଯାଇଥିବା କହିଥିଲେ। ମାତ୍ର ଏଠାରେ ଥିବା ସରକାରୀ ଓକିଲ ପାଣି ଛାଡ଼ିବାକୁ ପ୍ରସ୍ତୁତ ଥିବା କହୁଛନ୍ତି। ଅର୍ଥାତ୍‌ ଏ ପର୍ଯ୍ୟନ୍ତ ପାଣି ଛଡ଼ା ଯାଇନାହିଁ। ଏହା ଅଦଲାତ ଅବମାନନା ମାମଲା। ଏହି ମାମଲାରେ ହିମାଚଳ ଅଧିକାରୀଙ୍କୁ ଗୁରୁବାର ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଇତିମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସାଇନିଙ୍କୁ ଭେଟି ଦିଲ୍ଲୀକୁ ତା’ ଭାଗ ଜଳ ଛଡ଼ାଯିବା ନେଇ ଆଲୋଚନା କରିଛନ୍ତି। ଗତ ଦୁଇ ସପ୍ତାହ ଧରି ଆପ୍ ସରକାର ଅଭିଯୋଗ କରୁଛନ୍ତି ଯେ ହରିୟାଣାରୁ ଦିଲ୍ଲୀକୁ ଯେତେ ପରିମାଣର ଜଳ ମିଳିବା କଥା ତାହା ହରିୟାଣାର ବିଜେପି ସରକାର ଦେଉନାହାନ୍ତି। ଦିଲ୍ଲୀର ଜଳ ସଙ୍କଟ ଦୂର କରିବା ସମ୍ପର୍କରେ ଉପରାଜ୍ୟପାଳ ସକ୍ସେନା ଗତ ସୋମବାର ଦିନ ଦିଲ୍ଲୀ ମନ୍ତ୍ରୀ ଆତିଶୀ ମାର୍ଲୋନ ଓ ସୌରଭ ଭରଦ୍ବାଜଙ୍କ ସହ ଆଲୋଚନା କରିଛନ୍ତି। ଦିଲ୍ଲୀ ମନ୍ତ୍ରୀ ଦ୍ବୟଙ୍କୁ ଉପରାଜ୍ୟପାଳ ପରାମର୍ଶ ଦେଇଛନ୍ତି ଯେ ହରିୟାଣା ସରକାରଙ୍କୁ ଦୋଷ ନଦେଇ ଆପୋସ ବୁଝାମଣା ମାର୍ଗରେ ଜଳ ସଙ୍କଟ ସମାଧାନ ବାହାର କର।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର