ଆଜି ଭାରତର ସୂର୍ଯ୍ୟ ଅଭିଯାନ; ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ‘ଆଦିତ୍ୟ ଏଲ-୧’, କାଉଣ୍ଟଡାଉନ୍‌ ଆରମ୍ଭ

The Sakala Picture
Published On

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା । ଆଜି ସୂର୍ଯ୍ୟ ଅଭିମୁଖେ ଆଦିତ୍ୟ ଏଲ-୧ ମହାକାଶଯାନ ଯାତ୍ରା ଆରମ୍ଭ କରିବ। । ସୌର ଜଗତର ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ଭାରତର ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଏବେ ସୂର୍ଯ୍ୟ ଅଭିଯାନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ-୧ ଆଜି ଦିନ ୧୧ଟା ୫୦ ମିନିଟ୍‌ରେ ମହାକାଶକୁ […]

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା । ଆଜି ସୂର୍ଯ୍ୟ ଅଭିମୁଖେ ଆଦିତ୍ୟ ଏଲ-୧ ମହାକାଶଯାନ ଯାତ୍ରା ଆରମ୍ଭ କରିବ। । ସୌର ଜଗତର ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ଭାରତର ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଏବେ ସୂର୍ଯ୍ୟ ଅଭିଯାନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ-୧ ଆଜି ଦିନ ୧୧ଟା ୫୦ ମିନିଟ୍‌ରେ ମହାକାଶକୁ ଯାତ୍ରା ଆରମ୍ଭ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆଦିତ୍ୟ ଏଲ-୧ ମହାକାଶ ଯାନକୁ ନେବା ଲାଗି ପିଏସ୍‌ଏଲଭି-ସି୫୭ ରକେଟ୍‌ ପ୍ରସ୍ତୁତ ହୋଇ ରହିଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଚନ୍ଦ୍ରଯାନ-୩କୁ ଏଲଏମଭି-୩ ଶକ୍ତିଶାଳୀ ରକେଟ୍‌ ମହାକାଶରେ ସଫଳତାର ସହ ଅବସ୍ଥାପିତ କରିଥିଲା ବେଳେ ପିଏସ୍‌ଏଲଭି-ସି୫୭ ରକେଟ୍‌ ମଧ୍ୟ ଆଦିତ୍ୟ ଏଲ-୧କୁ ନିର୍ଦ୍ଦିଷ୍ଟ କକ୍ଷରେ ଅବସ୍ଥାପନ କରିବା ନେଇ ଇସ୍ରୋ ବୈଜ୍ଞାନିକମାନେ ଆଶାବାଦୀ ରହିଛନ୍ତି। ଆଦିତ୍ୟ ଏଲ-୧ରେ ମୋଟ ୭ଟି ପେ’ ଲୋଡ୍‌ ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ସୂର୍ଯ୍ୟର ବିଭିନ୍ନ ଦିଗରେ ତଥ୍ୟ ସଂଗ୍ରହ ପାଇଁ ଏହିସବୁ ପେ ଲୋଡ୍‌ କାର୍ଯ୍ୟ କରିବ। ସେଥିମଧ୍ୟରୁ ୪ଟି ପେ ଲୋଡ୍‌ ସୂର୍ଯ୍ୟ ରଶ୍ମି ସମ୍ପର୍କରେ ଗବେଷଣା କରିବାକୁ ରହିଥିଲା ବେଳେ ଆଉ ତିନୋଟି ପେ ଲୋଡ୍‌ ପ୍ଲାଜମା ଏବଂ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ସମ୍ପର୍କରେ ତଥ୍ୟ ହାସଲ କରିବା ନେଇ କାର୍ଯ୍ୟ କରିବ। ତେବେ ଏହି ପେ ଲୋଡ୍‌ ମଧ୍ୟରେ ଭିଇଏଲସି( ଭିଜିବଲ ଏମିସନ ଲାଇନ କୋରୋନୋଗ୍ରାଫ୍‌) ଭଳି ସର୍ବବୃହତ ପେ ଲୋଡ୍‌ ରହିଛି। ଏହାକୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସର ବୈଜ୍ଞାନିକମାନେ ଇସ୍ରୋ ବୈଜ୍ଞାନିକମାନଙ୍କ ସହ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ପୃଥିବୀ ଉପରୁ ସୂର୍ଯ୍ୟ ଦିଗରେ ପ୍ରାୟ ୧.୫ ଲକ୍ଷ ନିୟୁତ କିମି ଦୂରରେ ‘ଲାଗ୍ରାଞ୍ଜିଆନ ପଏଣ୍ଠ-୧’ରେ ଆଦିତ୍ୟ ଏଲ-୧ ପହଞ୍ଚିବା ପରେ ନିଜର କାର୍ଯ୍ୟ ଆରମ୍ଭ କରିବ। ତେବେ ଏହି ପଥ ଅତିକ୍ରମ କରିବାକୁ ଏହାକୁ ପ୍ରାୟ ୪ ମାସ ସମୟ ଲାଗିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର