ଏନ୍‌ଡିଏ ସପକ୍ଷରେ ପ୍ରମୁଖ ଏଜେନ୍ସିଙ୍କ ମତ: ୩୫୦ରୁ ଅଧିକ ଆସନ ପାଇ ତୃତୀୟଥର ପାଇଁ ସରକାର ଗଢ଼ିପାରେ ଏନ୍‌ଡିଏ

The Sakala Picture
Published On

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସହିତ ୪ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ଶନିବାର ଶେଷ ହୋଇଛି। ୧୯୫୧-୫୨ ପରେ ପ୍ରାୟ ୬ ସପ୍ତାହ ଧରି ଚାଲିଥିବା ଦ୍ବିତୀୟ ଦୀର୍ଘଗାମୀ ଏହି ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଥିଲା ବେଳେ ଆସନ୍ତା ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ବୁଥ୍‌ ବାହୁଡ଼ା ମତ(ଏକଜିଟ୍‌ ପୋଲ) ପ୍ରକାଶ ପାଇଛି। ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ବିଜେପି ନେତୃତ୍ବାଧୀନ ଏନଡିଏ ଦଳ […]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସହିତ ୪ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ଶନିବାର ଶେଷ ହୋଇଛି। ୧୯୫୧-୫୨ ପରେ ପ୍ରାୟ ୬ ସପ୍ତାହ ଧରି ଚାଲିଥିବା ଦ୍ବିତୀୟ ଦୀର୍ଘଗାମୀ ଏହି ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଥିଲା ବେଳେ ଆସନ୍ତା ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ବୁଥ୍‌ ବାହୁଡ଼ା ମତ(ଏକଜିଟ୍‌ ପୋଲ) ପ୍ରକାଶ ପାଇଛି। ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ବିଜେପି ନେତୃତ୍ବାଧୀନ ଏନଡିଏ ଦଳ ପୁଣିଥରେ କେନ୍ଦ୍ରରେ କ୍ଷମତାସୀନ ହେବା ନେଇ ଆକଳନ କରାଯାଇଛି। ଲୋକସଭାର ମୋଟ ୫୪୨ଟି ଆସନ ମଧ୍ୟରୁ ଏନଡିଏ ୩୫୦ରୁ ଅଧିକ ଆସନ ହାସଲ କରି ସରକାର ଗଠନ କରିବ ବୋଲି ପ୍ରାୟ ୬ଟି ପ୍ରମୁଖଏକଜିଟ୍‌ ପୋଲ ଏଜେନ୍ସି ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ୧୨୫ ରୁ ୧୬୦ଟି ଆସନ ହାସଲ କରିବ ବୋଲି ଆକଳନ କରାଯାଇଛି। ବିଜେପି ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ସର୍ବାଧିକ ସଫଳତା ହାସଲ କରିବା ସହିତ କଂଗ୍ରେସ ଶାସିତ କର୍ଣ୍ଣାଟକ ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଇଛି। ଏହାବ୍ୟତୀତ ପଶ୍ଚମିବଙ୍ଗରେ ମଧ୍ୟ ଶାସକ ଟିଏମସି ତୁଳନାରେ ବିଜେପି ସର୍ବାଧିକ ଲୋକସଭା ଆସନ ହାସଲ କରି ଏଠାରେ ସର୍ବବୃହତ ଦଳର ମାନ୍ୟତା ଲାଭ କରିବ ବୋଲି କୁହାଯାଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ହ୍ୟାଟ୍ରିକ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିହାସ ରଚିବାକୁ ଯାଉଥିବା ବହୁ ଏଜେନ୍ସି ଆକଳନ କରିଛନ୍ତି। ତେବେ ବିଜେପି ଦେଇଥିବା ୪୦୦ ପାର ନାରା ଫେଲ ମାରିବ ବୋଲି ଏକ୍‌ଜିଟ ପୋଲ ରିପୋର୍ଟରୁ ଜଣାପଡ଼ିଛି। ସେହିପରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ୨୦୧୯ ନିର୍ବାଚନ ତୁଳନାରେ ଏଥର ଭଲ ପ୍ରଦର୍ଶନ କରିବା ନେଇ ଆକଳନ କରାଯାଇଛି। ୨୦୧୯ରେ କଂଗ୍ରେସ ମାତ୍ର ୫୨ଟି ଆସନରେ ବିଜୟୀ ହୋଇଥିଲା ବେଳେ ୟୁପିଏ ୯୧ଟି ଆସନ ହାସଲ କରିଥିଲା। ତେବେ ଚଳିତ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୧୫୦ରୁ ଅଧିକ ଆସନ ଜିତିବାକୁ ଯାଉଥିବା ବିଭିନ୍ନ ଏକଜିଟ ପୋଲରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର