୪ ବର୍ଷର ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ଜୀବନ ହାରିଲେ ଦମ୍ପତ୍ତି

The Sakala Picture
Published On

ହାଇଦ୍ରାବାଦ: ହାଇଦ୍ରାବାଦରେ ଅଭାବନୀୟ ଘଟଣା। ହାଇଦ୍ରାବାଦର ୱାର୍ସିଗୁଡ଼ାସ୍ଥିତ ଅନ୍ତର୍ଗତ ଗଙ୍ଗାପୁତ୍ର କଲୋନିରେ ୪ ବର୍ଷୀୟ ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ସକାଳେ ଘର କବାଟ ନଖୋଲିବାରୁ ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ଘର ଭିତରେ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ […]

ହାଇଦ୍ରାବାଦ: ହାଇଦ୍ରାବାଦରେ ଅଭାବନୀୟ ଘଟଣା। ହାଇଦ୍ରାବାଦର ୱାର୍ସିଗୁଡ଼ାସ୍ଥିତ ଅନ୍ତର୍ଗତ ଗଙ୍ଗାପୁତ୍ର କଲୋନିରେ ୪ ବର୍ଷୀୟ ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ସକାଳେ ଘର କବାଟ ନଖୋଲିବାରୁ ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ଘର ଭିତରେ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ ଝିଅ ତେଜସ୍ବିନୀ ଫାଶୀ ଲଗାଇ ମରିଥିବା ଦେଖିଥିଲେ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ସୂଚନା ଅନୁସାରେ, ଗୁରୁବାର ରାତିରେ ଘରୁ ଖୁବ ଜୋରରେ ଟିଭି ଶବ୍ଦ ଆସିବାରୁ ଘର ମାଲିକ ସେମାନଙ୍କୁ ଡାକିଥିଲେ। ମାତ୍ର କେହି କବାଟ ଖୋଲି ନଥିଲେ। ଶୁକ୍ରବାର ସକାଳୁ ଆସି ସେ କବାଟ ଠକ ଠକ କଲେ, କିନ୍ତୁ ଭିତରୁ କୌଣସି ଜବାବ ମିଳି ନ ଥିଲା। ତେଣୁ ସେ ପୁଲିସକୁ ଖବର ଦେଇଥି‌ଲେ। ଦମ୍ପତି କାନ୍ଥରେ ୩ଜଣ ଲୋକଙ୍କ ନାଁ ଲେଖି ଆତ୍ମହତ୍ୟା ପାଇଁ ସେମାନଙ୍କୁ ଦାୟୀ କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ପୁଲିସର ପ୍ରାଥମିକ ତଥ୍ୟ ଅନୁସାରେ, ସେ ୩ଜଣ ହେଉଛନ୍ତି ପୂର୍ବରୁ ଚିତ୍ରଲେଖା ଯେଉଁଠି କାମ କରୁଥିବା ଅଫିସର କର୍ମଚାରୀ। ଆଗରୁ କ୍ରିଷ୍ଣା କାର୍ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ, କିଛି ଦିନ ହେବ ଦୁହେଁ କୌଣସି କାମ ନ କରି ବେରୋଜଗାର ହୋଇଯାଇଥିଲେ। ଆର୍ଥିକ ସମସ୍ୟା ସେମାନଙ୍କ ଆତ୍ମହତ୍ୟାର କାରଣ ବୋଲି ପୋଲିସ ଅନୁମାନ କରୁଛି ।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର