ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍

The Sakala Picture
Published On

ଲକ୍ଷ୍ନୌ: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଜାମିନ୍। କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇଥିବାରୁ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଆଜି ଉତ୍ତରପ୍ରଦେଶ ସୁଲତାନପୁର ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧୀ। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତ ୨୦୧୮ ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ଦାୟର କରିଥିଲେ। ବେଙ୍ଗାଳୁରୁରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ କିଛି […]

ଲକ୍ଷ୍ନୌ: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଜାମିନ୍। କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇଥିବାରୁ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଆଜି ଉତ୍ତରପ୍ରଦେଶ ସୁଲତାନପୁର ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧୀ। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଗତ ୨୦୧୮ ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ଦାୟର କରିଥିଲେ। ବେଙ୍ଗାଳୁରୁରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। କୋର୍ଟ ହାଜିରା କାରଣରୁ ଉତ୍ତରପ୍ରଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ସାମୟିକ ଭାବେ ବନ୍ଦ ରହିଥିଲା। କୋର୍ଟ ହାଜିରା ପରେ ଆମେଥିର ଫୁରସତଗଞ୍ଜରୁ ପୁଣି ଯାତ୍ରା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର