ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, କେନ୍ଦ୍ର ଆଭିମୁଖ୍ୟକୁ ନେଇ ରାଜନୀତି ସରଗରମ

The Sakala Picture
Published On

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ମୋଦୀ ସରକାର କାଳର ଦ୍ବିତୀୟ ସ୍ବତନ୍ତ୍ର ଅଧିବେଶନ ହୋଇଥିବା ବେଳେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇପଡ଼ିଛି। ବିଶେଷକରି କେଉଁ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ଏହି ଅଧିବେଶନ ଡକାଇଛନ୍ତି ତାହା ଏବେ ସବୁ ରାଜନୈତିକ ଦଳ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଛି। ଯଦିଓ ଏହି ସ୍ବତନ୍ତ୍ର ଅଧିବେଶନର […]

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ମୋଦୀ ସରକାର କାଳର ଦ୍ବିତୀୟ ସ୍ବତନ୍ତ୍ର ଅଧିବେଶନ ହୋଇଥିବା ବେଳେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇପଡ଼ିଛି। ବିଶେଷକରି କେଉଁ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ଏହି ଅଧିବେଶନ ଡକାଇଛନ୍ତି ତାହା ଏବେ ସବୁ ରାଜନୈତିକ ଦଳ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଛି। ଯଦିଓ ଏହି ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ଉଭୟ ଗୃହ ପକ୍ଷରୁ ଗତ ବୁଧବାର ସୂଚନା ଦିଆଯାଇସାରିଛି; ତଥାପି ଏହି ଅଧିବେଶନରେ କେନ୍ଦ୍ରର କିଛି ଗୁପ୍ତ ଏଜେଣ୍ଡା ଥାଇପାରେ ବୋଲି ବିରୋଧୀ ଦଳଗୁଡିକ ପକ୍ଷରୁ ଆକଳନ କରାଯାଉଛି। ଯାହାକୁ ନେଇ ଏବେ ବିଭିନ୍ନ ଦଳ ମଧ୍ୟରେ ଆଲୋଚନା-ପର୍ଯ୍ୟାଲୋଚନା ଚାଲିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଧିବେଶନରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍‌ କରାଯିବାର ସମ୍ଭାବନା ଥିବାରୁ ସେଥିପାଇଁ ମଧ୍ୟ ବିରୋଧୀ ଦଳଗୁଡକି ପକ୍ଷରୁ ପ୍ରସ୍ତତି ନିଆଯାଇଥିବା କୁହାଯାଇଛି। ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ସଂସଦୀୟ ପାଠାଗାର ଗୃହରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରାୟ ସବୁ ବିରୋଧୀ ଦଳ ଯୋଗ ଦେଇଥିଲା ବେଳେ ସ୍ବତନ୍ତ୍ର ଅଧିବେଶନ କାଳରେ ମହିଳା ସଂରକ୍ଷଣ ବିଲକୁ ସରକାର ଅନୁମୋଦନ ଦେବାକୁ ଦାବି କରିଛନ୍ତି। କଂଗ୍ରେସ ସମେତ ଏନସିପି ଆଦି ଦଳ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲା ବେଳେ ବିଜେଡି ଏବଂ ବିଆରଏସ୍‌ ଭଳି ଆଞ୍ଚଳିକ ଦଳଗୁଡିକ ମହିଳା ସଂରକ୍ଷଣ ବିଲକୁ ଏହି ଅଧିବେଶନରେ ଅନୁମୋଦନ ଦେବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

18 Sep 2023 By The Sakala

ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, କେନ୍ଦ୍ର ଆଭିମୁଖ୍ୟକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ମୋଦୀ ସରକାର କାଳର ଦ୍ବିତୀୟ ସ୍ବତନ୍ତ୍ର ଅଧିବେଶନ ହୋଇଥିବା ବେଳେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇପଡ଼ିଛି। ବିଶେଷକରି କେଉଁ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ଏହି ଅଧିବେଶନ ଡକାଇଛନ୍ତି ତାହା ଏବେ ସବୁ ରାଜନୈତିକ ଦଳ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଛି। ଯଦିଓ ଏହି ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ଉଭୟ ଗୃହ ପକ୍ଷରୁ ଗତ ବୁଧବାର ସୂଚନା ଦିଆଯାଇସାରିଛି; ତଥାପି ଏହି ଅଧିବେଶନରେ କେନ୍ଦ୍ରର କିଛି ଗୁପ୍ତ ଏଜେଣ୍ଡା ଥାଇପାରେ ବୋଲି ବିରୋଧୀ ଦଳଗୁଡିକ ପକ୍ଷରୁ ଆକଳନ କରାଯାଉଛି। ଯାହାକୁ ନେଇ ଏବେ ବିଭିନ୍ନ ଦଳ ମଧ୍ୟରେ ଆଲୋଚନା-ପର୍ଯ୍ୟାଲୋଚନା ଚାଲିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଧିବେଶନରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍‌ କରାଯିବାର ସମ୍ଭାବନା ଥିବାରୁ ସେଥିପାଇଁ ମଧ୍ୟ ବିରୋଧୀ ଦଳଗୁଡକି ପକ୍ଷରୁ ପ୍ରସ୍ତତି ନିଆଯାଇଥିବା କୁହାଯାଇଛି। ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ସଂସଦୀୟ ପାଠାଗାର ଗୃହରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରାୟ ସବୁ ବିରୋଧୀ ଦଳ ଯୋଗ ଦେଇଥିଲା ବେଳେ ସ୍ବତନ୍ତ୍ର ଅଧିବେଶନ କାଳରେ ମହିଳା ସଂରକ୍ଷଣ ବିଲକୁ ସରକାର ଅନୁମୋଦନ ଦେବାକୁ ଦାବି କରିଛନ୍ତି। କଂଗ୍ରେସ ସମେତ ଏନସିପି ଆଦି ଦଳ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲା ବେଳେ ବିଜେଡି ଏବଂ ବିଆରଏସ୍‌ ଭଳି ଆଞ୍ଚଳିକ ଦଳଗୁଡିକ ମହିଳା ସଂରକ୍ଷଣ ବିଲକୁ ଏହି ଅଧିବେଶନରେ ଅନୁମୋଦନ ଦେବାକୁ ଦାବି କରିଛନ୍ତି।

https://www.thesakala.in/national-international/special-session-of-parliament-will-begins-from-today/article-25529
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର