‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ବଡ଼ ନିଷ୍ପତ୍ତି: ନ୍ୟୁଜ ବିତର୍କ ଶୋ’ର ୧୪ ଆଙ୍କରଙ୍କୁ କଲେ ବୟକଟ୍

The Sakala Picture
Published On

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଟିଭି ଚ୍ୟାନେଲର ବଡ଼ବଡ଼ ଆଙ୍କରମାନଙ୍କ ବିରୋଧରେ ବୟକଟ ଭଳି ପଦକ୍ଷେପ ନେଇଛି। ନିର୍ଦ୍ଦିଷ୍ଟ ଆଙ୍କରମାନେ ନିଜ ବିତର୍କ ଶୋ’ରେ ବିରୋଧୀ ଦଳର ନେତାମାନଙ୍କୁ ଡାକି ସେମାନଙ୍କୁ କହିବାକୁ ସୁଯୋଗ ଦେଉ ନାହାନ୍ତି। ସେମାନେ ସରକାରଙ୍କ ବଦଳରେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି। ସେହିପରି ଦେଶରେ ସାଂପ୍ରଦିୟକ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏପରି ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ […]

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଟିଭି ଚ୍ୟାନେଲର ବଡ଼ବଡ଼ ଆଙ୍କରମାନଙ୍କ ବିରୋଧରେ ବୟକଟ ଭଳି ପଦକ୍ଷେପ ନେଇଛି। ନିର୍ଦ୍ଦିଷ୍ଟ ଆଙ୍କରମାନେ ନିଜ ବିତର୍କ ଶୋ’ରେ ବିରୋଧୀ ଦଳର ନେତାମାନଙ୍କୁ ଡାକି ସେମାନଙ୍କୁ କହିବାକୁ ସୁଯୋଗ ଦେଉ ନାହାନ୍ତି। ସେମାନେ ସରକାରଙ୍କ ବଦଳରେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି। ସେହିପରି ଦେଶରେ ସାଂପ୍ରଦିୟକ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏପରି ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଇଣ୍ଡିଆ ମେଣ୍ଟର କୌଣସି ପ୍ରତିନିଧି ଯିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ବୁଧବାର ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା। ଏହି ବୈଠକରେ ହିଁ ଇଣ୍ଡିଆ ମେଣ୍ଟର ମିଡିଆ ସବ ଗ୍ରୁପକୁ ଆଙ୍କରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଇଣ୍ଡିଆ ମେଣ୍ଟର ମିଡିଆ କମିଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ୧୪ ଜଣ ଏମିତି ଆଙ୍କରଙ୍କୁ ଚିହ୍ନଟ କରିଛି, ଯେଉଁମାନଙ୍କ ଶୋ’କୁ ନେତାମାନେ ଆଦୌ ଯିବେ ନାହିଁ। କଂଗ୍ରେସର ବରିଷ୍ଠ ନେତା ପବନ ଖେରା ଉକ୍ତ ତାଲିକା ଜାରି କରି ଇଣ୍ଡିଆର ମିଡିଆ କମିଟି ୧୪ ଜଣ ଆଙ୍କରଙ୍କ ତାଲିକା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

କେଉଁ ସବୁ ଆଙ୍କରମାନଙ୍କ ବୟକଟ କରାଯିବ

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

୧- ଆଦିତି ତ୍ୟାଗୀ(ଭାରତ ଏକ୍ସପ୍ରେସ)

୨- ଅମନ ଚୋପ୍ରା(ନ୍ୟୁଜ ୧୮)

୩- ଅମିଶ ଦେବଗନ(ନ୍ୟୁଜ ୧୮)

୪- ଆନନ୍ଦ ନରସିମା(ନ୍ୟୁଜ ୧୮)

୫- ଅର୍ଣ୍ଣବ ଗୋସ୍ୱାମୀ(ରିପବ୍ଲିକ)

୬- ଅଶୋକ ଶ୍ରୀବାସ୍ତବ(ଡିଡି ନ୍ୟୁଜ)

୭- ଚିତ୍ରା ତ୍ରିପାଠୀ(ଆଜତକ)

୮- ଗୌରବ ସାୱନ୍ତ( ଇଣ୍ଡିଆ ଟୁଡେ)

୯- ନାବିକା କୁମାର(ଟାଇମ୍ସ ନାଓ)

୧୦- ପ୍ରାଚୀ ପାରାଶର(ଇଣ୍ତିଆ ଟିଭି)

୧୧- ରୁବିକା ଲିୟାକତ(ଭାରତ ୨୪)

୧୨- ଶିବ ଅରୁର(ଇଣ୍ତିଆ ଟୁଡେ)

୧୩- ସୁଧୀର ଚୌଧୁରୀ(ଆଜତକ)

୧୪- ସୁଶାନ୍ତ ସିହ୍ନା(ଟାଇମ୍ସ ନାଓ ନବଭାରତ)

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର