ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୯୪ ଲୋକସଭା ଆସନରେ ଚାଲିଛି ମତଦାନ

The Sakala Picture
Published On

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୧୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଟି ଆସନ ପାଇଁ ମତଦାନ ହେଉଛି। ନିର୍ବାଚନ ମୂଳ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ପର୍ଯ୍ୟାୟରେ ୧୨ ରାଜ୍ୟର ୯୫ଟି ଆସନ ପାଇଁ ମତଦାନ ହେବାର ଥିଲା । କିନ୍ତୁ ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ହେବା ଦ୍ବାରା ଏଠାକାର ବିଜେପି ପ୍ରାର୍ଥୀ ନିଦ୍ବନ୍ଦରେ ନିର୍ବାଚିତ ହେବାରୁ ବାକି ୯୪ଟି […]

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୧୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଟି ଆସନ ପାଇଁ ମତଦାନ ହେଉଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ନିର୍ବାଚନ ମୂଳ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ପର୍ଯ୍ୟାୟରେ ୧୨ ରାଜ୍ୟର ୯୫ଟି ଆସନ ପାଇଁ ମତଦାନ ହେବାର ଥିଲା । କିନ୍ତୁ ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ହେବା ଦ୍ବାରା ଏଠାକାର ବିଜେପି ପ୍ରାର୍ଥୀ ନିଦ୍ବନ୍ଦରେ ନିର୍ବାଚିତ ହେବାରୁ ବାକି ୯୪ଟି ଆସନରେ ମତଦାନ ହେଉଛି। ସେହିପରି ଜମ୍ମୁ-କାଶ୍ମୀରରେ ପାଣିପାଗ ସ୍ଥିତି ଅନୁକୂଳ ନ ଥିବାରୁ ଅନନ୍ତନାଗ-ରାଜୋରୀ ଆସନ ପାଇଁ ମତଦାନ ଆସନ୍ତା ୨୫ରେ ଭୋଟ ଗ୍ରହଣ ହେବ । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବେତୁଲ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ପର୍ଯ୍ୟାୟରେ (ଏପ୍ରିଲ ୨୬)ହେବାକୁ ଥିବା ମତଦାନ ଆସନ୍ତାକାଲି ହେବ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ତେବେ ଅନ୍ୟସବୁ ଆସନରେ ମୂଳ କାର୍ଯ୍ୟସୂଚୀ ଅନୁସାରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଆସାମ (୪), ବିହାର (୫), ଛତିଶଗଡ (୭), ଗୋଆ (୨), ଗୁଜୁରାଟ (୨୬), କର୍ଣ୍ଣାଟକ (୧୪), ମଧ୍ୟପ୍ରଦେଶ ( ୮), ମହାରାଷ୍ଟ୍ର (୧୧), ଉତ୍ତରପ୍ରଦେଶ (୧୦), ପଶ୍ଚିମବଙ୍ଗ (୪) ଆସନ ସମେତ ଦାଦ୍ରା ଓ ନାଗର ହାଭେଲି ଏବଂ ଦାମନ ଓ ଡିୟୁର ଦୁଇ ଆସନ ପାଇଁ ମତଦାନ ହେଉଛି। ଏହି ପର୍ଯ୍ୟାୟରେ ଗୁଜରାଟର ସମସ୍ତ ଲୋକସଭା କ୍ଷେତ୍ର ପାଇଁ ମତଦାନ ଶେଷ ହେଉଥିଲା ବେଳେ ଦେଶରେ ୨୬୩ ଲୋକସଭା କ୍ଷେତ୍ରରେ ଶେଷ ହେବ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର