ଯୌନ ନିର୍ଯାତନା ମାମଲା: ବେଙ୍ଗାଲୁରୁ ଏୟାରପୋର୍ଟରୁ ପ୍ରଜ୍ବଳ ରେଭନ୍ନାଙ୍କୁ ଗିରଫ କଲା SIT

The Sakala Picture
Published On

ବେଙ୍ଗାଲୁରୁ: ଶେଷରେ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । କର୍ଣ୍ଣାଟକ ଅଶ୍ଳୀଳ ଭିଡ଼ିଓ ମାମଲାରେ ପ୍ରଜ୍ବଳଙ୍କୁ ଗିରଫ କଲା SIT । ଜର୍ମାନୀରୁ ଫେରିବା ପରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଆଉ ୩୪ ଦିନ ପରେ ସେ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ ହୋଇଛନ୍ତି । ଆଜି କୋର୍ଟରେ ତାଙ୍କୁ ହାଜର କରାଯିବ । ଏବେ […]

ବେଙ୍ଗାଲୁରୁ: ଶେଷରେ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । କର୍ଣ୍ଣାଟକ ଅଶ୍ଳୀଳ ଭିଡ଼ିଓ ମାମଲାରେ ପ୍ରଜ୍ବଳଙ୍କୁ ଗିରଫ କଲା SIT । ଜର୍ମାନୀରୁ ଫେରିବା ପରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଆଉ ୩୪ ଦିନ ପରେ ସେ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ ହୋଇଛନ୍ତି । ଆଜି କୋର୍ଟରେ ତାଙ୍କୁ ହାଜର କରାଯିବ । ଏବେ ତାଙ୍କୁ ସିଆଇଡି କାର୍ଯ୍ୟାଳୟକୁ ନିଆଯାଇଛି ଏବଂ ଆଜି ତାଙ୍କୁ ପଚରାଉଚରା କରାଯାଉଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଡାକ୍ତରୀ ମାଇନା ପରେ ପ୍ରଜ୍ବଳଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ । ଏସଆଇଟି ତାଙ୍କୁ ରିମାଣ୍ଡ ଓ ହେପାଜତରେ ନେବାକୁ ଆବେଦନ କରିପାରେ । ସେକ୍ସ ସ୍କାଣ୍ଡାଲର ଭାଇରାଲ ଭିଡିଓ ଏବଂ ଅଡିଓ ନମୁନା ଯାଂଚ କରାଯିବ । ଜର୍ମାନୀରୁ ଭାରତ ଫେରିବା ପୂର୍ବରୁ ପ୍ରଜୱଲ ରେଭନ୍ନା କର୍ଣ୍ଣାଟକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏହି ଆବେଦନକୁ ନେଇ ତାଙ୍କ ମା’ କୋର୍ଟରେ ପହଂଚିଥିଲେ ମଧ୍ୟ ଆବେଦନ ଖାରଜ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ସୂଚନାଯୋଗ୍ୟ, ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ନେଇ ପ୍ରଜ୍ବଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି। କେବଳ ବଳାତ୍କାର ନୁହେଁ, ତାଙ୍କ ଯୌନ ନିର୍ଯାତନାରେ ଶିକାର ମହିଳାଙ୍କୁ ସେ ବ୍ଲାକମେଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର