ୟୁଜିସି ବନ୍ଦ କଲା ଏମ୍.ଫିଲ୍ ଡିଗ୍ରୀ: ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ କଲା ଅନୁରୋଧ

The Sakala Picture
Published On

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍.ଫିଲ୍ ନାମଲେଖା ହେବ ନାହିଁ। ଏମ୍.ଫିଲ୍ ଡିଗ୍ରୀକୁ ବନ୍ଦ କରିଦେଇଛି ୟୁଜିସି। ଏ ସମ୍ୱନ୍ଧରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି। ୟୁଜିସି ସେକ୍ରେଟାରୀ ମନୀଷ ଯୋଶୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ ଅନୁରୋଧ କରିଛନ୍ତି। ଅର୍ଥାତ ବର୍ତ୍ତମାନଠାରୁ ଏମ୍.ଫିଲ୍ ପାଠ୍ୟକ୍ରମର ମାନ୍ୟତାକୁ ସମାପ୍ତ କରି ଦିଆଯାଇଛି ମାଷ୍ଟର ଅଫ୍ ଫିଲୋସଫିର […]

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍.ଫିଲ୍ ନାମଲେଖା ହେବ ନାହିଁ। ଏମ୍.ଫିଲ୍ ଡିଗ୍ରୀକୁ ବନ୍ଦ କରିଦେଇଛି ୟୁଜିସି। ଏ ସମ୍ୱନ୍ଧରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ୟୁଜିସି ସେକ୍ରେଟାରୀ ମନୀଷ ଯୋଶୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ ଅନୁରୋଧ କରିଛନ୍ତି। ଅର୍ଥାତ ବର୍ତ୍ତମାନଠାରୁ ଏମ୍.ଫିଲ୍ ପାଠ୍ୟକ୍ରମର ମାନ୍ୟତାକୁ ସମାପ୍ତ କରି ଦିଆଯାଇଛି ମାଷ୍ଟର ଅଫ୍ ଫିଲୋସଫିର ଡିଗ୍ରୀ ବନ୍ଦ କରିବା ନେଇ ୟୁଜିସି ଆଜି ହିଁ ନିର୍ଦ୍ଦେଶ ଜାରି କରିଛି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ ୟୁଜିସି କହିଛି ଯେ, ଏମ୍.ଫିଲ୍ ଏକ ସ୍ବୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ । ଏମ୍.ଫିଲ୍ ଅର୍ଥାତ୍ ମାଷ୍ଟର ଅଫ୍ ଫିଲୋସଫି ଦୁଇ ବର୍ଷର ଏକ ପୋଷ୍ଟଗ୍ରାଜୁଏଟ ଏକାଡେମିକ ରିସର୍ଚ୍ଚ ପ୍ରୋଗ୍ରାମ, ଯାହା PhD ପାଇଁ ପ୍ରୋଭିଜନାଲ୍ ଏନ୍‌ରୋଲମେଣ୍ଟ ଭାବରେ କାର୍ଯ୍ୟ କରିଥାଏ। ଏବେ ୟୁଜିସି କ‌ହିଛି ଯେ ଏହି ଡିଗ୍ରୀ ସ୍ୱୀକୃତିପ୍ରାପ୍ତ ନୁହେଁ ତେଣୁ କୌଣସି ବି କଲେଜ ଏହି ଡିଗ୍ରୀ ପାଇଁ ଆଡମିଶନ ଆମନ୍ତ୍ରଣ କରନ୍ତୁ ନାହିଁ କିମ୍ବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପାଠ୍ୟକ୍ରମରେ ନାମ ଲେଖାନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର