ଲକ୍ଷ୍ମୀପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସର୍ତ୍ତ ମୂଳକ ଜାମିନ

The Sakala Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ତାଙ୍କର ଅସୁସ୍ଥ ମା ଏବଂ ଝିଅର ଯତ୍ନ ନେବା ପାଇଁ ତାଙ୍କୁ ଏହି ଆଶ୍ୱସ୍ତି ଦିଆଯାଇଛି। ଏହାପୂର୍ବରୁ ଜାନୁଆରୀ ମାସରେ ଆଶିଷ ମିଶ୍ରଙ୍କୁ ଆଠ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା। ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଶୁଣିବା ପରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଦୀପଙ୍କର ଦତ୍ତଙ୍କ ଏକ ବେଞ୍ଚ […]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ତାଙ୍କର ଅସୁସ୍ଥ ମା ଏବଂ ଝିଅର ଯତ୍ନ ନେବା ପାଇଁ ତାଙ୍କୁ ଏହି ଆଶ୍ୱସ୍ତି ଦିଆଯାଇଛି। ଏହାପୂର୍ବରୁ ଜାନୁଆରୀ ମାସରେ ଆଶିଷ ମିଶ୍ରଙ୍କୁ ଆଠ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଶୁଣିବା ପରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଦୀପଙ୍କର ଦତ୍ତଙ୍କ ଏକ ବେଞ୍ଚ ତାଙ୍କୁ କୌଣସି ସାଧାରଣ କାର୍ଯ୍ୟରେ ଯୋଗଦେବାକୁ କିମ୍ବା ଏହି ମାମଲାରେ ଗଣମାଧ୍ୟମକୁ ସମ୍ବୋଧିତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ମାଙ୍କୁ ନୂଆଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ ତାଙ୍କ ଝିଅର ଗୋଡର ଚିକିତ୍ସା ଚାଲିଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର