ଏକାସାଙ୍ଗେ ପରିବାରର ୭ ଜଣ ସଦସ୍ୟ କଲେ ଆତ୍ମହତ୍ୟା, ୬ ଜଣଙ୍କୁ ବିଷ ଦେଇ ନିଜେ ଝୁଲି ପଡିଲେ

The Sakala Picture
Published On

ଗୁଜୁରାଟ: ଗୁଜୁରାଟର ସୁରଟରୁ ଆସିଛି ଏଭଳି ଏକ ଦୁଃଖଦ ଖବର ଯାହା ଆପଣଙ୍କୁ ବିଚଳିତ କରିଦେବ । ଏକାସାଙ୍ଗେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି । ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ରହୁଥିବା ମନୀଷ ସେଲାନକିଙ୍କ ପରିବାରରେ ଏପରି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ୭ ଜଣଙ୍କ ମଧ୍ୟରେ ୩ ଜଣ ଶିଶୁଥିବା ଜଣାପଡିଛି । ଜଣେ ବ୍ୟକ୍ତି ପ୍ରଥମେ ନିଜ ବାପା, ମା’, […]

ଗୁଜୁରାଟ: ଗୁଜୁରାଟର ସୁରଟରୁ ଆସିଛି ଏଭଳି ଏକ ଦୁଃଖଦ ଖବର ଯାହା ଆପଣଙ୍କୁ ବିଚଳିତ କରିଦେବ । ଏକାସାଙ୍ଗେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି । ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ରହୁଥିବା ମନୀଷ ସେଲାନକିଙ୍କ ପରିବାରରେ ଏପରି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ୭ ଜଣଙ୍କ ମଧ୍ୟରେ ୩ ଜଣ ଶିଶୁଥିବା ଜଣାପଡିଛି । ଜଣେ ବ୍ୟକ୍ତି ପ୍ରଥମେ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ନିଜେ ମଧ୍ୟ ବେକରେ ଦୌଡ଼ି ବାନ୍ଧି ଝୁଲି ପଡ଼ିଛନ୍ତି। ଗୋଟିଏ ଘର ଭିତରୁ ୭ ଜଣଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଦୀର୍ଘଦିନ ଧରି ଏହି ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପଡ଼ୋଶୀମାନେ କହିଛନ୍ତି । ତଦନ୍ତ ବେଳେ ପୁଲିସ ମନୀଷଙ୍କ ଘରକୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ବ୍ୟବସାୟ କରିବାକୁ ଋଣ ଆଣି ମନୀଷ ଫେରସ୍ତ କରିବାକୁ ଅକ୍ଷମ ହୋଇ ଥିବାରୁ ପରିବାର ସହ ଜୀବନ ହାରିଥିବା କଥା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି। ଏଥିସହ ପରିବାର ଲୋକ ସେମାନଙ୍କ ଫ୍ଲାଟକୁ ମଧ୍ୟ ବିକ୍ରି କରିବାକୁ ଯୋଜନା କରିଥିଲେ ବୋଲି ମଧ୍ୟ ଚିଠିରେ ଲେଖା ଅଛି। ଲୋକଙ୍କଠାରୁ ଆଣିଥିବା ଟଙ୍କା ଫେରସ୍ତ କରିବା ପାଇଁ ଫ୍ଲାଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ଶେଷ ସମୟରେ ଏହା ମଧ୍ୟ ହୋଇ ପାରିନଥିଲା । ବାଧ୍ୟ ହୋଇ ପରିବାର ଲୋକେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । କିନ୍ତୁ ସେ କାହାଠାରୁ କେତେ ଟଙ୍କା ଋଣ ଆଣିଥିଲେ, ସେ ବିଷୟରେ ସୁଇସାଇଡ ନୋଟରେ କିଛି ବି ଲେଖି ନାହାନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ମୃତକମାନେ ହେଲେ ମନୀଷ ସୋଲାଙ୍କି, ପତ୍ନୀ ରୀତା ସୋଲାଙ୍କି, ବାପା କାନୁ, ମା ଶୋଭା, ତିନିସନ୍ତାନ ଦିଶା, କାବ୍ୟା ଓ କୁଶଳ । ମନୀଷ ସିଲିଂ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତଦନ୍ତ ପରେ ପୋଲିସ ମନୀଷଙ୍କ ଏକ ସୁଇସାଇଡ ନୋଟ ଜବତ କରିଛି । ଆର୍ଥିକ ସଂକଟ କାରଣରୁ ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ମନୀଷ ଦର୍ଶାଇଥିବା ଜଣାଯାଇଛି । ମନୀଷଙ୍କ ଫର୍ଣ୍ଣିଚର ବିଜନେସ ଥିଲା ଏବଂ ତାଙ୍କ ନିକଟରେ ୩୫ ଜଣ କର୍ମଚାରୀ କାମ କରୁଥିଲେ । ଗତକାଲି କେତେକ କର୍ମଚାରୀ ମନୀଷଙ୍କୁ ଫୋନ କରିଥିଲେ । ମାତ୍ର ପ୍ରତ୍ୟୁତ୍ତର ନ ମିଳିବାରୁ ସେମାନେ ଘରକୁ ଆସି ଦେଖନ୍ତି ସାରା ପରିବାର ଚିରଦିନ ଲାଗି ଆଖିବୁଜିଛନ୍ତି । ଶବଗୁଡିକର ପୋଷ୍ଟମର୍ଟମ ଲାଗି ପୋଲିସ ପଠାଇଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର