ସୁରକ୍ଷିତ ଏବଂ ସଫଳ ଅବତରଣ କରିବ ଚନ୍ଦ୍ରଯାନ-୩: ବିଫଳତାରୁ ମିଳିଛି ଶିକ୍ଷା,ସଫଳତା ନେଇ ବୈଜ୍ଞାନିକ ଆଶାବାଦୀ
ନୂଆଦିଲ୍ଲୀ : ଭାରତର ମହତ୍ତ୍ବାକାଂକ୍ଷୀ ଚନ୍ଦ୍ର ଅଭିଯାନ ଉପରେ ସାରା ବିଶ୍ବର ନଜର ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ପ୍ରସ୍ତତି ଆରମ୍ଭ ହୋଇଛି । ଅଭିଯାନ ସଫଳତା ନେଇ ବୈଜ୍ଞାନିକ ଆଶାବାଦୀ ଅଛନ୍ତି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସଫଳତାର ସହ ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ସମ୍ପୂର୍ଣ୍ଣ ଭରସା ରହିଛି। ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷା ଗ୍ରହଣ କରି ଇସ୍ରୋ ଚନ୍ଦ୍ରଯାନ-୩ରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ମହାକାଶ ବିଜ୍ଞାନୀ ଆରସି କପୁର କହିଛନ୍ତି ଯେ […]
ନୂଆଦିଲ୍ଲୀ : ଭାରତର ମହତ୍ତ୍ବାକାଂକ୍ଷୀ ଚନ୍ଦ୍ର ଅଭିଯାନ ଉପରେ ସାରା ବିଶ୍ବର ନଜର ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ପ୍ରସ୍ତତି ଆରମ୍ଭ ହୋଇଛି । ଅଭିଯାନ ସଫଳତା ନେଇ ବୈଜ୍ଞାନିକ ଆଶାବାଦୀ ଅଛନ୍ତି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସଫଳତାର ସହ ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ସମ୍ପୂର୍ଣ୍ଣ ଭରସା ରହିଛି। ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷା ଗ୍ରହଣ କରି ଇସ୍ରୋ ଚନ୍ଦ୍ରଯାନ-୩ରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ମହାକାଶ ବିଜ୍ଞାନୀ ଆରସି କପୁର କହିଛନ୍ତି ଯେ ଚଳିତ ଥର ଆଲ୍ଗୋରିଦମକୁ କାର୍ଯ୍ୟମୁକ୍ତ ରଖାଯାଇଛି। ଲ୍ୟାଣ୍ଡରରେ ଲାଗିଥିବା ଯନ୍ତ୍ରପାତିକୁ ପୂର୍ବାପେକ୍ଷା ଅଧିକ ମଜବୁତ ବନା ଯାଇଛି। ଏହା ଅବତରଣ ସମୟରେ ସେକେଣ୍ଡ ପିଛା ୩ ମିଟର ବେଗରେ ଛିଡ଼ା ହୋଇପାରିବ।
ପୂର୍ବାପେକ୍ଷା ଏହାର ଓଜନ ୨୫୦ ଗ୍ରାମ ବୃଦ୍ଧି କରାଯାଇଛି। ଏଥିରେ ଅତିରିକ୍ତ ଇନ୍ଧନ ରହିଛି। ତେଣୁ ଅବତରଣ ସମୟରେ କୌଣସି ସମସ୍ୟା ହେବ ନାହିଁ। ଅବତରଣର ୧୫ରୁ ୨୦ ମିନିଟ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସ୍ବୟଂକ୍ରିୟ ମୋଡ୍ରେ ଥିବ। ଏହି ସମୟରେ ବିକ୍ରମକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଏହି ସମୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସଫଳତାର ସହ ଅବତରଣ ପାଇଁ ଆବଶ୍ୟକ ସମସ୍ତ ଜ୍ଞାନକୌଶଳ ଲ୍ୟାଣ୍ଡରରେ ରହିଛି। ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷରେ ପରିକ୍ରମା କରୁଛି। ସେ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହା ପୂର୍ବରୁ ସମସ୍ତ ଯନ୍ତ୍ରପାତି ଏବଂ ଚନ୍ଦ୍ର ବାତାବରଣର ଯାଞ୍ଚ ହେବ। ଯଦି କିଛି ସମସ୍ୟା ରୁହେ ତେବେ ପରେ ପୁଣିଥରେ ଅବତରଣ କରିବ।
ଇସ୍ରୋର ୱେବସାଇଟ, ୟୁଟ୍ୟୁବ୍ ଚ୍ୟାନେଲ, ଫେସ୍ବୁକ ଏବଂ ଡିଡି ନ୍ୟାସନାଲରେ ଅବତରଣର ପ୍ରସାରଣ କରାଯିବ। ଆଜି ସନ୍ଧ୍ୟା ୫ଟା ୨୭ରୁ ଏହା ଆରମ୍ଭ ହେବ। ୪ଟି ପର୍ଯ୍ୟାୟରେ ଲ୍ୟାଣ୍ଡର ଅବତରଣ କରିବ। ଯଦି ପ୍ରଥମ ଯୋଜନା ବିଫଳ ହୁଏ ତେବେ ଇସ୍ରୋ ପ୍ଲାନ ‘ବି’ ମଧ୍ୟ ପ୍ରସ୍ତୁତ କରି ରଖିଛି। ଚନ୍ଦ୍ରପୃଷ୍ଠରେ ବିରାଟକାୟ ପଥର କିମ୍ବା ଖାଲ ପଡ଼ିଲେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। କିନ୍ତୁ ବିଶାଳ ଖାଲ ଏବଂ ପାହାଡିଆ ସ୍ଥାନର ମୁକାବିଲା ପାଇଁ ମଧ୍ୟ ଇସ୍ରୋ ବ୍ୟବସ୍ଥା କରିଛି। ଶେଷ ମୂହୁର୍ତ୍ତରେ ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୭କୁ ଘୁଞ୍ଚା ଯାଇପାରେ। ଯଦି ଖାଲ ବଡ଼ ଏବଂ ଗଭୀର ହୋଇ ନ ଥିବ ତେବେ ସହଜରେ ଯାନ ଅବତରଣ କରିପାରିବ। ଲ୍ୟାଣ୍ଡର ଏବଂ ରୋଭରକୁ ପର୍ଯ୍ୟାପ୍ତ ଶକ୍ତି ମିଳିବ। ଚନ୍ଦ୍ରରେ ପର୍ଯ୍ୟାପ୍ତ ସୂର୍ଯ୍ୟକରଣ ପଡୁଥିବା ସମୟରେ ଚନ୍ଦ୍ରଯାନ-୩ର ଅବତରଣ ସମୟ ଧାର୍ଯ୍ୟ କରାଯାଇଛି। ଅବତରଣ କ୍ଷେତ୍ରର ପରିସର ମଧ୍ୟ ବୃଦ୍ଧି କରାଯାଇଛି। ଗୋଟିଏ ସ୍ଥାନରେ ଅବତରଣ ନ ହୋଇପାରିଲେ ଯାନ ଅନ୍ୟତ୍ର ଅବତରଣ କରିବ। ଏଥିପାଇଁ ୧୦ ବର୍ଗ କିମି ସ୍ଥାନ ଧାର୍ଯ୍ୟ କରାଯାଇଛି। ସଫଳତା ପାଇଁ ଲ୍ୟାଣ୍ଡରର ସେନ୍ସରର ଯାଞ୍ଚ କରାଯାଉଛି। ଏକ୍ସେଲେରୋମିଟର ପ୍ୟାକେଜ, କା-ବ୍ୟାଣ୍ଡ ଅଲ୍ଟିମିଟର, ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା, ଲେଜର ଅଲ୍ଟିମିଟର, ଲେଜର ଡପଲର ଭେଲୋସିମିଟର ଆଦି ଉପକରଣର ଯାଞ୍ଚ କରାଯାଉଛି। ସବୁଠିକ୍ ଭାବେ କାର୍ଯ୍ୟ କରୁଛନ୍ତି।