ଛେଳି ପାଇଁ ଟ୍ରେନ୍ ଟିକେଟ କାଟି ଚର୍ଚ୍ଚାରେ ବୃଦ୍ଧା
ରାଞ୍ଚୀ: ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ। ତେବେ ରାଞ୍ଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି । ଘଟଣାଟି ଏହି ପରିଟ୍ଟ.ରାଞ୍ଚୀରେ ଏକ ଚଳନ୍ତା ଟ୍ରେନରେ ଟିଟିଇ ଛେଳି ସହିତ ଛିଡା ହୋଇଥିବା ମହିଳାଙ୍କୁ ଟିକେଟ ମାଗିଥିଲେ। ବୃଦ୍ଧାଜଣଙ୍କ ତାଙ୍କୁ ୩ଟି ଟିକେଟ ଦେଖାଇଥିଲେ। ଟିଟି ତୃତୀୟ ବ୍ୟକ୍ତି କାହିଁ ବୋଲି ପ୍ରଶ୍ନ କରିବାରୁ ମହିଳାଜଣଙ୍କ […]
ରାଞ୍ଚୀ: ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ। ତେବେ ରାଞ୍ଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି । ଘଟଣାଟି ଏହି ପରିଟ୍ଟ.ରାଞ୍ଚୀରେ ଏକ ଚଳନ୍ତା ଟ୍ରେନରେ ଟିଟିଇ ଛେଳି ସହିତ ଛିଡା ହୋଇଥିବା ମହିଳାଙ୍କୁ ଟିକେଟ ମାଗିଥିଲେ। ବୃଦ୍ଧାଜଣଙ୍କ ତାଙ୍କୁ ୩ଟି ଟିକେଟ ଦେଖାଇଥିଲେ। ଟିଟି ତୃତୀୟ ବ୍ୟକ୍ତି କାହିଁ ବୋଲି ପ୍ରଶ୍ନ କରିବାରୁ ମହିଳାଜଣଙ୍କ ପାଖରେ ଛିଡା ହୋଇଥିବା ଛେଳିକୁ ଦେଖାଇଥିଲେ । ଟିଟିଇ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ ତା ପରେ ହସିଥିଲେ।
ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର
ତାଙ୍କ ହସ ଦେଖି ବୃଦ୍ଧାଜଣଙ୍କ ମଧ୍ୟ ହସିଥିଲେ। ଏହି ୨୨ ସେକେଣ୍ଡର ଭିଡିଓ କେହି ଜଣେ ଉଠାଇ ଦେଇଥିଲେ । ସୋସିଆଲ ମିଡିଆରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ସମସ୍ତେ ବୃଦ୍ଧାଜଣଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ଦୁଃଖର କଥା ବୃଦ୍ଧା ଏବଂ ତାଙ୍କ ଛେଳିକୁ ବସିବା ପାଇଁ ସିଟ ମିଳି ନ ଥିଲା ।
ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ






