ଯୌନ ନିର୍ଯାତନା ମାମଲା: ବେଙ୍ଗାଲୁରୁ ଏୟାରପୋର୍ଟରୁ ପ୍ରଜ୍ବଳ ରେଭନ୍ନାଙ୍କୁ ଗିରଫ କଲା SIT

The Sakala Picture
Published On

ବେଙ୍ଗାଲୁରୁ: ଶେଷରେ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । କର୍ଣ୍ଣାଟକ ଅଶ୍ଳୀଳ ଭିଡ଼ିଓ ମାମଲାରେ ପ୍ରଜ୍ବଳଙ୍କୁ ଗିରଫ କଲା SIT । ଜର୍ମାନୀରୁ ଫେରିବା ପରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଆଉ ୩୪ ଦିନ ପରେ ସେ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ ହୋଇଛନ୍ତି । ଆଜି କୋର୍ଟରେ ତାଙ୍କୁ ହାଜର କରାଯିବ । ଏବେ […]

ବେଙ୍ଗାଲୁରୁ: ଶେଷରେ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । କର୍ଣ୍ଣାଟକ ଅଶ୍ଳୀଳ ଭିଡ଼ିଓ ମାମଲାରେ ପ୍ରଜ୍ବଳଙ୍କୁ ଗିରଫ କଲା SIT । ଜର୍ମାନୀରୁ ଫେରିବା ପରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଆଉ ୩୪ ଦିନ ପରେ ସେ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ ହୋଇଛନ୍ତି । ଆଜି କୋର୍ଟରେ ତାଙ୍କୁ ହାଜର କରାଯିବ । ଏବେ ତାଙ୍କୁ ସିଆଇଡି କାର୍ଯ୍ୟାଳୟକୁ ନିଆଯାଇଛି ଏବଂ ଆଜି ତାଙ୍କୁ ପଚରାଉଚରା କରାଯାଉଛି ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ଡାକ୍ତରୀ ମାଇନା ପରେ ପ୍ରଜ୍ବଳଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ । ଏସଆଇଟି ତାଙ୍କୁ ରିମାଣ୍ଡ ଓ ହେପାଜତରେ ନେବାକୁ ଆବେଦନ କରିପାରେ । ସେକ୍ସ ସ୍କାଣ୍ଡାଲର ଭାଇରାଲ ଭିଡିଓ ଏବଂ ଅଡିଓ ନମୁନା ଯାଂଚ କରାଯିବ । ଜର୍ମାନୀରୁ ଭାରତ ଫେରିବା ପୂର୍ବରୁ ପ୍ରଜୱଲ ରେଭନ୍ନା କର୍ଣ୍ଣାଟକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏହି ଆବେଦନକୁ ନେଇ ତାଙ୍କ ମା’ କୋର୍ଟରେ ପହଂଚିଥିଲେ ମଧ୍ୟ ଆବେଦନ ଖାରଜ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ସୂଚନାଯୋଗ୍ୟ, ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ନେଇ ପ୍ରଜ୍ବଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି। କେବଳ ବଳାତ୍କାର ନୁହେଁ, ତାଙ୍କ ଯୌନ ନିର୍ଯାତନାରେ ଶିକାର ମହିଳାଙ୍କୁ ସେ ବ୍ଲାକମେଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର