୪ ବର୍ଷର ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ଜୀବନ ହାରିଲେ ଦମ୍ପତ୍ତି

The Sakala Picture
Published On

ହାଇଦ୍ରାବାଦ: ହାଇଦ୍ରାବାଦରେ ଅଭାବନୀୟ ଘଟଣା। ହାଇଦ୍ରାବାଦର ୱାର୍ସିଗୁଡ଼ାସ୍ଥିତ ଅନ୍ତର୍ଗତ ଗଙ୍ଗାପୁତ୍ର କଲୋନିରେ ୪ ବର୍ଷୀୟ ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ସକାଳେ ଘର କବାଟ ନଖୋଲିବାରୁ ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ଘର ଭିତରେ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ […]

ହାଇଦ୍ରାବାଦ: ହାଇଦ୍ରାବାଦରେ ଅଭାବନୀୟ ଘଟଣା। ହାଇଦ୍ରାବାଦର ୱାର୍ସିଗୁଡ଼ାସ୍ଥିତ ଅନ୍ତର୍ଗତ ଗଙ୍ଗାପୁତ୍ର କଲୋନିରେ ୪ ବର୍ଷୀୟ ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ସକାଳେ ଘର କବାଟ ନଖୋଲିବାରୁ ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ଘର ଭିତରେ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ ଝିଅ ତେଜସ୍ବିନୀ ଫାଶୀ ଲଗାଇ ମରିଥିବା ଦେଖିଥିଲେ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ସୂଚନା ଅନୁସାରେ, ଗୁରୁବାର ରାତିରେ ଘରୁ ଖୁବ ଜୋରରେ ଟିଭି ଶବ୍ଦ ଆସିବାରୁ ଘର ମାଲିକ ସେମାନଙ୍କୁ ଡାକିଥିଲେ। ମାତ୍ର କେହି କବାଟ ଖୋଲି ନଥିଲେ। ଶୁକ୍ରବାର ସକାଳୁ ଆସି ସେ କବାଟ ଠକ ଠକ କଲେ, କିନ୍ତୁ ଭିତରୁ କୌଣସି ଜବାବ ମିଳି ନ ଥିଲା। ତେଣୁ ସେ ପୁଲିସକୁ ଖବର ଦେଇଥି‌ଲେ। ଦମ୍ପତି କାନ୍ଥରେ ୩ଜଣ ଲୋକଙ୍କ ନାଁ ଲେଖି ଆତ୍ମହତ୍ୟା ପାଇଁ ସେମାନଙ୍କୁ ଦାୟୀ କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ପୁଲିସର ପ୍ରାଥମିକ ତଥ୍ୟ ଅନୁସାରେ, ସେ ୩ଜଣ ହେଉଛନ୍ତି ପୂର୍ବରୁ ଚିତ୍ରଲେଖା ଯେଉଁଠି କାମ କରୁଥିବା ଅଫିସର କର୍ମଚାରୀ। ଆଗରୁ କ୍ରିଷ୍ଣା କାର୍ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ, କିଛି ଦିନ ହେବ ଦୁହେଁ କୌଣସି କାମ ନ କରି ବେରୋଜଗାର ହୋଇଯାଇଥିଲେ। ଆର୍ଥିକ ସମସ୍ୟା ସେମାନଙ୍କ ଆତ୍ମହତ୍ୟାର କାରଣ ବୋଲି ପୋଲିସ ଅନୁମାନ କରୁଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର