ଆମେରିକୀୟ ଥିଙ୍କଟ୍ୟାଙ୍କ୍ ‘ପିଉ’ ରିପୋର୍ଟ, ମୋଦୀଙ୍କ ନେତୃତ୍ବକୁ ୮୦ % ଭାରତୀୟଙ୍କ ସମର୍ଥନ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ନେଇ ଆମେରିକାର ଥିଙ୍କଟ୍ୟାଙ୍କ ପିଉ ରିସର୍ଚ୍ଚ ପକ୍ଷରୁ ଏକ ସକାରାତ୍ମକ ରିପୋର୍ଟ ପ୍ରକାଶ କରାଯାଇଛି। ବିଶେଷକରି ଭାରତରେ ଜି-୨୦ ସମ୍ମିଳନୀକୁ ନେଇ ଏବେ ବିଶ୍ବସ୍ତରୀୟ ନେତାମାନେ ଏକାଠି ହେବାକୁ ଯାଉଥିବା ବେଳେ ମୋଦୀଙ୍କ ସମ୍ପର୍କରେ ପ୍ରକାଶିତ ଏହି ରିପୋର୍ଟ ଭାରତର ଛବିକୁ ଆହୁରି ଦୀପ୍ତ କରିବ ବୋଲି କୁହାଯାଉଛି। ଏହି ଥିଙ୍କଟ୍ୟାଙ୍କ ପକ୍ଷରୁ ମୋଦୀଙ୍କ ନେତୃତ୍ବକୁ ନେଇ ଭାରତରେ ସର୍ଭେ କରାଯାଇଥିଲା। ଏଥିରେ ପ୍ରାୟ ୮୦ ପ୍ରତିଶତ ଲୋକ ମୋଦୀଙ୍କ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ନେଇ ଆମେରିକାର ଥିଙ୍କଟ୍ୟାଙ୍କ ପିଉ ରିସର୍ଚ୍ଚ ପକ୍ଷରୁ ଏକ ସକାରାତ୍ମକ ରିପୋର୍ଟ ପ୍ରକାଶ କରାଯାଇଛି। ବିଶେଷକରି ଭାରତରେ ଜି-୨୦ ସମ୍ମିଳନୀକୁ ନେଇ ଏବେ ବିଶ୍ବସ୍ତରୀୟ ନେତାମାନେ ଏକାଠି ହେବାକୁ ଯାଉଥିବା ବେଳେ ମୋଦୀଙ୍କ ସମ୍ପର୍କରେ ପ୍ରକାଶିତ ଏହି ରିପୋର୍ଟ ଭାରତର ଛବିକୁ ଆହୁରି ଦୀପ୍ତ କରିବ ବୋଲି କୁହାଯାଉଛି। ଏହି ଥିଙ୍କଟ୍ୟାଙ୍କ ପକ୍ଷରୁ ମୋଦୀଙ୍କ ନେତୃତ୍ବକୁ ନେଇ ଭାରତରେ ସର୍ଭେ କରାଯାଇଥିଲା। ଏଥିରେ ପ୍ରାୟ ୮୦ ପ୍ରତିଶତ ଲୋକ ମୋଦୀଙ୍କ ସମର୍ଥନରେ ରହିଛନ୍ତି ବୋଲି ପିଉ ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଏଥିମଧ୍ୟରୁ ସର୍ବାଧିକ ୫୫ ପ୍ରତିଶତ ଲୋକ ମୋଦୀଙ୍କ ନେତୃତ୍ବ ପ୍ରତି ଅକୁଣ୍ଠ ସମର୍ଥନ ଜଣାଇଛନ୍ତି। କେବଳ ଭାରତ ନୁହେଁ, ମୋଦୀଙ୍କ ନେତୃତ୍ବକୁ ବିଶ୍ବର ବିଭିନ୍ନ ଭାଗରେ ମଧ୍ୟ ଲୋକମାନେ ସମର୍ଥନ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ତାଙ୍କ ନେତୃତ୍ବକୁ ନେଇ ଏହି ଥିଙ୍କଟ୍ୟାଙ୍କ ପକ୍ଷରୁ ୨୩ଟି ରାଷ୍ଟ୍ରରେ ସର୍ଭେ କରାଯାଇଥିଲ। ଏଥିରେ ପ୍ରାୟ ୩୭ ପ୍ରତିଶତ ଲୋକ ମୋଦୀଙ୍କ ନେତୃତ୍ବରେ ଉପରେ ଭରସା ରଖୀଥିବା କୁହାଯାଇଛି। ଏକ୍ଷେତ୍ରରେ କେନିଆ ସବୁଠୁ ଉପରେ ରହିଛି। ଏଠାକାର ୬୦ ପ୍ରତିଶତରୁ ଅଧିକ ଲୋକ ମୋଦୀଙ୍କ ନେତୃତ୍ବକୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ମୋଦୀଙ୍କ ନେତୃତ୍ବ ଯୋଗୁଁ ଭାରତର ଛବି ବିଶ୍ବ ଦୁନିଆରେ ବେଶ ଆଦୃତ ହୋଇପାରିଛି ବୋଲି ଏହି ୨୩ଟି ରାଷ୍ଟ୍ରର ୪୬ ପ୍ରତିଶତ ଲୋକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

କେବଳ ୩୪ ପ୍ରତିଶତ ଲୋକ ଏହାକୁ ଅସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, ପୂର୍ବରୁ ଭାରତ ପ୍ରତି ବହୁ ୟୁରୋପୀୟ ରାଷ୍ଟ୍ରଙ୍କ ଭାବ ନକାରାତ୍ମକ ରହିଥିଲା ବେଳେ ଏବେ ସେହି ଭାବନାରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ଫ୍ରାନ୍ସ ଏବଂ ବ୍ରିଟେନ ଭଳି ବହୁ ପ୍ରମୁଖ ୟୁରୋପୀୟ ରାଷ୍ଟ୍ର ଏବେ ଭାରତକୁ ପ୍ରଶଂସା କରି ରହିପାରୁନାହାନ୍ତି ବୋଲି ଏହି ରିପୋର୍ଯରେ କୁହାଯାଇଛି। ମୋଦୀଙ୍କ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାରତରେ ୩୪ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି। ସେହିପରି ଭାରତରେ ପାକିସ୍ତାନ ପ୍ରତି ୭୫ ପ୍ରତିଶତ ଲୋକଙ୍କ ନକାରାତ୍ମକ ଭାବ ରହିଥିଲା ବେଳେ ୫୭ ପ୍ରତିଶତ ଲୋକଙ୍କ ମନୋଭାବ ପାକିସ୍ତାନ ପ୍ରତି ଅତ୍ୟନ୍ତ ନକାରାତ୍ମକ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର