ଗମ୍ଭୀର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ୧୮ ତାରିଖ ଯାଏଁ ଆଗୁଆ ଶୀତ ଛୁଟି

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରେ ଘରୁ ବାହାରିଲେ ଆଖିରେ ଜ୍ବାଳା ଅନୁଭୂତ ହେଉଛି ଲୋକେ କହିଛନ୍ତି । ଦିଲ୍ଲୀର ବାୟୁ ଏତେ ମାତ୍ରାରେ ପ୍ରଦୂଷଣ ହୋଇଗଲାଣି କି ସେଠାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ସେଠାରେ ଅଡ଼-ଇଭେନ ନିୟମ ଲାଗୁ କରିଛନ୍ତି । ତଥାପି କୌଣସି […]

ନୂଆଦିଲ୍ଲୀ: ଦିଲ୍ଲୀରେ ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରେ ଘରୁ ବାହାରିଲେ ଆଖିରେ ଜ୍ବାଳା ଅନୁଭୂତ ହେଉଛି ଲୋକେ କହିଛନ୍ତି । ଦିଲ୍ଲୀର ବାୟୁ ଏତେ ମାତ୍ରାରେ ପ୍ରଦୂଷଣ ହୋଇଗଲାଣି କି ସେଠାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ସେଠାରେ ଅଡ଼-ଇଭେନ ନିୟମ ଲାଗୁ କରିଛନ୍ତି । ତଥାପି କୌଣସି ପ୍ରକାର ଉପକାର ମିଳୁନି । ସାତ ଦିନ ହେଲାଣି ବାୟୁର ଗୁଣବତ୍ତା ମାନ ୪ଶହ ଉପରେ ରହୁଛି। ଏହାକୁ ଦୃଷ୍ଟରେ ରଖି ଆଗୁଆ ଶୀତ ଛୁଟି ଘୋଷଣା ହୋଇଛି । ୯ ତାରିଖରେ ୧୮ ତାରଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବ । ଏନେଇ ବୁଧବାର ଏହି ନିର୍ଦ୍ଦେଶ ଜାରି କରିଛି ଦିଲ୍ଲୀ ଶିକ୍ଷା ବିଭାଗ ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି । ଦିଲ୍ଲୀ ଆଖପାଖ ରାଜ୍ୟରେ ପ୍ରଦୂଷଣ ବଢ଼ିବା ଯୋଗୁ ଏହା ପ୍ରଦୂଷିତ ହେଉଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ପ୍ରଦୂଷଣର ମୁକାବିଲା କରିବାକୁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର ।ଆସନ୍ତା ୨୦ ଏବଂ ୨୧ ତାରିଖରେ କୃତ୍ରିମ ବର୍ଷା କରିବାକୁ ଯୋଜନା ରହିଛି। ଏଥିଲାଗି କାନପୁର ଆଇଆଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ଅର୍ଥମନ୍ତ୍ରୀ ଅତିଶୀ ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

କୃତ୍ରିମ ବର୍ଷା ନେଇ ଆଇଆଇଟି ସଦସ୍ୟଙ୍କୁ ସବିଶେଷ ବିବରଣୀ ମାଗିଛନ୍ତି ଗୋପାଳ ରାୟ । ଆସନ୍ତାକାଲି ଏହି ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ। ତେବେ କୃତ୍ରିମ ବର୍ଷା ହେବା ଲାଗି ଆକାଶରେ କମରେ ୪୦ ପ୍ରତିଶତ ମେଘର ଆବଶ୍ୟକ ରହିଛି। ଆସନ୍ତା ୨୦ ଏବଂ ୨୧ ତାରିଖରେ ଦିଲ୍ଲୀରେ ମେଘୁଆ ପାଗ ରହିବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ କୃତ୍ରିମ ବର୍ଷା ନେଇ କେନ୍ଦ୍ର ସହ ଆବଶ୍ୟକ ଅନୁମତି ନେଇ ଆଲୋଚନା କରାଯିବ।କୃତ୍ରିମ ବର୍ଷା ହେଲେ ରାଜଧାନୀବାସୀଙ୍କୁ ପ୍ରଦୂଷଣର ସାମାନ୍ୟ ଆଶ୍ବସ୍ତି ମିଳିପାରେ । ଦିଲ୍ଲୀ ଆଖପାଖ ରାଜ୍ୟ ଗୁଡିକରେ ଜମିରେ ପାଳ ପୋଡ଼ାଯିବା ଘଟଣା ବଢୁଥିବାରୁ ପ୍ରଦୂଷଣ ମଧ୍ୟ ସେହି ହିସାବରେ ବଢି ଚାଲିଛି। ଦିଲ୍ଲୀରେ ଯେକୌଣସି ମତେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

