କେରଳରେ ନିପା ଭାଇରସ ଆତଙ୍କ, ପୁଣି ଚିହ୍ନଟ ହେଲେ ଆଉ ଜଣେ ଆକ୍ରାନ୍ତ

The Sakala Picture
Published On

କୋଝିକୋଡ: କେରଳ କୋଝିକୋଡରେ ନିପା ଭୟ। ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିପା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନମୁନା ପଜିଟିଭ୍ ଆସିଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୨ଜଣଙ୍କ ଜୀବନ ନେଲାଣି ନିପା ଭାଇରସ। କେରଳରେ ନିପା ଭାଇରସର ବାଂଲାଦେଶ ଭାରିଆଣ୍ଟ ସଂକ୍ରମଣ କରୁଛି। ରାଜ୍ୟରେ ସର୍ଭେଲାନ୍ସ ବଢାଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଓ ରାଜୀବ […]

କୋଝିକୋଡ: କେରଳ କୋଝିକୋଡରେ ନିପା ଭୟ। ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିପା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନମୁନା ପଜିଟିଭ୍ ଆସିଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ବି ଭାରତରେ ନାହିଁ ଇନ୍ଧନର ଅଭାବ; ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ଏପର୍ଯ୍ୟନ୍ତ ୨ଜଣଙ୍କ ଜୀବନ ନେଲାଣି ନିପା ଭାଇରସ। କେରଳରେ ନିପା ଭାଇରସର ବାଂଲାଦେଶ ଭାରିଆଣ୍ଟ ସଂକ୍ରମଣ କରୁଛି। ରାଜ୍ୟରେ ସର୍ଭେଲାନ୍ସ ବଢାଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଓ ରାଜୀବ ଗାନ୍ଧୀ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ପକ୍ଷରୁ କୋଝିକୋଡକୁ ମୋବାଇଲ୍ ଟେଷ୍ଟି ଭ୍ୟାନ୍ ପଠାଯାଇଛି। ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ମହାକାଶରୁ କେମିତି ଦିଶେ ଭାରତ? ଆରବ ସାଗର ଓ ହିମାଳୟ ଉପରୁ ନିଆଯାଇଥିବା ଅପୂର୍ବ ରାତ୍ରି ଦୃଶ୍ୟ ସେୟାର କଲା ISS

କେରଳରେ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍। ତାଳ ସଲପ ନପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସଂକ୍ରମିତ ଥିବା ଗ୍ରାମପଞ୍ଚାୟତ ଗୁଡ଼ିକୁ କ୍ବାରେଣ୍ଟାଇନ୍ ଜୋନ୍ ଘୋଷଣା କରାଯାଇଛି। ସେପଟେ କେରଳରେ ନିପା ସଂକ୍ରମଣ ନେଇ କର୍ଣ୍ଣାଟକ, ରାଜସ୍ଥାନରେ ଆଲର୍ଟ ଜାରି କରାଯାଇଛି। କର୍ଣ୍ଣାଟକ ର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସଂକ୍ରମଣକୁ ଚେକ୍ ଦେବାକୁ ସର୍ଭେଲାନ୍ସ ବଢାଯାଇଛି। ଚମରାଜନଗର, ମହୀଶୁର, କୋଡାଗୁ, ଦକ୍ଷିଣ କନ୍ନଡ ଉପରେ ନଜର ରହିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ୨୪ ଘଣ୍ଟା ମଧ୍ୟରେ ଦୁବାଇ ଉପରେ ଦ୍ୱିତୀୟ ଥର ଆକ୍ରମଣ, ବାଗଦାଦସ୍ଥିତ ଆମେରିକୀୟ ଦୂତାବାସକୁ ଟାର୍ଗେଟ

15 Sep 2023 By The Sakala

କେରଳରେ ନିପା ଭାଇରସ ଆତଙ୍କ, ପୁଣି ଚିହ୍ନଟ ହେଲେ ଆଉ ଜଣେ ଆକ୍ରାନ୍ତ

କୋଝିକୋଡ: କେରଳ କୋଝିକୋଡରେ ନିପା ଭୟ। ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିପା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନମୁନା ପଜିଟିଭ୍ ଆସିଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି।

ଏପର୍ଯ୍ୟନ୍ତ ୨ଜଣଙ୍କ ଜୀବନ ନେଲାଣି ନିପା ଭାଇରସ। କେରଳରେ ନିପା ଭାଇରସର ବାଂଲାଦେଶ ଭାରିଆଣ୍ଟ ସଂକ୍ରମଣ କରୁଛି। ରାଜ୍ୟରେ ସର୍ଭେଲାନ୍ସ ବଢାଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଓ ରାଜୀବ ଗାନ୍ଧୀ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ପକ୍ଷରୁ କୋଝିକୋଡକୁ ମୋବାଇଲ୍ ଟେଷ୍ଟି ଭ୍ୟାନ୍ ପଠାଯାଇଛି। ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି।

କେରଳରେ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍। ତାଳ ସଲପ ନପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସଂକ୍ରମିତ ଥିବା ଗ୍ରାମପଞ୍ଚାୟତ ଗୁଡ଼ିକୁ କ୍ବାରେଣ୍ଟାଇନ୍ ଜୋନ୍ ଘୋଷଣା କରାଯାଇଛି। ସେପଟେ କେରଳରେ ନିପା ସଂକ୍ରମଣ ନେଇ କର୍ଣ୍ଣାଟକ, ରାଜସ୍ଥାନରେ ଆଲର୍ଟ ଜାରି କରାଯାଇଛି। କର୍ଣ୍ଣାଟକ ର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସଂକ୍ରମଣକୁ ଚେକ୍ ଦେବାକୁ ସର୍ଭେଲାନ୍ସ ବଢାଯାଇଛି। ଚମରାଜନଗର, ମହୀଶୁର, କୋଡାଗୁ, ଦକ୍ଷିଣ କନ୍ନଡ ଉପରେ ନଜର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର