ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ମରକ୍କୋରେ ମୃତ୍ୟୁର ତାଣ୍ଡବ, ୬୦୦ ପାର୍ ମୃତାହତଙ୍କ ସଂଖ୍ୟା

The Sakala Picture
Published On

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଝଟକାରେ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ଯାଇଛି ବଡ଼ ବଡ଼ କୋଠା । କୋଠାତଳେ ଅନେକ ଜୀବନ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି । ଯେଉଁଥିପାଇଁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା। ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ। ସକାଳୁ ସକାଳୁ ଭୀଷଣ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି […]

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଝଟକାରେ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ଯାଇଛି ବଡ଼ ବଡ଼ କୋଠା । କୋଠାତଳେ ଅନେକ ଜୀବନ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି । ଯେଉଁଥିପାଇଁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା। ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ସକାଳୁ ସକାଳୁ ଭୀଷଣ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ମରକ୍କୋରୁ ୭୦ କିଲୋମିଟର ଦୂରରେ ଥିବା ସୂଚନା ମିଲିଛି । ଭୂକମ୍ପ ଏତେ ତୀବ୍ର ଥିଲା ଯେ ପ୍ରାୟ ୩୫୦ କିଲୋମିଟର ଦୂର ମରକ୍କୋର ରାଜଧାନୀ ରବାତ୍‌ରେ ଏହା ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ଭୋର ୩ଟା ୪୧ରେ ଭୂମିକମ୍ପ ହୋଇଥିଲା । ୧୨୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ୟୁଏସଜିଏସଏ ଅନୁସାରେ ୧୯୦୦ ମସିହାରେ ଏହି ଅଞ୍ଚଳ ୫ଶହ କିଲୋମିଟର କ୍ଷେତ୍ରରେ ବଡ଼ଧରଣର ଭୂକମ୍ପ ଆସିନଥିଲା। ଏହା ଏମ-5 ଲେବଲର ୯ ଭୂକମ୍ପ ହୋଇଛି। ଦ୍ବିତୀୟ ଭୂକମ୍ପ ଆଶଙ୍କା ଥିବାରୁ ଭୟଭୀତ ଅଛନ୍ତି ଲୋକ। ଭୂକମ୍ପ ପରେ ଲୋକ ଆଉ ଘରେ ନାହାନ୍ତି, ରାସ୍ତା ଉପରେ ବସିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ଏପରି ଏକ ବିନାଶକାରୀ ଭୂକମ୍ପ ଚଳିତ ବର୍ଷ ଫେବ୍ରୁଆରୀ ୬ରେ ତୁର୍କୀରେ ହୋଇଥିଲା। ଯେଉଁଥିରେ ୪୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ୭.୮ ଥିଲା ଭୂକମ୍ପର ତୀବ୍ରତା । ଚାରି ଥର ଭୂମିକମ୍ପ ତୁର୍କୀକୁ ବିଧ୍ବଂସ କରିଦେଇଥିଲା।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର