‘ଦିଲ୍ଲୀ ଚଲୋ’ ଜିଦ୍‌ରେ ଅଟଳ ଚାଷୀ, ୧୨ ଜିଲ୍ଲାରେ ୧୪୪ ଧାରା

The Sakala Picture
Published On

ଅମ୍ବାଲା: ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍‌) ୧୩ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛି। ଏହାକୁ ନେଇ କୃଷକ ଜିଦ୍‌ରେ ଅଟଳ ରହିଛନ୍ତି। ଏହି ଯାତ୍ରା ପୂର୍ବରୁ ହରିୟାଣା ଏବଂ ପଞ୍ଜାବର ଶମ୍ଭୁ, ଖନୌରି ସମେତ ସବୁ ସୀମାକୁ ସିଲ୍‌ କରିଦିଆଯାଇଛି। ସିଙ୍ଘୁ ଏବଂ ଟିକରି ସୀମାରେ ସିମେଣ୍ଟର ବ୍ୟାରିକେଡ ଲଗାଯାଇଛି। ପଞ୍ଜାବରୁ ଆସୁଥିବା କୃଷକଙ୍କ ଗାଡ଼ିକୁ ନ ଛାଡ଼ିବା ଶମ୍ଭୁ ସୀମା ଏବଂ ଫତେହାବାଦରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି। ହରିୟାଣାର ୭ ଜିଲ୍ଲାରେ ରବିବାର […]

ଅମ୍ବାଲା: ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍‌) ୧୩ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛି। ଏହାକୁ ନେଇ କୃଷକ ଜିଦ୍‌ରେ ଅଟଳ ରହିଛନ୍ତି। ଏହି ଯାତ୍ରା ପୂର୍ବରୁ ହରିୟାଣା ଏବଂ ପଞ୍ଜାବର ଶମ୍ଭୁ, ଖନୌରି ସମେତ ସବୁ ସୀମାକୁ ସିଲ୍‌ କରିଦିଆଯାଇଛି। ସିଙ୍ଘୁ ଏବଂ ଟିକରି ସୀମାରେ ସିମେଣ୍ଟର ବ୍ୟାରିକେଡ ଲଗାଯାଇଛି। ପଞ୍ଜାବରୁ ଆସୁଥିବା କୃଷକଙ୍କ ଗାଡ଼ିକୁ ନ ଛାଡ଼ିବା ଶମ୍ଭୁ ସୀମା ଏବଂ ଫତେହାବାଦରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି। ହରିୟାଣାର ୭ ଜିଲ୍ଲାରେ ରବିବାର ସକାଳ ୬ଟାରୁ ଇଣ୍ଟରନେଟ, ଡଙ୍ଗଲ ଏବଂ ବଲ୍‌କ ଏସଏମ୍‌ଏସ ବନ୍ଦ କରିଦିଆଯାଇଛି। ୧୩ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ସେହିପରି ହରିୟାଣାର ସୋନିପତ, ଝଜର, ପଞ୍ଚକୁଲା, ଅମ୍ବାଲା, କେଥଲ, ହିସାର, ସିର୍ସା, ଫତେହାବାଦ ଏବଂ ଜିନ୍ଦ ସମେତ ୧୨ ଜିଲ୍ଲାରେ ୧୪୪ ଧାରା କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ପଞ୍ଜାବ ଏବଂ ଦିଲ୍ଲୀ ମାର୍ଗରେ ଯାଉଥିବା ଗାଡ଼ିର ଗତିପଥକୁ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାର ହରିୟାଣାକୁ ଅର୍ଦ୍ଧସାମରିକ ବାହିନୀର ୬୪ କମ୍ପାନୀ ପଠାଇଛନ୍ତି। ଏଥିରେ ବିଏସ୍‌ଏଫ ଏବଂ ସିଆରପିଏଫ୍‌ ଯବାନ ସାମିଲ ଅଛନ୍ତି। ଚାଷୀଙ୍କ ମୁକାବିଲା କରିବା ପାଇଁ ହରିୟାଣା ସିର୍ସାର ଚୌଧୁରୀ ଦଲବୀର ସିଂହ ଇନଡୋର ଷ୍ଟାଡିୟମ ଏବଂ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମରେ ୨ଟି ଅସ୍ଥାୟୀ ଜେଲ୍‌ ବନାଯାଇଛି। ଚଣ୍ଡିଗଡ଼ରେ ମଧ୍ୟ ଧାରା ୧୪୪ ଲଗାଯାଇଛି। ବିକ୍ଷୋଭ ପ୍ରଦର୍ଶନ ସହିତ ଟ୍ରାକ୍ଟର ରାଲି ଉପରେ କଟକଣା ଲଗାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀର ଗାଜିପୁରକୁ ଲାଗିଥିବା ସୀମାରେ ଦିଲ୍ଲୀ ପୁଲିସ ଧାରା ୧୪୪ ଲଗାଇଛି। ଏହି ମାର୍ଗ ଦେଇ ୟୁପି ଚାଷୀ ଆସିବାର ସମ୍ଭାବନା ରହିଛି। କୌଣସି ଟ୍ରାକ୍ଟରକୁ ୧୦ ଲିଟରରୁ ଅଧିକ ଡିଜେଲ ନ ଦେବା ପାଇଁ ସୋନିପତର ପେଟ୍ରୋଲ ପମ୍ପ ମାଲିକଙ୍କୁ ଡିସି ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଉପରେ ନଜର ରଖିବା ପାଇଁ ଶମ୍ଭୁ ସୀମାରେ ୮ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାର ସୀମା ୪୦ ମିଟର ପର୍ଯ୍ୟନ୍ତ ରହିଛି। ଚାଷୀଙ୍କୁ ଅଟକାଇବା ପାଇଁ ବିଏସ୍‌ଏଫ ମୋର୍ଚ୍ଚା ସମ୍ଭାଳିଛି। ହରିୟାଣାର ଏସକେଏମ ନେତା ଜଗଜିତ ଡଲେୱାଲ କହିଛନ୍ତି ଯେ ବିମୁଦ୍ରିକରଣ ନାମରେ ଚାଷୀଙ୍କୁ ଉସୁକା ଯାଉଛି। ଏହା ମଧ୍ୟରେ ସୋମବାର ସନ୍ଧ୍ୟାରେ ଚାଷୀ ସଂଗଠନଗୁଡିକ ସହ କେନ୍ଦ୍ର ସରକାର ଆଲୋଚନା କରିବାକୁ ଯାଉଛନ୍ତି। ଏଥିରେ କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ ଏବଂ ନିତ୍ୟାନନ୍ଦ ରାୟ ସାମିଲ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର