ଆଜି ୩ ରାଜ୍ୟର ୧୫ ରାଜ୍ୟସଭା ଆସନରେ ଭୋଟ
ନୂଆଦିଲ୍ଲୀ: ଖାଲି ପଡ଼ିଥିବା ରାଜ୍ୟସଭାର ମୋଟ ୫୬ ଆସନ ମଧ୍ୟରୁ ୪୧ଟି ଆସନରେ ପ୍ରାର୍ଥୀମାନେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇସାରିଛନ୍ତି। କଂଗ୍ରେସର ସୋନିଆ ଗାନ୍ଧୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ବହୁ ପ୍ରମୁଖ ନେତା ନିର୍ଦ୍ବନ୍ଦରେ ରଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏବେ ଅବଶିଷ୍ଟ ୧୫ ଆସନ ପାଇଁ ଆସନ୍ତାକାଲି ମତଦାନ କରାଯିବ। ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଏବଂ କର୍ଣ୍ଣାଟକ ଆଦି ତିନି ରାଜ୍ୟରେ ଏହି ୧୫ ଆସନ ପାଇଁ ନିର୍ବାଚନ ହେବାକୁ ଥିବା […]
ନୂଆଦିଲ୍ଲୀ: ଖାଲି ପଡ଼ିଥିବା ରାଜ୍ୟସଭାର ମୋଟ ୫୬ ଆସନ ମଧ୍ୟରୁ ୪୧ଟି ଆସନରେ ପ୍ରାର୍ଥୀମାନେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇସାରିଛନ୍ତି। କଂଗ୍ରେସର ସୋନିଆ ଗାନ୍ଧୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ବହୁ ପ୍ରମୁଖ ନେତା ନିର୍ଦ୍ବନ୍ଦରେ ରଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏବେ ଅବଶିଷ୍ଟ ୧୫ ଆସନ ପାଇଁ ଆସନ୍ତାକାଲି ମତଦାନ କରାଯିବ। ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଏବଂ କର୍ଣ୍ଣାଟକ ଆଦି ତିନି ରାଜ୍ୟରେ ଏହି ୧୫ ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଉତ୍ତରପ୍ରଦେଶରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି।
ପ୍ରକୃତରେ ଉତ୍ତରପ୍ରଦେଶର ୧୦ ଆସନ ପାଇଁ ଏହି ଦୁଇ ଦଳ ନିକଟରେ ଯେତିକି ବିଧାୟକଙ୍କ ସଂଖ୍ୟା ରହିଛି, ତଦ୍ବାରା ବିଜେପି ୭ ଏବଂ ସମାଜବାଦୀ ପାର୍ଟି ୩ ସାଂସଦଙ୍କୁ ବିନା ପ୍ରତିଦ୍ବନ୍ଦ୍ବିତାରେ ରାଜ୍ୟସଭାକୁ ପଠାଇ ପାରିଥାଆନ୍ତେ। ଉତ୍ତରପ୍ରଦେଶ ବିଧାନସଭାର ମୋଟ ବିଧାୟକଙ୍କ ସଂଖ୍ୟା ୪୦୩ ରହିଥିବା ବେଳେ ବିଜେପି ନିକଟରେ ୨୫୨ ଏବଂ ସମାଜବାଦୀ ପାର୍ଟି ବିଧାୟକଙ୍କ ସଂଖ୍ୟା ୧୦୮ ରହିଛି। ହେଲେ ବିଜେପି ପକ୍ଷରୁ ସଞ୍ଜୟ ସେଠଙ୍କୁ ଛିଡା କରାଯାଇଥିବାରୁ ଏହି ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ ବୋଲି କୁହାଯାଉଛି।