09 Nov 2023 By The Sakala

ଗମ୍ଭୀର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ୧୮ ତାରିଖ ଯାଏଁ ଆଗୁଆ ଶୀତ ଛୁଟି

ନୂଆଦିଲ୍ଲୀ: ଦିଲ୍ଲୀରେ ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରେ ଘରୁ ବାହାରିଲେ ଆଖିରେ ଜ୍ବାଳା ଅନୁଭୂତ ହେଉଛି ଲୋକେ କହିଛନ୍ତି । ଦିଲ୍ଲୀର ବାୟୁ ଏତେ ମାତ୍ରାରେ ପ୍ରଦୂଷଣ ହୋଇଗଲାଣି କି ସେଠାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ସେଠାରେ ଅଡ଼-ଇଭେନ ନିୟମ ଲାଗୁ କରିଛନ୍ତି । ତଥାପି କୌଣସି ପ୍ରକାର ଉପକାର ମିଳୁନି । ସାତ ଦିନ ହେଲାଣି ବାୟୁର ଗୁଣବତ୍ତା ମାନ ୪ଶହ ଉପରେ ରହୁଛି। ଏହାକୁ ଦୃଷ୍ଟରେ ରଖି ଆଗୁଆ ଶୀତ ଛୁଟି ଘୋଷଣା ହୋଇଛି । ୯ ତାରିଖରେ ୧୮ ତାରଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବ । ଏନେଇ ବୁଧବାର ଏହି ନିର୍ଦ୍ଦେଶ ଜାରି କରିଛି ଦିଲ୍ଲୀ ଶିକ୍ଷା ବିଭାଗ ।

ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି । ଦିଲ୍ଲୀ ଆଖପାଖ ରାଜ୍ୟରେ ପ୍ରଦୂଷଣ ବଢ଼ିବା ଯୋଗୁ ଏହା ପ୍ରଦୂଷିତ ହେଉଥିବା କୁହାଯାଉଛି ।

ପ୍ରଦୂଷଣର ମୁକାବିଲା କରିବାକୁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର ।ଆସନ୍ତା ୨୦ ଏବଂ ୨୧ ତାରିଖରେ କୃତ୍ରିମ ବର୍ଷା କରିବାକୁ ଯୋଜନା ରହିଛି। ଏଥିଲାଗି କାନପୁର ଆଇଆଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ଅର୍ଥମନ୍ତ୍ରୀ ଅତିଶୀ ।

କୃତ୍ରିମ ବର୍ଷା ନେଇ ଆଇଆଇଟି ସଦସ୍ୟଙ୍କୁ ସବିଶେଷ ବିବରଣୀ ମାଗିଛନ୍ତି ଗୋପାଳ ରାୟ । ଆସନ୍ତାକାଲି ଏହି ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ। ତେବେ କୃତ୍ରିମ ବର୍ଷା ହେବା ଲାଗି ଆକାଶରେ କମରେ ୪୦ ପ୍ରତିଶତ ମେଘର ଆବଶ୍ୟକ ରହିଛି। ଆସନ୍ତା ୨୦ ଏବଂ ୨୧ ତାରିଖରେ ଦିଲ୍ଲୀରେ ମେଘୁଆ ପାଗ ରହିବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ କୃତ୍ରିମ ବର୍ଷା ନେଇ କେନ୍ଦ୍ର ସହ ଆବଶ୍ୟକ ଅନୁମତି ନେଇ ଆଲୋଚନା କରାଯିବ।କୃତ୍ରିମ ବର୍ଷା ହେଲେ ରାଜଧାନୀବାସୀଙ୍କୁ ପ୍ରଦୂଷଣର ସାମାନ୍ୟ ଆଶ୍ବସ୍ତି ମିଳିପାରେ । ଦିଲ୍ଲୀ ଆଖପାଖ ରାଜ୍ୟ ଗୁଡିକରେ ଜମିରେ ପାଳ ପୋଡ଼ାଯିବା ଘଟଣା ବଢୁଥିବାରୁ ପ୍ରଦୂଷଣ ମଧ୍ୟ ସେହି ହିସାବରେ ବଢି ଚାଲିଛି। ଦିଲ୍ଲୀରେ ଯେକୌଣସି ମତେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର