ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ଲାଗୁ ହେଲା ଅଡ୍‌-ଇଭେନ୍‌ ଫର୍ମୂଲା

The Sakala Picture
Published On

ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀର ବାୟୁ । ଭୟଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଦିଲ୍ଲୀକୁ ଢ଼ାଙ୍କି ହୋଇ ରହିଛି ମୋଟା ଧୂଳି ଓ ଧୂଆଁର ଚାଦର। ଫଳରେ ଭଲଭାବେ ଦୃଶ୍ୟମାନ ହେଉନାହିଁ। ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଇଛି ଯେ ରାସ୍ତାରେ ଗାଡିମଟର ଚଳାଚଳ କରିବା ମୁସକିଲ ହୋଇପଡିଛି। କବେଳ ସେତିକି ନୁହେଁ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଏବେ ପୁଣିଥରେ ଅଡ୍-ଇଭେନ ଲାଗୁ […]

ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀର ବାୟୁ । ଭୟଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଦିଲ୍ଲୀକୁ ଢ଼ାଙ୍କି ହୋଇ ରହିଛି ମୋଟା ଧୂଳି ଓ ଧୂଆଁର ଚାଦର। ଫଳରେ ଭଲଭାବେ ଦୃଶ୍ୟମାନ ହେଉନାହିଁ। ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଇଛି ଯେ ରାସ୍ତାରେ ଗାଡିମଟର ଚଳାଚଳ କରିବା ମୁସକିଲ ହୋଇପଡିଛି। କବେଳ ସେତିକି ନୁହେଁ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଏବେ ପୁଣିଥରେ ଅଡ୍-ଇଭେନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ପ୍ରଦୂଷଣ ସ୍ତରକୁ କମାଇବା ପାଇଁ ଦିଲ୍ଲୀ ସରକାର ଏପରି ନିୟମ ଲାଗୁ କରିଛନ୍ତି ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଅଡ୍‌-ଇଭେନ୍‌ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ। ଏହି ନିୟମ ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରଦୂଷଣ ସ୍ଥିତିର ସମୀକ୍ଷା କରିବା ପରେ ଆଗାମୀ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ଅନ୍ୟପଟେ ଦିଲ୍ଲୀରେ ଏବେ କୌଣସି ବି ପ୍ରକାରର ନିର୍ମାଣ କାର୍ଯ୍ୟ ହେବ ନାହିଁ। ପୂର୍ବରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ କରିବକୁ ଘୋଷଣା ହୋଇସାରିଥିବା ବେଳେ ଆଜି ଷଷ୍ଠ ଠାରୁ ଏକଦାଶ ଯାଏଁ ଶ୍ରେଣୀ ଆସନ୍ତା ନଭେମ୍ବର ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ଆଉ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ସମସ୍ତ ପିଲାଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ କରିବାକୁ ବିକଳ୍ପ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର